ଛାତ୍ରୀ ନିଖୋଜ ନେଇ ଥାନାରେ ଏତଲା      

ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ଥାନା ଅନ୍ତର୍ଗତ ଏକ ଗାଁ ର ଜଣେ କଲେଜ ଛାତ୍ରୀ ନିଖୋଜ ଥିବା ଜଣାପଡିଛି। ଏନେଇ ତାଙ୍କ ବାପା ଦିଗପହଣ୍ଡି ଥାନାରେ ଏତଲା ଦେଇଛନ୍ତି। ଆଇଆଇସି ପ୍ରଶାନ୍ତ କୁମାର ପାତ୍ର ଥାନା ଏମଏମଆର ନଂ.୩୯/୨୪ ଅନୁଯାୟୀ ମାମଲା ପଞ୍ଜିକୃତ କରି ତଦନ୍ତ ଚଳାଇଛନ୍ତି। ଯୁକ୍ତ ତିନି ପ୍ରଥମ ବର୍ଷ ଅର୍ଥନୀତି ସମ୍ମାନ ବିଭାଗରେ ଅଧ୍ୟୟନ କରୁଥିବା  ଛାତ୍ରୀ ଜଣକ ଗତ ୮ ଦିନ ପୂର୍ବେ ଗାଁ ରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିଲେ।ପରିବାର ଲୋକେ ତାଙ୍କୁ ବ୍ରହ୍ମପୁର,ଭୁବନେଶ୍ୱର,ପୁରୀ ପ୍ରଭୃତି ବିଭିନ୍ନ ଅଞ୍ଚଳରେ ବହୁ ଖୋଜାଖୋଜି କରିବା ପରେ ମଧ୍ୟ ତାଙ୍କ ସନ୍ଧାନ ମିଳିନଥିଲା।ପରେ ଏନେଇ ଛାତ୍ରୀ ଙ୍କ ବାପା ଏତଲା ଦେଇଛନ୍ତି।ତଦନ୍ତକାରୀ ଅଧିକାରୀ ଏଏସଆଇ ଝୁନୁ ମାଝୀ ପରିବାର ଲୋକଙ୍କ ସୂଚନାକୁ ଭିତ୍ତିକରି ବିଭିନ୍ନ ସନ୍ଦିଗ୍ଧ ସ୍ଥାନ ମାନଙ୍କରେ ଚଢାଉ କରିଥିଲେ ମଧ୍ୟ ଛାତ୍ରୀ ଙ୍କ ଖୋଜଖବର ମିଳିପାରିନାହିଁ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ