ଚାଷୀଙ୍କ ଧାନ ଫସଲର କ୍ଷତିପୂରଣ ପାଇଁ ଦାବୀ କଲା -ଆପ୍
ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ଚଳିତ ମାସ ଧାନ ଅମଳ ସମୟରେ ଅଦିନିଆ ଲଘୁଚାପ ଜନିତ ବର୍ଷାରେ ଗଞ୍ଜାମ ଜିଲ୍ଲାର ସବୁ ଅଞ୍ଚଳରେ ଚାଷୀ କ୍ଷତିଗ୍ରସ୍ତ ହୋଇଛନ୍ତି l ଗଞ୍ଜାମ ଜିଲ୍ଲାରେ ଧାନ ଚାଷ ମୁଖ୍ୟତଃ ମୂଳ ଚାଷ ହୋଇଥିବା ବେଳେ,ଚାଷୀ ଅମଳ ପାଇଁ ଜମିରେ ଧାନ କାଟି କଳାଇ ପକାଇଥିବା ସମୟରେ ଲଗାତାର ବର୍ଷାରେ ଭିଜିବା ଫଳରେ, ଧାନ ଗଜା ହୋଇ ସମ୍ପୂର୍ଣ ନଷ୍ଟ ହୋଇ ଚାଷୀର ମେରୁଦଣ୍ଡ ଭାଙ୍ଗି ଯାଇଛି l ଯାହା ଦ୍ୱାରା ଚାଷୀ ବର୍ତ୍ତମାନ ହତାଶରେ ଚିନ୍ତାଗ୍ରସ୍ଥ ହୋଇ ଜୀବନ ହାରିବା ଖବର ଅନ୍ୟ ଜିଲ୍ଲାରେ ନଜରକୁ ଆସିଛି, ଏନେଇ ଆମ ଆଦମୀ ପାର୍ଟି ଗଞ୍ଜାମ ଜିଲ୍ଲା ପକ୍ଷରୁ ଚାଷୀଙ୍କ ତୁରନ୍ତ କ୍ଷତିପୂରଣ ଦାବୀକରି ଗଞ୍ଜାମ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହିତ ଓଡିଶା ର ମୁଖ୍ୟମନ୍ତ୍ରୀ ଙ୍କ ଉଦେଶ୍ୟ ରେ ଅତିରିକ୍ତ ଜିଲ୍ଲାପାଳ ଡ଼ଃ ପ୍ରମୋଦ କୁମାର ପୃଷ୍ଟି ଙ୍କୁ ଦାବୀପତ୍ର ପ୍ରଦାନ କରାଯାଇଛି lଏହି ଦାବୀ ପତ୍ର ପ୍ରଦାନ ବେଳେ ଆମ ଆଦମୀ ପାର୍ଟି ର ଗଞ୍ଜାମ ଜିଲ୍ଲା ଆବାହକ ସୁବାଷ ଚନ୍ଦ୍ର ରାଉତ ନେତୃତ୍ୱ ନେଇଥିବା ବେଳେ ଜିଲ୍ଲା ସାଧାରଣ ସମ୍ପାଦକ ଆଦିତ୍ୟ ନାରାୟଣ ରଥ, ଛତ୍ରପୁର ବିଧାନସଭା ଇନଚାର୍ଜ ଅଜାମ୍ବିଳ ବିଶ୍ୱାଳ,ଲିଗାଲ ସେଲ ସଭାପତି କୈଳାଶ ସେଠୀ, ରିତୁ ସେଠୀ, ସୁଦର୍ଶନ ମଲିକ, ଆଡ଼ଭୋକେଟ ବିଷ୍ଣୁ ରଣା, ରମେଶ ବେହେରା,ପଦ୍ମନାଭ ମହାରଣା,ସୁନୀଲ ଆଚାର୍ଯ୍ୟ,ସତ୍ୟପ୍ରକାଶ ସେଠୀ, ଡି. ସନ୍ତୋଷ,ମିନତି ସ୍ୱାଇଁ, ହାକିମ ଖାନ ପ୍ରମୁଖ ଉପସ୍ଥିତ ଥିଲେ l