ଜବର ଦଖଲ ହଟାଇବା ଦାବିରେ ଥାନାର ଦ୍ବାରସ୍ଥ ହେଲେ ଭାତକରୁଆ ଗ୍ରାମବାସୀ

ହାଟଡିହି, (ବିକାଶ ବିଶ୍ୱାଳ):ଗାଁ ରାସ୍ତାରୁ ଜବର ଦଖଲ ହଟାଇବା ଦାବିରେ ଥାନାର ଦ୍ବାରସ୍ଥ ହୋଇଛନ୍ତି ଭାତକରୁଆ ଗ୍ରାମବାସୀ। ଆଜି ଶତାଧିକ ଗ୍ରାମବାସୀ ଏନେଇ ନନ୍ଦିପଦା ଥାନାରେ ପହଞ୍ଚି ଦାବିପତ୍ର ପ୍ରଦାନ କରିଥିବା ବେଳେ ହାଟଡିହି ତହସିଲଦାର, ବିଡ଼ିଓ ଏବଂ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ଗ୍ରାମବାସୀ ଙ୍କ ଅଭିଯୋଗ ଅନୁଯାଇ ଭାତକରୁଆ ଗ୍ରାମଠାରୁ ଅକରୁଆ ଗ୍ରାମର ସୀମା ପର୍ଯ୍ୟନ୍ତ ଏକ ରାସ୍ତା ନିର୍ମାଣ କରଯାଇଛି। ଏହି ରାସ୍ତା ନିର୍ମାଣ ସମ୍ପୂର୍ଣ୍ଣ ହେଲେ ଭାତକରୁଆ ଗ୍ରାମବାସୀ ମାନେ ସ୍ୱଳ୍ପ ସମୟରେ ପଞ୍ଚାୟତ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯିବା ଆସିବା କରିବା ସହିତ ଅନେକ ଚାଷୀ ସେମାନଙ୍କ ଚାଷ ଜମିକୁ ସ୍ବଛନ୍ଦରେ ଯାତାୟତ କରିପାରିବେ। ଏଥିପାଇଁ ଗାଁର ଅନେକ ଲୋକ ସେମାନଙ୍କ ଦଖଲରେ ଥିବା ସରକାରୀ ଜମି ଛାଡି ଦେଇଥିବା ବେଳେ ପୂର୍ବତନ ସରପଞ୍ଚଙ୍କ ପରିବାର ଲୋକେ ମଧ୍ଯ ତାଙ୍କ ଜବରଦଖଲ ଜମି ଛାଡି ଦେଇଥିଲେ। ରାସ୍ତା ନିର୍ମାଣ ପରେ ଏବେ କିନ୍ତୁ ପୂର୍ବତନ ସରପଞ୍ଚ ତଥା ବର୍ତ୍ତମାନର ଜିଲ୍ଲା ପରିଷଦ ସଦସ୍ୟାଙ୍କ ପରିବାର ଲୋକେ ସେହି ରାସ୍ତା ଉପରେ ବାଡ ବୁଜି ଦେବାରୁ ଗ୍ରାମବାସୀ ମାନେ ଯିବା ଆସିବା କରିପାରୁ ନାହାନ୍ତି। ଯାହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଆଜି ୱାର୍ଡ ସଭ୍ୟା ମାଧବୀ ଜେନା, ସୁଭଦ୍ରା ସ୍ୱାଇଁ, ନରୋତ୍ତମ ଜେନା, ନିରାକାର ଜେନା, ମଣିଭଦ୍ର ଜେନା, ପଦ୍ମନାଭ ଜେନା, ସନ୍ତୋଷ ସେଠୀ, ଟୁକୁ ସେଠୀ, ଅର୍ଜୁନ ସେଠୀ, ନକୁଳ ସେଠୀ, ସଞ୍ଜୟ ସ୍ୱାଇଁ, ନାରାୟଣ ସ୍ୱାଇଁ, ଚତୁର୍ଭୁଜ ଜେନା, ନୀଳମଣି ସେଠୀ, ଘନଶ୍ୟାମ ସେଠୀ, ଶରତ ସେଠୀ, ବୀରଭଦ୍ର ସେଠୀ, ମାୟାଧର ରାଉତ, ବାବୁ ରାଉତ, ତାପସ ସ୍ୱାଇଁ, ବୃନ୍ଦାବନ ଜେନା, ଉତ୍ତମ ଜେନାଙ୍କ ସମେତ ଶତାଧିକ ଗ୍ରାମବାସୀ ଏନେଇ ଏକ ଦାବିପତ୍ର ନନ୍ଦିପଦା ଥାନା ଅଧିକାରୀଙ୍କୁ ପ୍ରଦାନ କରିଥିଲେ। ରାସ୍ତାରେ ବୂଜା ଯାଇଥିବା ବାଡକୁ ହଟାଇ ରାସ୍ତା ପରିଷ୍କାର କରିବାକୁ ଦାବି କରିଛନ୍ତି। ଏନେଇ ସେମାନେ ମୁଖ୍ୟମନ୍ତ୍ରୀ, ଜିଲ୍ଲାପାଳ, ସାଂସଦ, ବିଧାୟକ ପ୍ରମୁଖଙ୍କୁ ଅବଗତ କରାଇ ନ୍ୟାୟ ପାଇବା ପାଇଁ ନିବେଦନ କରିଛନ୍ତି। ଏ ସମ୍ପର୍କରେ ପୂର୍ବତନ ସରପଞ୍ଚ କୌଶଲ୍ୟା ସେଠୀଙ୍କୁ ପଚାରିବାରେ ସେ କହିଛନ୍ତି ଯେ ଏହା ଆମ ପଟାଭୁକ୍ତ ଜମି, ଆମ ପରିବାର ରେ ଅନେକ ସଦସ୍ୟ ଅଛନ୍ତି, ସେମାନେ ଛାଡ଼ିବେ ନ ଛାଡ଼ିବେ ତାହା ସେମାନଙ୍କ ମର୍ଜି ଉପରେ ନିର୍ଭର କରେ ବୋଲି କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ