ଘୋଡାହାଡ ଜଳଭଣ୍ଡାର ରେ ଆରମ୍ଭ ହେଲା କୁମ୍ଭୀର ଗଣନା
ଦିଗପହଣ୍ଡି,(ଅଳକ ନାଥ ମିଶ୍ର):ଦିଗପହଣ୍ଡି ବ୍ଳକ ଅନ୍ତର୍ଗତ ଖମାରି ଗାଁ ନିକଟରେ ଥିବା ଘୋଡାହାଡ ଡ୍ଯାମ ରେ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ କୁମ୍ଭୀର ଗଣନା ଆରମ୍ଭ ହୋଇଛି । ବ୍ରହ୍ମପୁର ବନଖଣ୍ଡ ଅଧିନସ୍ଥ ଦିଗପହଣ୍ଡି ବନାଞ୍ଚଳର ଘୋଡାହାଡ ଜଳଭଣ୍ଡାର ଓ ଏହାର ଆଖପାଖ ଅଞ୍ଚଳରେ ଥିବା ଗ୍ରାମର ପୋଖରୀ ମାନଙ୍କରେ କୁମ୍ଭୀର ଗଣନା ପ୍ରକିୟା ଆରମ୍ଭ ହୋଇଥିବା ବେଳେ ବୁଧବାର ସନ୍ଧ୍ୟାରେ ଗଣନା କାର୍ଯ୍ୟ ସରିବ। ଘୋଡାହାଡ ଜଳଭଣ୍ଡାର କୁ ୧୦ ଟି ସେଗ୍ମେଣ୍ଟ ରେ ବିଭକ୍ତ କରାଯାଇ କୁମ୍ଭୀର ଗଣନା ଚାଲିଥିବା ବେଳେ ନିକଟସ୍ଥ ଗ୍ରାମ ମାନଙ୍କରେ ଥିବା ୧୬ଟି ପୋଖରୀକୁ ଚିହ୍ନଟ କରାଯାଇ ଗଣନା ନିମନ୍ତେ ୬ ଟି ଟିମ୍ ଗଠନ କରାଯାଇଛି । ଘୋଡ଼ାହାଡ଼ ଜଳଭଣ୍ଡାର ନିକଟରେ କୁମ୍ଭୀର ଗଣନା ପାଇଁ ନିୟୋଜିତ ବନ କର୍ମଚାରୀଙ୍କୁ ପ୍ରଶିକ୍ଷଣ ଦିଆଯାଇଥିଲା । ଏସିଏଫ୍ ସସ୍ମିତା ବିଶ୍ଵାଳ ସମସ୍ତ ବନ କର୍ମଚାରୀଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିଥିବା ବେଳେ ଦିଗପହଣ୍ଡି ବନାଞ୍ଚଳ ଅଧିକାରୀ ଦିବ୍ୟରଞ୍ଜନ ସାହୁ ଉପସ୍ଥିତ ଥିଲେ । ବନ ବିଭାଗର ଗଣନା ଅନୁଯାୟୀ ଗତ ୨୦୨୨ ରେ କୁମ୍ଭୀରଙ୍କ ସଂଖ୍ୟା ୭୬ ରହିଥିବା ବେଳେ ୨୦୨୩ ରେ ତାହା ବୃଦ୍ଧି ପାଇ ୮୧ ରେ ପହଞ୍ଚିଥିଲା । ସେହିପରି ୨୦୨୪ ଏହାର ସଂଖ୍ୟା ୮୪ ରେ ପହଞ୍ଚିଥିଲା। ଚଳିତ ବର୍ଷ ମଧ୍ୟ କୁମ୍ଭୀରଙ୍କ ସଂଖ୍ୟା ବୃଦ୍ଧି ହେବ ବୋଲି ବିଭାଗ ଆଶା ରଖିଥିବା ବ୍ରହ୍ମପୁର ବନଖଣ୍ଡ ଅଧିକାରୀ ସନ୍ନି ଖୋଖର ସୂଚନା ଦେଇଛନ୍ତି।