ଜାତୀୟ ପୋଷ୍ୟ ସନ୍ତାନ ଗ୍ରହଣ ସଚେତନତା ରଥର ଶୁଭାରମ୍ଭ
ବାଲେଶ୍ୱର, (ସରୋଜ ପଣ୍ଡା):ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ଜାତୀୟ ପୋଷ୍ୟ ସନ୍ତାନ ଗ୍ରହଣ ସଚେତନତା ରଥର ଶୁଭାରମ୍ଭ ହୋଇଛି.ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୁର ବିକାଶ ଏହି ରଥକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ.ଏହି ରଥ ଜିଲ୍ଲା ପରିକ୍ରମା କରି ପୋଷ୍ୟ ସନ୍ତାନ ଗ୍ରହଣ ପାଇଁ ଥିବା ଆଇନ ଗତ ବ୍ୟବସ୍ଥା ଓ ଅନଲାଇନ ମାଧ୍ୟମରେ ଆବେଦନ ବ୍ୟବସ୍ଥା ସମ୍ପର୍କରେ ସଚେତନତା କରିବ ବୋଲି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରିଣୀ ଦେବାଙ୍ଗନା ବାରିକ ସୂଚନା ଦେଇଛନ୍ତି.ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସହକାରୀ ଶ୍ରମ ଅଧିକାରୀ କୁମାର ବାସୁ ଦେବ, ଶିଶୁ ମଙ୍ଗଳ କମିଟି ସଦସ୍ୟ କମିଟି ସଦସ୍ୟ ଶତ୍ରୁଘ୍ନ ମଲିକ , ପ୍ରୋଗ୍ରାମ ଅଫିସର ସୁବର୍ଣ୍ଣମଣି ବେହେରା,ସଂଯୁକ୍ତା ରାଉତ ଓ ରଶ୍ମୀ ରେଖା ସେନାପତି ପ୍ରମୁଖ ଉପସ୍ଥିତ ଥିଲେ.