ଜନ୍ମଦିନ ରେ ବୃକ୍ଷରୋପଣ, ଚର୍ଚ୍ଚା ରେ ଯୁବ ସାମ୍ବାଦିକ
କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା):ଗଣତନ୍ତ୍ର ର ଚତୁର୍ଥ ସ୍ତମ୍ଭ ସାମ୍ବାଦିକତା ଏକ ଦୁର୍ଲଭ ଜୀବିକା, ଜୀବନ ର ପ୍ରତ୍ୟକ ଘଡି ସନ୍ଧି ମୁହୂର୍ତ୍ତ ରେ ନିଜକୁ ଗଣତନ୍ତ୍ର ର ସେବା ରେ ନିୟୋଜିତ କରିବା ସହ ସମାଜକଲ୍ୟାଣ ଗଠନ ରେ ଏକ ସୁଦୃଢ ପରିଚୟ ସୃଷ୍ଟି କରେ ସାମ୍ବାଦିକ, କେତେବେଳେ ଖାଏ କେତେବେଳେ ପିଏ ଆଉ ନିଜ ପରିବାର ସହିତ ମଧ୍ୟ ଅନେକ ସମୟ ବିଛିନ୍ନ ହୋଇ ସମାଜ ପାଇଁ ଅନବରତ ସେବା ରେ ଥାଏ,କିନ୍ତୁ ଏହାପରେ ବି ପରିବେଶ ପାଇଁ ଜଣେ ସାମ୍ବାଦିକ ତାର ସମୟ ଉତ୍ସର୍ଗ କରେ ତାହା ଏକ ନିଆରା କଥା, ଅସ୍ତରଙ୍ଗ କାକଟପୁର ବ୍ଲକ ପାଇଁ କାର୍ଯ୍ୟକରୁଥିବା ଜଣେ ଯୁବ ବୈଦୁତିକ ଓ ଡିଜିଟାଲ ଟିଭି ସାମ୍ବାଦିକ ସମୀର ବେହୁରା ଆଜି ୨୮ ବର୍ଷ ବୟସ ରେ ପଦାର୍ପଣ କରିଛନ୍ତି, ଆଜି ତାଙ୍କ ର ଶୁଭ ଜନ୍ମଦିନ ରେ ଅସ୍ତରଙ୍ଗ କୁଅଁରପୁର ସ୍ଥିତ କଳ୍ପେସ୍ୱର ଶିବ ମନ୍ଦିର ରେ ବେଲ, ଚମ୍ପା ଓ ଅନେକ ଦେବ ବୃକ୍ଷ ରୋପଣ କରି ସୁନ୍ଦର ସବୁଜ ପରିବେଶ ପାଇଁ ଯୁବପିଢୀ ଙ୍କୁ ଆହ୍ୱାନ ଦେଇଛନ୍ତି, ଏହି ବୃକ୍ଷ ରୋପଣ ଅବସରରେ ବରିଷ୍ଠ ସାମ୍ବାଦିକ ବିପିନ ଦାସ, ଅସ୍ତରଙ୍ଗ ୱାର୍ଡ ସଭ୍ୟ ତଥା ଯୁବ ସମାଜସେବୀ ମନୋଜ ବିଶ୍ୱାଳ, ଶିକ୍ଷୟତ୍ରୀ ଜ୍ୟୋସ୍ନାରାଣୀ ପାତ୍ର, ଶିକ୍ଷୟତ୍ରୀ ପ୍ରମୋଦିନୀ ସ୍ୱାଇଁ, ସମାଜସେବୀ ସଞ୍ଜୟ ପ୍ରଧାନ ଓ ହରେକୃଷ୍ଣ ଦାସ,ସାମ୍ବାଦିକ ଆର୍ତ୍ତତ୍ରାଣ ମହାନ୍ତି, ସମୀର କର ଉପସ୍ଥିତ ରହି ବୃକ୍ଷ ରୋପଣ କରିବା ସହ ସମାଜ କୁ ଅମ୍ଳଜାନ ଅଭାବ ରୁ ସୁରକ୍ଷା ଦେବା ପାଇଁ ପ୍ରତ୍ୟେକ ବ୍ୟକ୍ତି ଏହି ମହାନ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଛନ୍ତି, ଯୁବ ସାମ୍ବାଦିକ ଙ୍କ ଜନ୍ମଦିନ ରେ କରିଥିବା ଏହି ଅଭିନ୍ନ ପ୍ରୟାସ ପାଇଁ ତାଙ୍କୁ ଅନ୍ୟ ସାମ୍ବାଦିକ ଓ ବୁଦ୍ଧିଜୀବୀ ଙ୍କ ମହଲ ରୁ ପ୍ରଶଂସା ର ସୁଅ ଛୁଟିଛି l