ଜଳ ଭଣ୍ଡାରରେ ଦଶମ ଶ୍ରେଣୀ ଛାତ୍ରର ସବ ଉଦ୍ଧାର
କୋରାପୁଟ, (ହେମନ୍ତ ପାଣଗ୍ରାହୀ) : ନନ୍ଦପୁର ବ୍ଲକ୍ ଅନ୍ତର୍ଗତ ଜଲାପୁଟ ଜଳଭଣ୍ଡାର ରେ ବୁଡ଼ି ନିଖୋଜ ଥିବା ଦଶମ ଶ୍ରେଣୀ ଛାତ୍ର ଉଦ୍ଧାର କାର୍ଯ୍ୟ ର ତୃତୀୟ ଦିନ ରେ ଜଣେ ଛାତ୍ର ର ଶବ କୁ ଉଦ୍ଧାର କରିଛନ୍ତି ଓଡ୍ରାଫ ଟିମ୍ । ଅମିତ୍ ହନ୍ତାଳ ନାମକ ଛାତ୍ର ର ମୃତଦେହ ଉଦ୍ଧାର ହୋଇଛି l ଶବ କୁ ଦେଖିବା ପରେ ପରିବାର ଲୋକ ଙ୍କ ଛାତି ଫାଟି ଯାଇଛି l କାନ୍ଦ, ବୋବାଳି ରେ ଜଳ ଭଣ୍ଡାର ଅଞ୍ଚଳ କମ୍ପି ଉଠି ଥିଲା।ସେପଟେ ଶନିବାର ଠାରୁ ପରିବାର ଓ ସମ୍ପର୍କୀୟ ଙ୍କ ଘରେ ଚୁଲି ଜଳି ନଥିବା ବେଳେ ମଙ୍ଗଳ ବାର ମଧ୍ୟାହ୍ନ ରେ ଅମିତ୍ ଙ୍କ ଶବ ଉଦ୍ଧାର ପରେ ଦୁଃଖ ର ପାହାଡ ମୁଣ୍ଡ ଉପରେ ଛିଣ୍ଡି ପଡ଼ିଛି l ସୂଚିତ ଯେ ଗତ ଶନିବାର ସରସ୍ଵତୀ ପୂଜା ନିମନ୍ତେ ସ୍କୁଲରେ ସାଜ, ସଜ୍ଜା କରି ସନ୍ଧ୍ୟା ସମୟ ରେ ଡେମ ମୁହାଣ ଜଳ ଭଣ୍ଡାର ମଧ୍ୟକୁ ଫୋଟ ଉଠେଇବା କୁ ତିନି ସାଙ୍ଗ ଯାଇ ଜଳ ଭଣ୍ଡାର ମଧ୍ୟରେ ବୁଡି ଯାଇ ଥିଲେ ସେମାନଙ୍କ ମଧ୍ୟରୁ ଜଣେ ପହଁରି,ପହରି କୂଳ କୁ ଆସିଥିବା ବେଳେ ଦୁଇ ଜଣ ଛାତ୍ର ନିଖୋଜ ହୋଇ ଯାଇ ଥିଲେ । ଏମାନେ ଜଲା ପୁଟ ସରକାରୀ ଉଚ୍ଚ ବିଦ୍ୟାଳୟ ର ଦଶମ ଶ୍ରେଣୀ ର ଛାତ୍ର l ଦୁଇ ନିଖୋଜ ଙ୍କ ମଧ୍ୟରୁ ମଙ୍ଗଳ ବାର ମଧ୍ୟାହ୍ନ ସମୟ ରେ ଅମିତ୍ ହନ୍ତାଳର ଶବ ଉଦ୍ଧାର ହୋଇ ଥିବା ବେଳେ ଶିବା ହନ୍ତାଳ ବର୍ତ୍ତମାନ ସୁଦ୍ଧା ନିଖୋଜ ରହିଛନ୍ତି l ଅମିତ୍ ହନ୍ତାଳ ଙ୍କ ଶବ ଉଦ୍ଧାର ପରେ ରେଡ କ୍ରସ୍ ପକ୍ଷୁର ନନ୍ଦପୁର ସହକାରୀ ତହସିଲଦାର ପୂର୍ଣ୍ଣ ଚନ୍ଦ୍ର ସାହୁ ପହଞ୍ଚି ପରିବାର ଙ୍କୁ ୨୦ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରିଛନ୍ତି l ଶବ ବ୍ୟବଚ୍ଛେଦ ପରେ ପୁଲିସ ପରିବାର ବର୍ଗ ଙ୍କୁ ହସ୍ତାନ୍ତର କରିଥିବା ବେଳେ ସ୍ଥାନୀୟ ଶ୍ମଶାନ ରେ ଶୋକା କୂଳ ପରିବେଶ ରେ ଶେଷ କୃତ ସମ୍ପନ୍ନ କରାଯାଇଥିଲା l