ଜଗନ୍ନାଥପୁର ଶାସନ ଗ୍ରାମରେ ବାଇକ୍ ଚୋରି

ଜଗନ୍ନାଥ ପ୍ରସାଦ, (ସନ୍ତୋଷ କୁମାର ଜେନା) ଗଞ୍ଜାମ ଜିଲ୍ଲାର ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ଜଗନ୍ନାଥ ପୁର ଶାସନ ଗ୍ରାମର ସନ୍ତୋଷ ମିଶ୍ରଙ୍କ ଗତ ଶୁକ୍ରବାର ରାତ୍ରୀରେ ହିରୋ ଗ୍ଲାମର ବାଇକ୍ OD 32 C 5001 ସିଲଭର ରଙ୍ଗର ଚୋରି ହୋଇଯାଇଛି । ସବୁ ଦିନ ଭଳି ଶୁକ୍ରବାର ରାତି ରେ ବାଇକ୍ କୁ ଘର ସାମ୍ନାରେ ରଖି ଶୋଇଯାଇଥିଲେ । ସକାଳୁ ଉଠି ଦେଖନ୍ତି ତ ଗାଡି ନାହିଁ । ଗ୍ରାମ ବାସିନ୍ଦାଙ୍କୁ ପଚାରିବା ସହ ଗ୍ରାମବାସୀଙ୍କ ସହଯୋଗରେ ଖୋଜା ଯାଇଥିଲା, କିନ୍ତୁ ଗାଡି ପାଇନଥିଲେ । ଶେଷରେ ଜଗନ୍ନାଥ ପ୍ରସାଦ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଉଲ୍ଲେଖ ଥାଉକି ସନ୍ତୋଷ ମିଶ୍ର ଜଣେ ବହୁତ ଗରିବ ଶ୍ରେଣୀର ବ୍ୟକ୍ତି । ଘର ଘର ବୁଲି ଠାକୁର ପୂଜା କରି ପେଟ ପୋସନ୍ତି ।ବହୁତ କଷ୍ଟରେ ଗାଡିଟିଏ କରିଥିଲେ । ଏହି ଖବର ପାଇବା ପରେ ସ୍ୱେଛାସେବୀ ସତ୍ୟ ସୋବନ ରଥ ସନ୍ତୋଷ ମିଶ୍ରଙ୍କ ଘରକୁ ଯାଇ ସ୍ୱାନ୍ତନା ଦେବା ସହ, ଏହାର ଉଚ୍ଚସ୍ତରୀୟ ତଦନ୍ତ କରି ଗରିବ ବ୍ୟକ୍ତିଙ୍କ କଷ୍ଟ ଉପାର୍ଜିତ ଗାଡି ଫେରାଇ ଦେବାପାଇଁ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ