ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟକୁ ଲକ୍ଷ୍ୟ ଟିମ୍ ର ପରିଦର୍ଶନ
ଛତ୍ରପୁର, (ଦେବଦତ୍ତ ମହାରଣା):ଗଞ୍ଜାମ ଜିଲ୍ଲା ଛତ୍ରପୁର ସରକାରୀଉପଖଣ୍ଡ ଚିକିତ୍ସାଳୟକୁ ଶୁକ୍ରବାର ଲକ୍ଷ୍ୟର ୨ ଜଣିଆ ପ୍ରତିନିଧି ଦଳ ପରିଦର୍ଶନ କରିଛନ୍ତି । ମା ହେବା ପ୍ରତ୍ୟେକ ମହିଳାଙ୍କ ଜୀବନରେ ଏକ ସ୍ୱତନ୍ତ୍ର ସ୍ଥାନ ଦେଇଥାଏ । ଏହି ମହାର୍ଘ୍ୟ ସମୟରେ ମା ମାନଙ୍କୁ ଏକ ସମ୍ମାନ ଜନକ ମାତୃତ୍ୱର ଅନୁଭବ ହେବା ସହ ଉନ୍ନତ ସେବା ଯୋଗାଇଦେବା ନିମନ୍ତେ ଲକ୍ଷ୍ୟ ନାମକ ଏକ ଯୋଜନା ସରକାର ପ୍ରଣୟନ କରିଛନ୍ତି । ଏହି ପ୍ରତିନିଧି ଦଳ ମାତୃତ୍ୱ ସେବାର ବିଭିନ୍ନ ସ୍ଥିତି ଅନୁଧ୍ୟାନ କରିବା ସହ ମା ଓ ନବଜାତକଙ୍କ ନିମନ୍ତେ ଥିବା ବିଭିନ୍ନ ଆନୁସାଙ୍ଗିକ ସୁବିଧା ଯଥା- ପ୍ରସୂତି କକ୍ଷ, ଅପରେସନ କକ୍ଷ ଓ ଔଷଧ ଆଦି ବିଭିନ୍ନ ମାପଦଣ୍ଡ ଗୁଡିକର ଅନୁଧ୍ୟାନ କରିବା ସହ ରିପୋର୍ଟ ପ୍ରସ୍ତୁତ କରିଛନ୍ତି । ଏହି ରିପୋର୍ଟକୁ ଆଧାର କରି ମାର୍କ ପ୍ରଦାନ କରାଯାଉଛି । ଏହି ପ୍ରତିନିଧି ଦଳ ନିରାମୟ କେନ୍ଦ୍ର ସଠିକ୍ ଭାବେ ପରିଚାଳନା ହେଉଛି କି ନାହିଁ, ଏକ୍ସରା ବିଭାଗ ସମେତ ବିଭିନ୍ନ କକ୍ଷ ଗୁଡିକ ପରିଦର୍ଶନ କରି ବିଭିନ୍ନ ତଥ୍ୟ ସଂଗ୍ରହ କରିଛନ୍ତି । ଏହି ପ୍ରତିନିଧି ଦଳ ଶନିବାର ଦିନ ମଧ୍ୟ ଚିକିତ୍ସାଳୟ ର ବିଭିନ୍ନ କାର୍ଯ୍ୟକୁ ଅନୁଧ୍ୟାନ କରିବା ସହ ସମୀକ୍ଷା କରିବାର କାର୍ଯ୍ୟକ୍ରମ ରହିଛି ବୋଲି ସୂଚନା ମିଳିଛି । ଏହି କେନ୍ଦ୍ରୀୟ ୨ ଜଣିଆ ପ୍ରତିନିଧି ଦଳରେ ଡାକ୍ତର ଅଜୟ କୁମାର ଗୁପ୍ତା ଓ ଡାକ୍ତର ରୀତା ଗୁପ୍ତା ରହିଥିବା ବେଳେ ରାଜ୍ୟର ମଧ୍ୟ ଏକ ପ୍ରତିନିଧି ଙ୍କ ସହ ଗଞ୍ଜାମ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଉମା ଶଙ୍କର ମିଶ୍ର, ଶକ୍ତି ଦିଗାଲ, ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟର ଅଧିକ୍ଷୀକଣ୍ଟ ଡାକ୍ତର ପ୍ରଫୁଲ୍ଲ ଚନ୍ଦ୍ର ଗୌଡ ଓ ମ୍ୟାନେଜର ସନ୍ତୋଷ କୁମାର ପଣ୍ଡାଙ୍କ ସମେତ ବହୁ ଡାକ୍ତର ଏବଂ ଅଧିକାରୀ ଓ କର୍ମଚାରୀ ମାନେ ଉପସ୍ଥିତ ଥିଲେ ।