ଚାରିଛକ ପ୍ରେସ କ୍ଲବ ପକ୍ଷରୁ ପଖାଳ ଦିବସ ପାଳିତ
ନିମାପଡ଼ା,(ସନ୍ତୋଷ କୁମାର ଦାଶ): ମାର୍ଚ୍ଚ ମାସ ୨୦ ତାରିଖ। ସାରା ରାଜ୍ୟ ରେ ପାଳିତ ହେଉଛି ପଖାଳ ଦିବସ। ଏହି ଅବସରରେ ପୁରୀ ଜିଲ୍ଲା ଚାରିଛକ ଠାରେ ଚାରିଛକ ପ୍ରେସ କ୍ଲବ ପକ୍ଷରୁ ପଖାଳ ଦିବସ ପାଳିତ ହୋଇଥିଲା। ପ୍ରେସ କ୍ଲବ ସଭାପତି ଶିଶିର କୁମାର ସ୍ୱାଇଁ,ସଂପାଦକ କେଦାର ନାଥ ସାହୁ, ସନ୍ତୋଷ ଦାସ, ଶଶିକାନ୍ତ ତ୍ରିପାଠୀ,ଉମାକାନ୍ତ ଭୋଇ, ବିନୋଦ ପ୍ରଧାନ,ରଶ୍ମି ରଞ୍ଜନ ସାହୁ, କୃଷକ ନେତା ସନାତନ ପାତ୍ର, ଚନ୍ଦ୍ରକାନ୍ତ ଦଳାଇ ପ୍ରମୁଖ ଏକତ୍ରିତ ହୋଇ ପଖାଳ ଭାତ ସହିତ ଶାଗ, ବଡ଼ି ଚୁରା, ବାଇଗଣ ପୋଡ଼ା, ଆଳୁ ଚକଟା ପ୍ରଭୃତି ଓଡିଆ ଘର ର ଖାଦ୍ୟ ଖାଇ ପଖାଳ ଦିବସ ପାଳନ କରିଥିଲେ। ଏହି ଗ୍ରୀଷ୍ମ ଋତୁରେ ପଖାଳ ଭାତ ତୃଷାର୍ତ୍ତ ଙ୍କ ପାଇଁ ଅମୃତ ସଦୃଶ ବୋଲି ଅତିଥି ମାନେ ପ୍ରକାଶ କରିଥିଲେ। ଶ୍ରୀ ଜଗନ୍ନାଥ ମଧ୍ୟ ସବୁଦିନ ଭିନ୍ନ ଭିନ୍ନ ପ୍ରକାର ର ପଖାଳ ଖାଇଥାନ୍ତି। ଏହା ଓଡ଼ିଆ ଙ୍କ ନିଜସ୍ଵ ଖାଦ୍ୟ ହୋଇ ଥିବାବେଳେ ଏବେ ଏହାର ଆଦର ଦେଶ ବିଦେଶ ଓ ଅନ୍ୟ ରାଜ୍ୟ ମାନଙ୍କ ରେ ବଢ଼ିବାରେ ଲାଗିଛି। ଏଣୁ ସମସ୍ତ ଓଡ଼ିଆ ପଖାଳ ଦିବସ ପାଳନ କରିବାକୁ ସମସ୍ତେ ଆହ୍ବାନ ଦେଇଥିଲେ।