ଛତ୍ରପୁର ଉପସ୍ତରୀୟ ସଡକ ସୁରକ୍ଷା କମିଟି ବୈଠକ
ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ଛତ୍ରପୁର ଉପଖସ୍ତରୀୟ ସଡକ ସୁରକ୍ଷା କମିଟି ବୈଠକ ଉପଜିଲାପାଳ ଶିବାଶିଷ ବରାଳଙ୍କ ଅଧ୍ୟକ୍ଷତା ରେ ଉପଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା । ଜିଲ୍ଲା ରେ ୬ଲକ୍ଷ ୬୯ହଜାର ୬୬୫ଟି ଗାଡି ଚଳାଚଳ କରୁଛି । ୨୦୨୩ ଅପେକ୍ଷା ୨୦୨୪ରେ ଯଦିଓ ସଡକ ଦୃର୍ଘଟଣାରେ ମୃତ୍ୟୁ ହାର ୩ ପ୍ରତିଶତ କମିଥିବା ବେଳେ ସଡକ ଦୃର୍ଘଟଣା ସଂଖ୍ୟା ୧୦ ପ୍ରତିଶତ ବଢିଛି ବୋଲି ଏମଭିଆଇ ରବିନ୍ଦ୍ର ନାଥ ଜେନା କହିଥିଲେ । ଜିଲାରେ ୩ଟି ସବଡିଭିଜନ ମଧ୍ୟରୁ ଛତ୍ରପୁର ସବଡିଭିଜନରେ ଦୃର୍ଘଟଣା ହାର ୪୦ ପ୍ରତିଶତ,ଭଞ୍ଜନଗର ୨୫ ପ୍ରତିଶତ ଓ ବ୍ରହ୍ମପୁର ସବଡିଭିଜନରେ ୩୫ ପ୍ରତିଶତ ଅଟେ ବୋଲି ବୈଠକରେ କୁହାଯାଇଥିଲା । କିପରି ଦୃର୍ଘଟଣା ହାର କମିବ ସେନେଇ ବୈଠକରେ ଆଲୋଚନା ହୋଇଥିଲା । ଛତ୍ରପୁର ସବଡିଭିଜନରେ ୨୦୨୪ ଜାନୁଆରୀ ମାସରେ ୪୨ ଟି ସଡକ ଦୃର୍ଘଟଣା ହୋଇଥିବା ବେଳେ ୨୦୨୫ରେ ୪୭ଟି ସଡକ ଦୃର୍ଘଟଣା ହୋଇଛି । ଗଞ୍ଜାମ ପୁଲିସ ଜିଲାରେ ଖଲ୍ଲିକୋଟ ଥାନା ଅଚଂଳରେ ସର୍ବାଧିକ ୫୮ ସଡକ ଦୃର୍ଘଟଣା ହୋଇଥିବା କୁହାଯାଇଥିଲା । ମଦ୍ୟପାନ କରି ୨୪ ପ୍ରତିଶତ ସଡକ ଦୃର୍ଘଟଣା ହେଉଥିବାରୁ ପୁଲିସ ଓ ପରିବହନ ବିଭାଗକୁ ଅଧିକରୁ ଅଧିକ ଯାଂଚ କରିବାକୁ ଉପଜିଲାପାଳ ନିର୍ଦେଶ ଦେଇଥିଲେ । ଜିଲାରେ କାର ଦୃର୍ଘଟଣାରେ ମୃତ୍ୟୁ ହାର ୩୯ପ୍ରତିଶତ ଓ ବାଇକ ଦୃର୍ଘଟଣାରେ ମୃତ୍ୟୁ ହାର ୩୧ ପ୍ରତିଶତ ରହିଛି । ଏହସହ ଜାତୀୟ ରଜପଥରେ ଯେଉଁଠି ଆବଶ୍ୟକ ସାଇନବୋର୍ଡ ତାହା ଲଗାଇବାକୁ ଏନଏଚଏଆଇ ବିଭାଗକୁ କୁହାଯାଇଛି । ଏହାସହ ଯେଉଁ ଏନଏଚଏଆଇ ରାସ୍ତା ଖରାପ ରହିଛି ତାହାର ମରାମତି କରିବାକୁ କୁହାଯାଇଥିଲା । ଗାଈଗୋରୁ ପାଇଁ ଅଧିକ ସଡକ ଦୃର୍ଘଟଣା ହେଉଥିବା ବୈଠକରେ ଆଲୋଚନା କରାଯାଇଥିଲା । ଗୁଡ୍ ସମିରିଟାନ ଓ ସୋଲାସିୟମ ଯୋଜନା ସଂର୍ପକରେ ଆଲୋଚନା ହୋଇଥିଲା । ଯେ କୈାଣସି ସ୍ଥାନରେ ଯଦି ସଡକ ଦୃର୍ଘଟଣା ଘଟି ତୁରନ୍ତ ଲୋକମାନେ ଆଗକୁ ଆସି ଦୃର୍ଘଟଣାର ଶିକାର ହୋଇଥିବା ବ୍ୟକ୍ତିମାନଙ୍କୁ ତୁରନ୍ତ ମେଡିକାଲ ପଠାଇବା ଆବଶ୍ୟକ ଅଟେ । ଏଥିରେ ସାହାର୍ଯ୍ୟକାରୀଙ୍କୁ ଦୁଇ ହଜାର ଟଙ୍କାର ଗଡ୍ ସମିରିଟାନ ହିସାବରେ ୨ହଜାର ଟଙ୍କା ପୁରସ୍କାର ମିଳିଥାଏ । ଅଜଣା ଗାଡି ଧକ୍କାରେ ଆହତ ହେଲେ ୫୦ ହଜାର ଟଙ୍କା କିମ୍ବା ମୃତ୍ୟୁ ହେଲେ ୨ଲକ୍ଷ ଟଙ୍କା ପରିବାରକୁ ମିଳିଥାଏ । ୨୦୨୪ ବର୍ଷରେ ୨୮ ଟି ମାମଲା ଛତ୍ରପୁର ସବଡିଭିଜନର ବିଭିନ୍ନ ଥାନାରେ ପେଣ୍ଡିଙ୍ଗ ଥିବା କୁହାଯାଇଥିଲା । ୨୦୨୫ ଜାନୁଆରୀ ମାସରେ ଗଞ୍ଜାମ ଜିଲାରେ ଦୃତ ଗତିରେ ଗାଡି ଚଳାଇବା ବେଳେ ୧୨୭ ଜଣ ଧରାପଡିଥିବା ବେଳେ ହେଲମେଟ ନପିନ୍ଧି ୪୦୫୯, ସିଟ ବେଲଟ ନପିନ୍ଧି ୬୮, ଗାଡି ଚଳାଇବା ବେଳେ ମୋବାଇଲ ଫୋନ ବ୍ୟବହାର କରୁଥିବା ବେଳେ ୫୮ଜଣ, ମଦ୍ୟପାନ କରି ଗାଡି ଚଳାଉଥିବା ବେଳେ ୨୭୪ଜଣ, ତିନି ଗଣକୁ ବାଇକ ବସି ଯାଉଥିବା ବେଳେ ୫୬ଜଣ, ବିପରୀତ ଦିଗରେ ଗାଡି ଚଳାଉଥିବା ବେଳେ ୬୨୯ଜଣ, ୪ଜଣ ନାବଳକ ଗାଡି ଚଲାଉଥିବା ବେଳେ ଧରାପଡିଥିବା ପରିବହନ ବିଭାଗ ପକ୍ଷରୁ କୁହାଯାଇଛି । ଜିଲାରେ ଗୋଟିଏ ଟ୍ରମା କେୟର ବ୍ରହ୍ମପୁରରେ ରହିଥିବା ବେଳେ ଆସିକା,ଭଞ୍ଜନଗର ଓ ଖଲ୍ଲିକୋଟରେ ହେବାକୁ ରହିଛି । ଏନଏଚଏଆଇ ରେ ଆଉ ଗୋଟିଏ ଆମ୍ବୁଲାନ୍ସ ରଖିବାକୁ ଏନଏଚଏଆଇ ବିଭାଗକୁ କୁହାଯାଇଛି,ଯାହାଫଳରେ ଆହତ ମାନଙ୍କୁ ମେଡିକାଲରେ ପହଂଚିବା ସହାୟକ ହୋଇପାରିବ । ବୈଠକରେ ଗଞ୍ଜାମ ଏମଭିଆଇ ରବିନ୍ଦ୍ର ନାଥ ଜେନା,ଛତ୍ରପୁର ପୁଲିସ ଏସଡିପିଓ ଚନ୍ଦନ ଘଡେଇ, ଛତ୍ରପୁର ଭାରପ୍ରାପ୍ତ ତହସିଲଦାର ଲୋପମୁଦ୍ରା ରଥ,ଛତ୍ରପୁର ମେଡିକାଲ ଭାରପ୍ରାପ୍ତ ସୁପରିଡେଂଟ ଡ,ସୁର୍ଦଶନ ସାହୁ , ଏନଏଚଏଆଇ ବିଭାଗ, ବସ,ଟ୍ରକ,ଅଟୋ ଚାଳକ ଆସୋସିୟସନ,ଗ୍ରାମ୍ୟ ଉନ୍ନୟନ ବିଭାଗ ଆଦି ଉପସ୍ଥିତ ଥିଲେ ।