ଜାତୀୟ ରାଜପଥ ମରାମତି ତଦାରଖ କଲେ ମନ୍ତ୍ରୀ ଖୁଣ୍ଟିଆ
କରଞ୍ଜିଆ,(ଜିତେନ୍ଦ୍ରରାଜ):ଯଶିପୁର ବଜାର ଦେଇ ଯାଇଥିବା ମୁମ୍ବାଇ କଲିକତା ଜାତୀୟ ରାଜପଥ ନମ୍ବର ୫୬ ଖାଲ ଗର୍ତ୍ତରେ ପରିପୂର୍ଣ୍ଣ ହୋଇ ବାରମ୍ବାର ଦୁର୍ଘଟଣା ଘଟୁଥିବା ବେଳେ ଖରାବେଳେ ଧୂଳି ଉଡି ପରିବେଶ ପ୍ରଦୂଷିତ ହେବା ସହିତ ଯାତାୟାତ କରୁଥିବା ଲୋକେ ଏହାଦ୍ୱାରା ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ
ଆଜି ଯଶିପୁର ବିଧାୟକ ତଥା ରାଜ୍ୟ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବାତ୍ୟା ଆଶ୍ରୟ ସ୍ଥଳୀ ପରିଦର୍ଶନରେ ଯିବା ସମୟରେ ବାତ୍ୟା ପରେ ଲଗାଣ ବର୍ଷାରେ ରାସ୍ତା ଅତ୍ୟନ୍ତ ବିପଦଜନକ ହୋଇଥିବା ଦେଖି ଫୋନ ଯୋଗେ ବିଭାଗୀୟ ଅଧିକାରୀଙ୍କୁ ତୁରନ୍ତ ରାସ୍ତା ମରାମତି ନିମନ୍ତେ ନିର୍ଦେଶ ଦେଇଥିଲେ ସନ୍ଧ୍ୟା ସମୟରେ ରାସ୍ତା ମରାମତି ଆରମ୍ଭ କରିଥିଲା ଠିକା ସଂସ୍ଥା ଶ୍ରୀଦୃର୍ଗା କନଷ୍ଟ୍ରକସନ କମ୍ପାନୀ ନିଜେ ମନ୍ତ୍ରୀ ନିଜ ସହଯୋଗୀଙ୍କ ସହିତ ମରାମତି ସ୍ଥାନରେ ଉପସ୍ଥିତ ରହି ରାସ୍ତା ମରାମତି କାମ ତଦାରଖ କରୁଥିବା ଦେଖିବାକୁ ମିଳିଥିଲା
ଏସମ୍ପର୍କ ରେ ମନ୍ତ୍ରୀ ନିଜ ପ୍ରତିକ୍ରିୟା ରେ ଯେତେଦିନ ପର୍ଯ୍ୟନ୍ତ ବାଇପାସ ରାସ୍ତା ନିର୍ମାଣ ନହୋଇଛି ରାସ୍ତା ସମସ୍ୟା ରହିବ କିନ୍ତୁ ବିଭାଗୀୟ ଅଧିକାରୀ ଓ ଠିକା ସଂସ୍ଥା କୁ ବର୍ତମାନ ରାସ୍ତା କୁ ଫେବର ବ୍ଲକ ପକାଇ ରାସ୍ତା କୁ ଯୁଧ୍ୟକାଳୀନ ଭିତ୍ତିରେ ମରାମତି କରି ଯାତାୟାତ ଉପଯୋଗୀ କରିବାକୁ ନିର୍ଦେଶ ଦେଇଥିଲି ଓ ଠିକା ସଂସ୍ଥା ଏହାର ମରାମତି ଆରମ୍ଭ କରିଛି କିଛି ଦିନ ମଧ୍ୟରେ ଏହା ଶେଷ ହେବ ଓ ଆଇନଗତ ସମସ୍ୟା ଶୀଘ୍ର ଦୂର ହୋଇ ଲୋକ କ୍ଷତିପୂରଣ ପାଇବା ପରେ ବାଇପାସ ନିର୍ମାଣ କାମ ମଧ୍ୟ ଆରମ୍ଭ ହେବ ବୋଲି ସୂଚନା ଦେଇଥିଲେ.