ଚିକିଟୀ ବ୍ଲକରେ ବିକଶିତ ଗାଁ ବିକଶିତ ଓଡ଼ିଶାର ଶୁଭାରମ୍ଭ
ଚିକିଟୀ, (ପୁଷ୍ପାଞ୍ଜଳି ମିଶ୍ର): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଆଭାସୀ ମାଧ୍ୟମରେ ସାରା ରାଜ୍ୟରେ “ବିକଶିତ ଗାଁ ବିକଶିତ ଓଡିଶା, କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିବା ବେଳେ ଚିକିଟୀ ବ୍ଲକରେ ମଧ୍ୟ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବ୍ଲକ କାର୍ଯ୍ୟାଳୟ ପରିସରରେ ବିଡ଼ିଓ ଲକ୍ଷ୍ମଣ ଚରଣ ସୋରେନ ଜଗତର ନାଥ ଶ୍ରୀ ଜଗନ୍ନାଥ ଙ୍କ ନିକଟରେ ପ୍ରଦୀପ ପ୍ରଜ୍ବଳନ କରି ଏହାର ଶୁଭାରମ୍ଭ କରିଥିବା ବେଳେ ତହସିଲଦାର ବିଶ୍ୱ ରଞ୍ଜନ କହଁର, ଡ଼ଃ ପୁର୍ଣଜିତ ପ୍ରଧାନ, ସିଡିପିଓ ଗୀତାଞ୍ଜଳି ପାଣିଗ୍ରାହୀ ସହକାରୀ ଯନ୍ତ୍ରୀ ଉଦୟନାଥ ପ୍ରଧାନ ପ୍ରମୁଖ ମଞ୍ଚାସିନ ରହି ରାଜ୍ୟ ସରକାର ଙ୍କ ଏହି ଯୁଗାନ୍ତକାରୀ ଯୋଜନା କୁ ଭୁୟସୀ ପ୍ରଶଂସା କରିବା ସହିତ ଗାଁ ର ବିକାଶ ହେଲେ ରାଜ୍ୟ ତଥା ଦେଶର ବିକାଶ ହୋଇ ପରିବ ବୋଲି ମତବ୍ୟକ୍ତ କରିବା ସହିତ “ବିକଶିତ ଗାଁ ବିକଶିତ ଓଡିଶା, କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋକପାତ କରିଥିଲେ। ଏହି “ବିକଶିତ ଗାଁ ବିକଶିତ ଓଡିଶା, କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରତି ଗାଁରେ ଭଲ ରାସ୍ତା ନିର୍ମାଣ, ଗାଁରେ ବ୍ଲକ ଟପ୍ ରୋଡ୍ ନିର୍ମାଣ , କଂକ୍ରିଟ୍ ରୋଡ଼ ଓ ପେଭର ବ୍ଲକ ରାସ୍ତା ତିଆରି ହେବା ସହିତ ଆବଶ୍ୟକ ସ୍ଥାନରେ ଡ୍ରେନ୍ ନିର୍ମାଣ ହେବ। ଏହାସହ ଆହୁରି ଅନେକ ପ୍ରକାର ଉନ୍ନତି ପାଇଁ ଯୋଜନା ରଖାଯାଇଥିବା ବେଳେ ସବୁ ପଞ୍ଚାୟତ ଗ୍ରାମସଭା ଡାକି ” ବିକଶିତ ଗାଁ ବିକଶିତ ଓଡ଼ିଶା, ଯୋଜନା ପାଇଁ ପ୍ରକଳ୍ପ ଚୟନ କରିବେ । ବିଏଫଓ ସୁରେଶ କୁମାର ବେହେରା କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ଜିପିଓ ଚକ୍ରଧର ପ୍ରଧାନ ଙ୍କ ସମେତ ସମସ୍ତ ବ୍ଲକ କର୍ମଚାରୀ ସହଯୋଗ କରିଥିବା ବେଳେ ଶତାଧିକ ମହିଳା ଉପସ୍ଥିତ ରହିଥିଲେ।