ଚିକିଟୀରେ ୧୮ ତମ ପ୍ରବାସୀ ଭାରତୀୟ ଦିବସ ପାଳିତ
ଚିକିଟୀ,(ପୁଷ୍ପାଞ୍ଜଳି ମିଶ୍ର):ଚିକିଟୀ ବ୍ଲକ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଚିକିଟୀ ଗଡ଼ ରାଜ କବି ରାଧାମୋହନ ବିଦ୍ୟାପୀଠ ପରିସର ରେ ବ୍ଲକ ସ୍ତରୀୟ୧୮ତମ ପ୍ରବାସୀ ଭାରତୀୟ ଦିବସ ପାଳିତ ହୋଇଯାଇଛି। ବ୍ଲକ ଶିକ୍ଷା ଅଧିକାରୀ ବସନ୍ତ କୁମାର ପଣ୍ଡା ଙ୍କ ପୌରହିତ୍ୟରେ ଆୟୋଜିତ ସଭାରେ ସ୍ଥାନୀୟ ବିଧାୟକ ମନୋରଞ୍ଜନ ଦ୍ୟାନ ସାମନ୍ତରା ଯୋଗଦେଇ ପ୍ରବାସୀ ଭାରତୀୟ ମାନେ ଓଡ଼ିଶା ର ବିଭିନ୍ନ କାର୍ଯ୍ୟକ୍ରମ ରେ ଯୋଗ ଦେଇ ଓଡିଶାର ଅସ୍ମିତା, କଳା, ସଂସ୍କୃତି, ଭାସ୍କର୍ଯ୍ୟ ର ପୁନରୁଦ୍ଧାର ତଥା ପ୍ରଚାର ପ୍ରସାର ରେ ସହାୟକ ହୋଇପାରିଲେ ଓଡ଼ିଶା ର ପ୍ରଗତି ହୋଇ ପାରିବ ବୋଲି ପ୍ରକାଶ କରିଥିଲେ। ଏହି ଅବସରରେ ବିଧାୟକ ଶ୍ରୀ ସାମନ୍ତରା ୬ ଜଣ କନିଷ୍ଠ ଶିକ୍ଷକଙ୍କୁ ସ୍ଥାୟୀ ନିଯୁକ୍ତିପତ୍ର ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମ ରେ ଅଧ୍ୟକ୍ଷତା କରୁ ଥିବା ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀ ପଣ୍ଡା ପ୍ରବାସୀ ଭାରତୀୟ ଦିବସ ର ଲକ୍ଷ୍ୟ ସମ୍ପର୍କରେ ପ୍ରକାଶ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ବିଆରସିସି ନିଗମାନନ୍ଦ ପଣ୍ଡା,ଏବିଇଓ ସିମାଞ୍ଚଳ ପଣ୍ଡା, ତ୍ରିନାଥ ମଳିକ, ପ୍ରଧାନ ଶିକ୍ଷକ ସୁଧୀର କୁମାର ପ୍ରଧାନ ପ୍ରମୁଖ ପ୍ରବାସୀ ଭାରତୀୟ ଏଵଂ ସେମାନଙ୍କର ରୁଚି ଓ ପ୍ରତିଭା ଦେଶ ତଥା ରାଜ୍ୟର ସାଂସ୍କୃତିକ ପରମ୍ପରାକୁ ଉଜ୍ଜ୍ବଳିତ କରିବ ବୋଲି ମତ ଦେଇଥିଲେ। ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତା ରେ କୃତୀ ପ୍ରତିଯୋଗୀ ମାନଙ୍କୁ ଅତିଥିମାନଙ୍କ ଦ୍ଵାରା ସିଲ ଓ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା। ପ୍ରଧାନ ଶିକ୍ଷକ ସୁଦୀପ୍ତ କୁମାର ପଟ୍ଟନାୟକ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ବହୁ ବିଦ୍ୟାଳୟର ଶିକ୍ଷକଶିକ୍ଷୟିତ୍ରୀ,ସିଆରସିସି ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ।