ଜଗନ୍ନାଥପ୍ରସାଦ ବ୍ଲକରେ କ୍ଲଷ୍ଟର ସ୍ତରୀୟ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ
ଭଞ୍ଜନଗର ,(ସନ୍ତୋଷ କୁମାର ଜେନା ): ଗଞ୍ଜାମ ଜିଲ୍ଲାର ଜଗନ୍ନାଥ ପ୍ରସାଦ ମହା ବିଦ୍ୟାଳୟ ଠାରେ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ନେହୁର ଯୁବ କେନ୍ଦ୍ର ସଂଗଠନ ପକ୍ଷରୁ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ସେଥିରେ ବେଟମିଣ୍ଟନ, ଦୌଡ, ଫୁଟ ବଲ, କବାଡି, ସ୍ଲୋ ସାଇକେଲିଙ୍ଗ ଇତ୍ୟାଦି ପ୍ରତିଯୋଗିତା ହୋଇଥିଲା ଖେଳ ରେ ୨୦୦ ରୁ ଅଧିକ ପ୍ରତିଯୋଗୀ ଭାଗ ନେଇଥିଲେ।ମୁଖ୍ୟ ଅତିଥି ଭାବେ ଅଧକ୍ଷ ନୃସିଂହ ଚରଣ ପ୍ରଧାନ ସମ୍ମାନିତ ଅତିଥି ଭାବେ ଡା. ତପନ ରଞ୍ଜନ ପ୍ରଧାନ, ଦେବାଶିଷ ସାହୁ, ପ୍ରଦୀପ କୁମର ଆଚାର୍ଯ୍ୟ ମଞ୍ଚାସିନ ଥିଲେ।ସମସ୍ତ ଅଧ୍ୟାପକ ଏବଂ ଖେଳ ଶିକ୍ଷକ ମାନେ ସହଯୋଗ କରିଥିଲେ । ନେହୁର ଯୁବ କେନ୍ଦ୍ର ର ସ୍ବେଛାସେବୀ ଦୀପ୍ତି ମୟୀ ବେହେରା ପରିଚାଳନା କରିଥିଲେ। ଗତ ଡିସେମ୍ବର ୨୮ ତାରିଖ ରେ କ୍ରୀଡା ର କୃତି ଛାତ୍ରଛାତ୍ରୀ ମାନଙ୍କୁ ଅନୁଷ୍ଠାନ ପକ୍ଷରୁ ପୁରସ୍କୃତ କରାଯାଇଥିଲା।ସୂଚନା ପ୍ରକାରେ ଏହି କାର୍ଯ୍ୟକ୍ରମ ପ୍ରତି ବ୍ଲକରେ କରାଯାଉଅଛି।