ଛାତ୍ରୀ ଆତ୍ମସୁରକ୍ଷା ତାଲିମ କାର୍ଯ୍ୟକ୍ରମ ଉଦଘାଟିତ
କରଞ୍ଜିଆ,(ଜିତେନ୍ଦ୍ର ରାଜ):କରଞ୍ଜିଆ ସହର ସ୍ଥିତ ପାଞ୍ଚପିଢ଼ ମହିଳା ଉଚ୍ଚମାଧ୍ୟମିକ ବିଦ୍ୟାଳୟ ରେ ଛାତ୍ରୀ ଆତ୍ମସୁରକ୍ଷା ତାଲିମ କାର୍ଯ୍ୟକ୍ରମ ଉଦଘାଟିତ ହୋଇଯାଇଛି ସ୍କୁଲର ଅଧ୍ୟକ୍ଷ ଦିଲ୍ଲୀପ ପୃଷ୍ଟି ଙ୍କ ସଭାପତିତ୍ୱ ରେ ଆୟୋଜିତ ଉଦଘାଟନୀ କାର୍ଯ୍ୟକ୍ରମ ରେ ମୁଖ୍ୟଅତିଥି ରୂପେ ଉପଖଣ୍ଡ ପୋଲିସ ଅଧିକାରୀ ସୁବ୍ରତ କୁମାର ଯୋଗ ଦେଇ ଉଦଘାଟନ କରିଥିଲେ ଏହି କାର୍ଯ୍ୟକ୍ରମ ରେ ଓଡ଼ିଆ ଅଧ୍ୟାପକ ତଥା ୟୁଥ ରେଡ଼କ୍ରସ ସଂଯୋଜକ ମାନସ ବେହେରା, କ୍ରୀଡା ଶିକ୍ଷୟିତ୍ରୀ ସେହନାଜ ବେଗମ ଓ ପ୍ରଶିକ୍ଷିକା ଭାବେ ସୀତାରା ନସରିନ, ଶିବାନୀ ବେହେରା ଉପସ୍ଥିତ ରହିଥିଲେ ସରକାରଙ୍କ ନିର୍ଦେଶ କ୍ରମେ ରାଜ୍ୟର ସମସ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ଛାତ୍ରୀଙ୍କୁ ନିଜ ସୁରକ୍ଷା ନିମନ୍ତେ ଆତ୍ମସୁରକ୍ଷା ତାଲିମ କାର୍ଯ୍ୟକ୍ରମ ଆୟୋଜିତ ହେଉଛି ଏହି ତାଲିମ ଦ୍ୱାରା ଛାତ୍ରୀ ଯଦି କୌଣସି ସେଭଳି ଅସ୍ୱାଭାବିକ ପରିସ୍ଥିତି ର ସାମ୍ନା ପାଞ୍ଚପିଢ଼ ମହିଳା ଉଚ୍ଚମାଧ୍ୟମିକ ବିଦ୍ୟାଳୟର ୩୦୦ ଛାତ୍ରୀଙ୍କୁ ଏହି ତାଲିମ ପ୍ରଦାନ କରାଯିବ ଓ ଏହି ପ୍ରଶିକ୍ଷଣ ୭ ଦିନ ଧରି ଜାରିରହିବ ବୋଲି ବୋଲି ସ୍କୁଲ ର ଅଧକ୍ଷ୍ୟ ଦିଲ୍ଲୀପ ପୃଷ୍ଟି ସୂଚନା ଦେଇଛନ୍ତି.