ଛାତ୍ର ଛାତ୍ରୀ ମାନେ ଵୁଲିଲେ ଦର୍ଶନୀୟ ସ୍ଥାନ
କଣାସ,(ପାହାନ୍ତା ସିଂହ ଅଞଳୀ ସାହୁ):କଣାସ ବ୍ଲକ୍ ର ପୁରାତନ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରର ଶତାଧିକ ଛାତ୍ରଛାତ୍ରୀ ମାନେ ଶୁକ୍ରବାର ଦିନ ପୁରୀ ଜିଲ୍ଲାର ବିଭିନ୍ନ ଦର୍ଶନୀୟ ସ୍ଥାନ ଵୁଲିଛନ୍ତି । ସକାଳୁ ଭିନ୍ନ ଭିନ୍ନ ବସରେ ପରିଚାଳନା କମିଟିର ସଦସ୍ୟମାନେ, ଗୁରୁଜୀ ଗୁରୁମା ଓ ଛାତ୍ରୀ ଛାତ୍ର ମାନେ ଦର୍ଶନୀୟ ସ୍ଥାନ ଅଭିମୁଖେ ବାହାରି ଥିଲେ।ସେମାନେ ପ୍ରଥମେ ସତ୍ୟବାଦୀ ସ୍ଥିତ ସାକ୍ଷୀଗୋପାଳ ମନ୍ଦିର ଦର୍ଶନ କରିଥିଲେ।ପରେ ସୁଆଣ୍ଡୋ ଗ୍ରାମର ଐତିହାସିକ ସ୍ଥାନ ଗୋପବନ୍ଧୁ ଦାଶ ଙ୍କ ଜନ୍ମଗ୍ରହଣ କରିଥିବା ଷଠିଘର, ମିଯୁଜିୟମ, ଲାଇବ୍ରେରୀ ଆଦି ବୁଲିଥିଲେ ।ପରେ ରାମଚଣ୍ଡୀ ମନ୍ଦିରରେ ବଣଭୋଜି ର ଆୟୋଜନ ହେଇଥିଲା। ଭୋଜି ଖାଇଵା ସହିତ ଛାତ୍ର ଛାତ୍ରୀ ମାନେ ସମୁଦ୍ର ର ମଜା ନେଇଥିଲେ। ଏଥିସହିତ ସମସ୍ତେ ମିଳିମିଶି କୋଣାର୍କ ର ସୂର୍ଯ୍ୟମନ୍ଦିର ଦର୍ଶନରେ ବିଭୋର ହୋଇ ପଡ଼ିଥିଲେ। ଛାତ୍ର ଛାତ୍ରୀ। ବିଭିନ୍ନ ପ୍ରକାରର ମଜା ନେବାକୁ ଛାତ୍ର ଛାତ୍ରୀ ମାନେ ହାତଛଡା କରୁ ନ ଥାନ୍ତି ।ବସ ରେ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ନାଚ ଗୀତରେ ସବୁ କଷ୍ଟ କୁ ଲାଘବ କରିଦେଉଥାଏ। ଛାତ୍ର ଛାତ୍ରୀ ମାନେ ଐତିହାସିକ ସ୍ଥଳ ବୁଲିବା ସହିତ ବିଭିନ୍ନ ଦର୍ଶନୀୟ ସ୍ଥାନ ବିଷୟରେ ଜାଣିବାକୁ ପାଇଲେ। ବିଦ୍ୟାଳୟ ର ସଭାପତି ହାଡିବନ୍ଧୁ ଚମ୍ପିତି, ଉପସଭାପତି ନିଳଗ୍ରୀବ ଶ୍ରୀଚନ୍ଦନ, ପ୍ରଧାନ ଆଚାର୍ଯ୍ୟ ସଂଜୟ କୁମାର ସେଠୀ, ବରିଷ୍ଠ ଗୁରୁଜୀ ସୁବାସ ଚନ୍ଦ୍ର ପ୍ରଧାନ, ସଂଜୟ କୁମାର ପ୍ରଧାନ ପ୍ରମୁଖ ପରିଚାଳନା କରିଥିଲେ।