ଛାତ୍ରଛାତ୍ରୀ ମାନେ ସଡ଼କ ନିରାପତ୍ତା ସମ୍ପର୍କୀୟ ବିଭିନ୍ନ ପ୍ଲାକାର୍ଡ ଧରିବା ସହ ସ୍ଲୋଗାନ ଦେଇ ସାଧାରଣ ଲୋକଙ୍କୁ ସଚେତନ କରିଲେ
ଭୁବନେଶ୍ୱର, (ସମୀର ରଞ୍ଜନ ନାୟକ):ବାଣପୁର ରେ ଏକ ସଡ଼କ ନିରା ପର୍ତ୍ତସଚେତନା ରାଲିଅନୁଷ୍ଠିତ ହୋଇ ଯାଇଛି l ଏହି ରାଲି ରେ ବାଣପୁର ପୋଲିସ, ଗୋଦାବାରୀଶ ମହାବିଦ୍ୟାଳୟ ର ଛାତ୍ର ଛାତ୍ରୀ, ଆରଟିଓ ବିଭାଗ ଏବଂ ଏମଭିଆଇ ଅଧୀକାରୀ ସାମିଲ ହୋଇ ଥିଲେ lଉକ୍ତ ସଚେତନତା କାର୍ଯ୍ୟକ୍ରମରେ ବାଣପୁର ଥାନା ଅଧିକାରୀ ରମେଶ କୁମାର ଦେବତାଙ୍କ ସହ ଆରଟିଓ ଅଧିକାରୀ ଟ୍ରାଫିକ ଇନ୍ସପେକ୍ଟର, ଟ୍ରାଫିକ ସବ ଇନ୍ସପେକ୍ଟର ଯୋଗ ଦେଇଥିଲେ।ସଚେତନତା ରାଲି ମହାବିଦ୍ୟାଳୟରୁ ବାହାରି ବାଣପୁର ବଜାର ଅଞ୍ଚଳପରିକ୍ରମା ହୋଇ ଥିଲା l ଛାତ୍ରଛାତ୍ରୀ ମାନେ ସଡ଼କ ନିରାପତ୍ତା ସମ୍ପର୍କୀୟ ବିଭିନ୍ନ ପ୍ଲାକାର୍ଡ ଧରିବା ସହ ସ୍ଲୋଗାନ ଦେଇ ସାଧାରଣ ଲୋକଙ୍କୁ ସଚେତନ କରିଥିଲେ। ମୁଖ୍ୟତଃ ମଦ ପିଇ ଗାଡି ନ ଚଳାଇବା, ହେଲମେଟ ପିନ୍ଧିବା, ଚାରିଚକିଆ ଯାନରେ ସିଟବେଲ୍ଟ ବାନ୍ଧିବା ଏବଂ ଦ୍ରୁତ ଗତିରେ ଗାଡି ନ ଚଲାଇବାକୁ ସଚେତନ କରାଯାଇଥିଲା।