ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ସ୍ୱଚ୍ଛତା ପଖୱାଡା କାର୍ଯ୍ୟକ୍ରମ

ଛତ୍ରପୁର, (ଦେବଦତ୍ତ ମହାରଣା):ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ରବିବାର ସ୍ୱଚ୍ଛତା ପଖୱାଡା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଚଳିତ ଥର କାୟାକଳ୍ପ ରେ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟକୁ ଏକ ଉନ୍ନତ ଧରଣର ଚିକିତ୍ସାଳୟ ରୂପେ ପରିଣତ କରିବା ପାଇଁ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟର ଭାରପ୍ରାପ୍ତ ଅଧିକ୍ଷକ ଡାକ୍ତର ସୁଦର୍ଶନ ସାହୁଙ୍କ ନେତୃତ୍ୱରେ ଚିକିତ୍ସାଳୟର କର୍ମଚାରୀ ମାନେ କେନ୍ଦ୍ର ସରକାରଙ୍କ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଆନୁକୁଲ୍ୟରେ ଚିକିତ୍ସାଳୟକୁ ସ୍ୱଚ୍ଛ ଓ ସୁନ୍ଦର କରିବା ନିମନ୍ତେ ହାତରେ ଝାଡୁ ଧରି ଚିକିତ୍ସାଳୟ ପରିସରକୁ ସଫେଇ କରିଥିଲେ । ଏହି କାର୍ଯ୍ୟକ୍ରମରେ ଚିକିତ୍ସାଳୟର ପରିଚାଳକ ସନ୍ତୋଷ କୁମାର ପଣ୍ଡା, ନିର୍ମଳ ସୁପରଭାଇଜର ଜିତେନ୍ଦ୍ର ମହାପାତ୍ର, ସିକ୍ୟୁରିଟି ସୁପରଭାଇଜର ବି. ନରସିମୁଲୁ ରେଡ୍ଡୀଙ୍କ ସମେତ ବହୁ କର୍ମଚାରୀ ମାନେ ସାମିଲ ରହି ଚିକିତ୍ସାଳୟ ସଫେଇ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ