ଛତ୍ରପୁର ବିଧାୟକ ଙ୍କ ପକ୍ଷରୁ ଗରିବ ଅସହାୟ ପରିବାରଙ୍କୁ ଆର୍ଥିକ ସହାୟତା ପ୍ରଦାନ

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ଗଞ୍ଜାମ ଜିଲ୍ଲା ଛତ୍ରପୁର ଏନ୍‌ଏସି ଅନ୍ତର୍ଗତ ୧୩ ଓ ୫ ନଂ ୱାର୍ଡର ଦୁଇ ଗରିବ ଓ ଅସହାୟ ପରିବାରକୁ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । ୧୩ ନଂ ୱାର୍ଡର ପୂଜା ରାଉଳଙ୍କ ହୃଦଜନିତ ରୋଗର ଉଚ୍ଚ ଚିକିତ୍ସା ପାଇଁ ବିଧାୟକ ୩୦ ହଜାର ଟଙ୍କା ସହାୟତା କରିଥିବା ବେଳେ ୫ ନଂ ୱାର୍ଡର ପ୍ରସନ୍ନ କୁମାର ବେହେରାଙ୍କ ଅକାଳ ବିୟୋଗରେ ଘଟିଥିବାରୁ ତାଙ୍କରି ଗରିବ ପତ୍ନୀ ନମିତା ବେହେରାଙ୍କୁ ୧୦ ହଜାର ଟଙ୍କା ସହାୟତା କରିଛନ୍ତି । ବିଧାୟକ ଏହି ସହାୟତା ରାଶି ପ୍ରଦାନ ବେଳେ ୧୩ ନଂ କାଉନସିଲର ସୁମନ୍ତ ନାହାକ, ବରିଷ୍ଠ ବିଜେପି ନେତା ରୁଇନା ପଟ୍ଟନାୟକ, ଲକ୍ଷ୍ମୀ ନାରାୟଣ ପଣ୍ଡା, ବନୋଜ କୁମାର ନାହାକ, ସନ୍ତୋଷ କୁମାର ସେଠୀ, ଜି.ମନୋଜ ରେଡ୍ଡୀ, ଡି.ସୁରେଶ ରେଡ୍ଡୀ, ମାଗୁଣି ବିଷୋୟୀ, ରଞ୍ଜନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ବିଧାୟକଙ୍କ ଏଭଳି ମହାନତା କାର୍ଯ୍ୟ ପାଇଁ ସବୁ ମହଲୁର ପ୍ରଶଂସାର ସୁଅ ଛୁଟିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ