ଚଉରା ମୂଳରେ କୁମାରୀ ମାନେ ଆଞ୍ଜୁଳି ଟେକି ପାଳିଲେ କୁମାରୋତ୍ସବ
ନିମାପଡ଼ା,(ସନ୍ତୋଷ ଦାଶ): ପବିତ୍ର କୁମାର ପୂର୍ଣ୍ଣିମା। ପୁରୀ ଜିଲ୍ଲାର ଗାଁ ଗାଁରେ କୁମାରୀ ମାନେ ପାଳନ କରିଛନ୍ତି କୁମାରୋତ୍ସବ। ପ୍ରାତଃରୁ ଉଠି କୁମାରୀ ମାନେ ସ୍ନାନ ସାରି ନବ ବସ୍ତ୍ର ପରିଧାନ କରି ପରିବାର ଓ ଗାଁର ଜ୍ୟେଷ୍ଠ ମାନଙ୍କ ଠାରୁ ଆଶ୍ରିବାଦ ନେଇ ପ୍ରଣାମ କରିଥିଲେ। ଏହା ପରେ ବାଳ (ଉଦୟ) ସୂର୍ଯ୍ୟଙ୍କୁ ନିଜ ଘର ଚଉରା ମୂଳରେ ଆଞ୍ଜୁଳି ଟେକିଥିଲେ। ଅଛଡା ଲିଆ, ନଡ଼ିଆ,ଗୋଟା ଗୁଆ, ଆଖୁ, ଫୁଲ ଲଗା କାକୁଡି ଆଉ ଜହ୍ନି କଷି କୁ ହାତରେ ଧରି ସୂର୍ଯ୍ୟ ନାରାୟଣ ଙ୍କୁ ଅର୍ପଣ କରିଥିଲେ। ଦିନ ସାରା ଉପବାସ ରହିବା ପରେ ସଂଧ୍ୟା ରେ ପୁଣି ଥରେ ଜହ୍ନ ଦେବତା ଙ୍କ ପାଇଁ ଆଞ୍ଜୁଳି ଟେକିବା ସହିତ ଚାନ୍ଦ ଙ୍କୁ ଚକଟା ଭୋଗ ଲାଗି କରିଥିଲେ। ଏହା ପରେ କୁମାରୀ ମାନେ ମିଳିମିଶି ଗାଈ ଥିଲେ କୁଆଁର ପୁନେଇ ଜହ୍ନ ଗୋ ଫୁଲ ବଉଳବେଣୀ… ଗୀତ। ଜହ୍ନଙ୍କୁ ଲାଗି ହୋଇଥିବା ଚକଟା ଭୋଗକୁ
କୁମାରୀ ମାନେ ଖାଇ ଗତ ଆଶ୍ଵିନ ମାସ ପୂର୍ଣ୍ଣିମା ଠାରୁ ଆରମ୍ଭ କରି ଥିବା ଜହ୍ନି ଓଷା /ବ୍ରତ କୁ ଉଦଯାପନ କରିଥିଲେ। ଗାଁ ଦାଣ୍ଡ ରେ ସମସ୍ତ କୁମାରୀ ମିଳିମିଶି ପୁଚି ଖେଳିଥିଲେ। କୁଆଁର ପୁନେଇ ଜହ୍ନ ଗୋ ଫୁଲ ବଉଳବେଣୀ ଗୀତରେ ସବୁ ଗାଁ ଦାଣ୍ଡ ପ୍ରକମ୍ପିତ ହୋଇ ଉଠିଥିଲା।