ଚକାବନ୍ଦ ଆନ୍ଦୋଳନରେ ସାମିଲ ହେବ ହିଞ୍ଜିଳିକାଟୁ ଘରୋଇ ବସ ମାଲିକ ସଂଘ

ହିଞ୍ଜିଳିକାଟୁ,(ଶେଷଦେବ ସାହୁ): ରାଜ୍ୟରେ ବେନିୟମ ଭାବେ ଲକ୍ଷ୍ମୀ ବସ୍ ତଥା ମୁଖ୍ୟମନ୍ତ୍ରୀ ବସ୍ ଯୋଜନାରେ ବସ୍ ଗୁଡିକ ଯାତାୟତ କରୁଛି । ଫଳରେ ଘରୋଇ ବସ୍ ମାଲିକ ମାନେ ନାହିଁ ନଥିବା କ୍ଷତି ସହିବା ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ମୁଖ୍ୟମନ୍ତ୍ରୀ ବସ୍ ନିଜ ଇଛା ମୁତାବକ ଚଳାଚଳ କରୁଛି ।‌ପରିବହନ ବିଭାଗର କୈାଣସି ନିୟମ, ସମୟ ଓ ରୁଟକୁ ପାଳନ କରୁନାହିଁ । ମୁଖ୍ୟମନ୍ତ୍ରୀ ବସ୍ ପଞ୍ଚାୟତ ହେଡକ୍ବାଟର ଠାରୁ ବ୍ଳକ ହେଡକ୍ବାଟର ପର୍ଯ୍ୟନ୍ତ ଯାତାୟାତ କରିବା ପାଇଁ ନିୟମ ରହିଥିବା ବେଳେ ତାକୁ ନମାନି ଗୋଟିଏ ବ୍ଳକରୁ ଅନ୍ୟ ଏକ ବ୍ଳକକୁ ଯାତାୟତ କରୁଛି। ପ୍ରଶାସନର ନିଷ୍ପତି ଅନୁଯାୟୀ ନିର୍ଦ୍ଧାରଣ ହୋଇଥିବା ରୁଟ୍, ସମୟ ସାରଣୀ ଓ ନିୟମକୁ ଉଲ୍ଲଂଘନ କରୁଛନ୍ତି । ଏ ସମ୍ପର୍କରେ ଘରୋଇ ବସ୍ ମାଲିକ୍ ସଂଘ ରାଜ୍ୟ ମୁଖ୍ୟମନ୍ତ୍ରୀ , ପରିବହନ ମନ୍ତ୍ରୀ ଓ ଗଞ୍ଜାମ ଜିଲ୍ଲାପାଳଙ୍କୁ ଦାବି ଜଣାଇଥିଲେ ମଧ୍ୟ କୈାଣସି ପଦକ୍ଷେପ ଗ୍ରହଣ କରୁନଥିବା ଅଭିଯୋଗ ହୋଇଛି । ଫଳରେ ଘରୋଇ ବସ୍ ମାଲିକ ମାନେ ବହୁ କ୍ଷତି ସହିବା ସ‌ହ ଟ୍ୟାକ୍ସ୍, ପରମିଟ୍ ଫିସ୍, ଇନସୁରାନ୍ସ, ଫାଇନାନ୍ସ ଦେବାକୁ ଅସମର୍ଥ ହୋଇପଡୁଛନ୍ତି । ପ୍ରତିବାଦରେ ଘରୋଇ ବସ୍ ମାଲିକ୍ ସଂଘ ଅନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ଘରୋଇ ବସ୍ ଚଳାଚଳ ବନ୍ଦ କରିବାକୁ ଡାକରା ଦେଇଛନ୍ତି। ହିଞ୍ଜିଳିକାଟୁ ବ୍ୟାଘ୍ରଦେବୀ ଘରୋଇ ମାଲିକ ସଂଘ ଧର୍ମଘଟ ଡାକରାରେ ସାମିଲ ହେବ ବୋଲି ବୋଲି ସଂଘ ଉପସଭାପତି ସୁଶାନ୍ତ ପ୍ରଧାନ କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ