ଚାଷଜମି ରେ ଦମ୍ପତ୍ତି ଙ୍କୁ ହତ୍ୟା ଉଦ୍ୟମ , ଅଭିଯୁକ୍ତ ଗଲେ ଜେଲ
ଦିଗପହଣ୍ଡି, (ଓ୍ବାଇଏନ୍ଏସ୍):ଦିଗପହଣ୍ଡି ବ୍ଳକ କରପଡ଼ା ଗ୍ରାମର ଅଭିମନ୍ୟୁ ପ୍ରଧାନ ଏବଂ ତାଙ୍କ ସ୍ତ୍ରୀ ଲକ୍ଷ୍ମୀ ପ୍ରଧାନ ଙ୍କୁ ଗତ ବୁଧବାର ମଧ୍ୟାହ୍ନରେ ଗାଁ ନିକଟ ସୁନାଦେଇ ପାହାଡ଼ ପାଖ ଚାଷଜମିରେ ହତ୍ୟା ଉଦ୍ୟମ କରାଯାଇଥିଲା। ଏହି ମାମଲା ରେ ସମ୍ପୃକ୍ତ ଥିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଶନିବାର କରପଡ଼ା ଗ୍ରାମର ହରି ପ୍ରଧାନ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।ଥାନା ମାମଲା ନଂ. ୧୩୭/୨୦ ଅନୁଯାୟୀ ଜାମିନ ଆବେଦନ ଖାରଜ ହେବାରୁ ଅଭିଯୁକ୍ତଙ୍କୁ ଦିଗପହଣ୍ଡି ସବଜେଲ ହାଜତକୁ ପଠାଇ ଦିଆଯାଇଛି। ପୈତୃକ ସମ୍ପତ୍ତି ଭାଗ ବଣ୍ଟନ କୁ କେନ୍ଦ୍ରକରି ଘଟଣା ଦିନ ପୂର୍ବ ଯୋଜନା ପ୍ରକାରେ ଅଭିମନ୍ୟୁ ଙ୍କ ନିକଟ ସମ୍ପର୍କୀୟ ମାନେ ବିଭିନ୍ନ ମାରଣାସ୍ତ୍ର ଦ୍ଵାରା ସଂଘବଦ୍ଧ ଭାବେ ଉଭୟ ସ୍ଵାମୀ – ସ୍ତ୍ରୀ ଙ୍କୁ ଅତର୍କିତ ଆକ୍ରମଣ କରିଥିଲେ।ଉଭୟଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ବ୍ରହ୍ମପୁର ବଡ ଡ଼ାକ୍ତରଖାନା କୁ ସ୍ଥାନାନ୍ତରିତ କରାଯାଇଥିଲା। ଅଭିମନ୍ୟୁ ଏନେଇ ଥାନାରେ ଏତଲା ଦେବାପରେ ଥାନା ଆଇ ଆଇ ସି ବସନ୍ତ କୁମାର ସେଠୀ ଅଭିଯୁକ୍ତ ମାନଙ୍କ ବିରୋଧରେ ମକଦ୍ଦମା ରୁଜୁ କରିଥିଲେ।ଏହି ମାମଲା ରେ ସମ୍ପୃକ୍ତ ଥିବା ଅନ୍ୟ ୪ ଜଣ ଅଭିଯୁକ୍ତ ଫେରାର ଥିବା ତଦନ୍ତକାରୀ ପୋଲିସ ଅଧିକାରୀ ଏସ ଆଇ ବଳଭଦ୍ର ଗଣ୍ଡ ଜଣାଇଛନ୍ତି।