ଚାଷ ଜମିକୁ ମିଳୁନାହିଁ ପାଣି ଜମି ଫାଟି ଆଁ ଚାଷୀ ହନ୍ତସନ୍ତ
ରମ୍ଭା, (ମିଥୁନ ବାରିକ୍):ରମ୍ଭା ମିଞ୍ଚିନି ପାଟଣା ଏବଂ ଏହାର ଆଖ ପାଖ ଅଞ୍ଚଳରେ ଦେଖିବାକୁ ମିଳିଥିଲା ଚାଷୀ ମାନଙ୍କ ହାହାକାର l ଫସଲ ପାଇଁ ଜଳ ସମସ୍ୟାର କାରଣ ଶତକଡା ୫୦ ଭାଗ ଲୋକ ଚାଷ ଉପରେ ନିର୍ଭର କରୁ ଥିବା ହେତୁ ଏଠାରେ ଚାଷୀ ସମସ୍ୟାରେ ପଡ଼ି ହନ୍ତସନ୍ତ ହେଉଥିବା ଦେଖିବାକୁ ମିଳିଛି l ଅଧା ଜମିରେ ଧାନ ବୁଣା ସରିଛି ଏବଂ ଆଉ ଅଧା ଜମି ପଡିଆ ପଡିରହିଛି l ସ୍ଥାନୀୟ ଚାଷୀମାନେ ସରକାରଙ୍କୁ ବିଭିନ୍ନ ପ୍ରକାର ର ଅଭିଯୋଗ କରିଛନ୍ତି l ଚାଷ ଜମି ଫାଟି ଆଁ କଲାଣି, ବର୍ଷା ନାହିଁ, ଅଧା ଜମିରେ ଧାନ ତଳି ପୋଡ଼ିଗଲାଣି ଏବଂ ଆଉ ଅଧା ଜମି ପଡିଆ ପଡ଼ି ନଷ୍ଟ ହୋଇଗଲାଣି ବୋଲି ମିଞ୍ଚିନି ପାଟଣା ଗ୍ରାମ୍ୟ କମିଟି ସଭାପତି ଆର. ସୋମନାଥ ରେଡ୍ଡୀ ଦୁଃଖ ଜଣlଇଥିଲେ l ଋଷୁକୂଲ୍ୟା ନଦୀରୁ ସରକାରଙ୍କ ଯୋଜନା ଅନୁସାରେ ମେଗା ଜଳ ପ୍ରକଳ୍ପ ଦ୍ୱାରା ସ୍ଥାନୀୟ କନକା ପଞ୍ଚାୟତ ପର୍ଯ୍ୟନ୍ତ ପାଇପ ବିଛା ଯାଇଛି l କିନ୍ତୁ ରମ୍ଭା ଓ ଏହାର ଆଖ ପାଖ ଅଞ୍ଚଳରେ ଚାଷୀଙ୍କ ପାଇଁ କୌଣସି ପ୍ରକାର ସୁବିଧାର ସହାୟତା ହୋଇନାହିଁ l ସ୍ଥାନୀୟ ଡିଆଁଡେଇଁ ଛକ ମଶାଣି ନିକଟରେ ଥିବା ବଡ଼ ପୋଖରୀରେ ଜଳ ନାହିଁ ଶୁଖିଯାଇଛି , ଗାଈ ଗୋରୁ ପିଇବା ପାଈଁ ପାଣି ନାହିଁ l କାରଣ ରମ୍ଭା ସହରକୁ ପାନୀୟ ଜଳ ଯୋଗାଇବା ପାଇଁ ଏଠାରେ ପି. ଏଚ. ଡ଼ି.ବୋର ୱେଲ ପମ୍ପ ହାଉସ ଥିବା ଯୋଗୁଁ ସବୁ ପାଣି ଶୋଷି ନେଉଛି ଯାହା ଫଳରେ ଆଖ ପାଖ ଜମି ସୁଖି ଫାଟି ନଷ୍ଟ ହୋଇ ଗଲାଣି ବୋଲି ଅଭିଯୋଗ କରିଥିଲେ l ଏ. ଗଙ୍ଗାଧର ପାତ୍ର, ସି. ରାମେୟା ପାତ୍ର, ଆର. ନରସିଂହ ରେଡ୍ଡୀ, ଏ. ଚେନ୍ନେୟା ପାତ୍ର, ଡ଼ି. ତୋଫାନ ପାତ୍ର, ଏ. ମୋଚିରାମ ପାତ୍ର, ଏସ. ଟିକି ପାତ୍ର, ଏ. ଆଦିଗା ପାତ୍ର, ଏସ. ମଙ୍ଗରାଜ ପାତ୍ର, ଏମ. ଲଚ୍ଛମେୟା ପାତ୍ର ପ୍ରମୁଖ ସ୍ଥାନୀୟ ବାସିନ୍ଦା ଗଣମାଧ୍ୟମଙ୍କ ଆଗରେ ଚାଷ ପାଇଁ ଜଳ ସେଚନର ସୁବିଧା ଲାଗି ସରକାର ଏବଂ ସ୍ଥାନୀୟ ବିଧାୟକ ଓ ପ୍ରଶାସନ ଙ୍କୁ ନିବେଦନ