ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରୁ ଚୋରି ଅସନ୍ତୋଷ ପ୍ରକାଶ କଲେ ରୋଗୀ

ଛତ୍ରପୁର, (ଦେବଦତ୍ତ ମହାରଣା):ଛତ୍ରପୁର ଉପଖଣ୍ଡ ସରକାରୀ ଚିକିତ୍ସାଳୟ ରେ ଶନିବାର ଜଣେ ରୋଗୀଙ୍କ ମୋବାଇଲ ଚୋରି ଘଟଣା ଚିକିତ୍ସାଳୟ ରେ ଆତଙ୍କ ଖେଳିଯାଇଛି l ସୂଚନା ପ୍ରକାରେ, ଛତ୍ରପୁର ଥାନା ଅନ୍ତର୍ଗତ ପଦ୍ମାବତି ଗ୍ରାମର ସନ୍ତୋଷିନୀ ବସନ୍ତିଆ ନିଜ ପୁଅର ଦେହ ଅସୁସ୍ଥ ଥିବା ନେଇ ଗତ 7 ତାରିଖରେ ଛତ୍ରପୁର ମେଡ଼ିକାଲରେ ଭର୍ତି କରିଥିଲେ l ଶନିବାର ସକାଳେ ମେଡିକାଲ ପରିସରରୁ ତାଙ୍କ ମୋବାଇଲକୁ କେହି ଦୁର୍ବୁତ୍ତ ଚୋରି କରି ନେଇଛନ୍ତି l ଏନେଇ ସେ ପ୍ରଥମେ ମେଡିକାଲ କର୍ତ୍ତୃପକ୍ଷ ଙ୍କୁ ଜଣେଇଥିଲେ ମଧ୍ୟ ସିସି ଟିଭି ଦେଖିବା ପାଇଁ କର୍ତ୍ତୃପକ୍ଷ ମନା କରିବା ସହିତ ନିଜ ଜିନିଷ ନିଜ ଦାୟିତ୍ୱ ରେ ରଖିନଥିବାରୁ ଏଭଳି ହୋଇଥିବା କହିଥିଲେ ବୋଲି ସନ୍ତୋଷିନୀ ଅଭିଯୋଗ କରିଛନ୍ତି l ତେବେ ସରକାରୀ ଉପଖଣ୍ଡ ଚିକିତ୍ସାଳୟ ରେ ଏଭଳି ଘଟଣା ଘଟିଥିବାରୁ ମେଡିକାଲ କର୍ତ୍ତୃପକ୍ଷ ଙ୍କୁ ଦାୟୀ କରିଛନ୍ତି l ପରେ ଏନେଇ ଛତ୍ରପୁର ଥାନାରେ ଏକ ଲିଖିତ ଅଭିଯୋଗ କରାଯାଇଛି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ