ଜାତୀୟ ବିଜ୍ଞାନ ଦିବସ ଓ ବାର୍ଷିକୋତ୍ସବ ପାଳିତ

ବଡ଼ସାହି,(ନିରଞ୍ଜନ ମହାନ୍ତ):ବଡ଼ସାହି ବ୍ଲକ ଅଧିନସଯୋଗୀ ନୁଆ ଗାଁ ପଞ୍ଚାୟତ ଯୋଗୀ ନୂଆଗାଁ ଆଶ୍ରମ ବିଦ୍ୟାଳୟର ବିଜ୍ଞାନ ଦିବସ ଓ ବାର୍ଷିକ ଉତ୍ସବ ପାଳିତ ହୋଇ ଯାଇଛି । ଇତ୍ୟବସରରେ ମୁଖ୍ୟ ଅତିଥି ଭାବରେ ମୟୂରଭଞ୍ଜ ମଙ୍ଗଳ ଅଧିକାରୀ ଶ୍ରୀ ଗୁରୁଚରଣ ମଲିକ ଯୋଗ ଦାନ କରି ଥିବା ବେଳେ ଅତିରିକ୍ତ ମଙ୍ଗଳ ଅଧିକାରୀ।ପ୍ରଫୁଲ୍ଲ କୁମାର ସେଠୀ ଏବଂ ସୁଶ୍ରୀ ସ୍ମୃତି ଲିପି ସାହୁ ସ୍ଵତନ୍ତ୍ର ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ଥିଲେ । ମୁଖ୍ୟ ବକ୍ତା ଭାବରେ ଡ଼ଃ ସରୋଜ ନାୟକ ଇଉ ଜି ଟି ବାରିପଦାରୁ ଯୋଗ ଦେଇ ଥିଲେ । ବିଶିଷ୍ଟ ସମ୍ମାନୀୟ ଅତିଥି ଭାବରେ ଅବତାର ମିଶ୍ର କାନ୍ତ ପାଲ ହାଇସ୍କୁଲ ପ୍ରଧାନ ଶିକ୍ଷକ ଅଶୋକ ପୃଷ୍ଟି ସୀମାନ୍ତ ମହାବିଦ୍ୟାଳୟ ଅଧ୍ୟକ୍ଷା । ବସନ୍ତ୍ ମଞ୍ଜରୀ ପଟ୍ଟନାୟକ ପୂର୍ବ ଏ ବି ଇ ଓ ବଡ଼ସାହି ବ୍ଲକ ପ୍ରଦୀପ କୁମାର ଭୂୟାଁ ଚନ୍ଦନ ପୁର ଆଶ୍ରମ (ନୂତନ)ପ୍ରଧାନ ଶିକ୍ଷକ।ବିଜୟ କୁମାର ନାୟକ ବ୍ରାହ୍ମଣ ଗାଁ ଆଶ୍ରମ ବିଦ୍ୟାଳୟ।ବିନୟ କୁମାର ବେହେରା ପ୍ରଧାନ ଶିକ୍ଷକ ଚନ୍ଦନପୁର ଆଶ୍ରମ(ପୁରାତନ) ଯୋଗୀନୁଆ ଗାଁ ପଞ୍ଚାୟତ ସମିତି ସଭ୍ୟ ନବୀନ ମହାନ୍ତ ସରପଂଚ ଗୋପୀ ନାଥ ନାଏକ ଏସ ଏମ ସି ସଭାପତି ନାରାୟଣ ନାଏକ ଆଦି ଯୋଗ ଦେଇ ଥିଲେ । ଉକ୍ତ ସଭାରେ ବାଗୁଲି ଆଶ୍ରମ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଶ୍ଵ ନାଥ ସାହୁ ସଭାପତିତ୍ବ କରି ଥିଲେ । ଯୋଗିନୂଆ ଗାଁ ଆଶ୍ରମ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଭିନବ ଢଙ୍ଗରେ ଆୟୋଜନ କରାଯାଇ ଥିବା।ପିଲା ମାନଙ୍କ ଦ୍ଵାରା ଶିକ୍ଷା ଦାନ ଓ ନୃତ୍ୟ ଅତ୍ୟନ୍ତ ମନ ମୁଗ୍ଧ କର୍ ହୋଇ ଥିଲା । ଏଥି ପାଇଁ ପ୍ରଧାନ ଶିକ୍ଷକ ରଞ୍ଜନ କୁମାର ପ୍ରଧାନ ଶିକ୍ଷୟିତ୍ରୀ ବନିତା ଦାଶ ମହୋଦୟଙ୍କୁ ଜାତୀୟ ସ୍ତର ପାଇଁ ମନୋନୀତ ଓ ଭୁଗୁଦା କଟା ଆଶ୍ରମ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ଏ ବର୍ଷର ଶ୍ରେଷ୍ଠ ବିଦ୍ୟାଳୟ ପୁରସ୍କାର ପାଇଁ ମନୋନୀତ କରାଯାଇ ଥିଲା । ପରିଶେଷରେ କୃତି ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ ଅତିଥି ମାନଙ୍କ ଦ୍ଵାରା କରା ଯାଇ ଥିଲା । ଏଥିରେ ଶିକ୍ଷୟିତ୍ରୀ ସନ୍ତୋଷେ ପାଲ ଅତିଥି ପରିଚୟ ଓ ଶିକ୍ଷକ ସମ୍ବିତ ପାତ୍ର ଧନ୍ୟ ବାଦ୍ ଅର୍ପଣ କରି ଥିଲେ । ବିଦ୍ୟାଳୟ ର ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ଜ୍ୟୋତ୍ସ୍ନା ରାଣୀ ମହାନ୍ତ ପ୍ରତୀକ୍ଷା ନନ୍ଦୀ ସଞ୍ଜୟ ନାୟକ ରଶ୍ମି ରେଖାଦାସ ବାନଶ୍ରି ଉପାଧ୍ୟାୟ ଅନ୍ୟ କର୍ମ ଚାରିମାନେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ