ଚାଷୀ ଆତ୍ମହତ୍ୟାର କାରଣକୁ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସରଜମିନ୍ ତଦନ୍ତ

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ଅମଳ ବେଳକୁ ଅଦିନିଆ ବର୍ଷା ମାଡରେ ଭାଙ୍ଗିପଡି ଗତକାଲି ଛତ୍ରପୁର ବ୍ଲକ୍ ବଡମାଧପୁର ପଚାଂୟତ ଅନ୍ତର୍ଗତ ବରଙ୍ଗ ଗାଁରୁ ଜିଲ୍ଲାର ପ୍ରଥମ ଚାଷୀ ଆତ୍ମହତ୍ୟା ଅଭିଯୋଗ ସାମ୍ନାକୁ ଆସିଛି । ମୃତ ଚାଷୀ ଜଣକ ହେଲେ ବରଙ୍ଗ ଗ୍ରାମର ବନମାଳୀ ପେଣ୍ଠେଇ (୬୪) । ସେ ଭାଗଚାଷୀ ଭାବେ ୫ ଏକର ଜମିରେ ଧାନ ଫସଲ କ୍ଷତି ହେବାରୁ ଏଭଳି ଚରମ ପଦକ୍ଷେପ ନେଇଥିବା ପରିବାରବର୍ଗ ଅଭିଯୋଗ କରିଛନ୍ତି । ଏହାକୁ ନେଇ ସମଗ୍ର ରାଜ୍ୟରେ ଚାଂଚଲ୍ୟ ସୃଷ୍ଟି ହୋଇଥିବା ବେଳେ ସରକାର ତଥା ଜିଲ୍ଲା ପ୍ରଶାସନ ପାଇଁ ଚିନ୍ତା କାରଣ ପାଲଟିଛି । ଏହି ପରିପ୍ରେକ୍ଷରେ ଆଜି ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳ ସଂଧାଂଶୁ କୁମାର ଭୋଇ, ଛତ୍ରପୁର ଉପଜିଲ୍ଲାପାଳ ଦେବଦତ ମହାନ୍ତ, ଅତିରିକ୍ତ ତହସିଲଦାର ସ୍ମୃତି ଶୁଭ ଦର୍ଶନ ସାହୁ ଏବଂ କୃଷି ବିଭାଗ ଅଧିକାରୀ ମାନେ ଆଜି ବରଙ୍ଗ ଗାଁକୁ ଗସ୍ତ କରି ମୃତ ଚାଷୀ ବନମାଳୀଙ୍କ ଘରକୁ ଯାଇ ବାସ୍ତବରେ ଚାଷୀ ବନମାଳୀ କେଉଁ କାରଣରୁ ଆତ୍ମହତ୍ୟା କରିଛନ୍ତି ତାହାର ସରଜମିନ୍ ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ