ଜାତୀୟ ଲୋକ ଅଦାଲତରେ ୧୬୦ଟି ମାମଲାର ଫଇସଲା୧କୋଟି.୩୩ଲକ୍ଷ ଜୋରିମାନା ଆଦାୟ

କେନ୍ଦ୍ରାପଡା,(ଯୁଗାବ୍ଦ ନ୍ୟୁଜ୍‌): କେନ୍ଦ୍ରାପଡାରେ ଶନିବାର ଜାତୀୟ ଲୋକ ଅଦାଲତ ଅନୁଷ୍ଟିତ ହୋଇଯାଇଛି । ଏଥିରେ ୬୯୦ଟି ମାମଲା ବିଚାର ପାଇଁ ପଞ୍ଜିକରଣ ହୋଇଥିବା ବେଳେ ସେଥିରୁ ୧୬୦ଟି ମାମଲାର ଫଇସଲା କରାଯାଇ ଏକ କୋଟି ୩୩ଲକ୍ଷ ୩୧ହଜାର ୬୩୧ଟଙ୍କା ୨୨ପଇସା ଜୋରିମାନା ଆଦାୟ ପାଇଁ ନିର୍ଦେଶ ଦିଆଯାଇଛି । ସେହି ମାମଲା ଗୁଡିକ ମଧ୍ୟରୁ ୧୦୪ଟି ଫୈାଜଦାରୀ କମ୍ପାଉଣ୍ଡେବଲ ଅଫେନ୍ସ ମାମଲା ବିଚାର ପାଇଁ ପଞ୍ଜିକରଣ କରାଯାଇଥିବା ବେଳେ ସେଥିରୁ ୪ଟିର ବିଚାର କରାଯାଇ ଫଇସଲା କରାଯାଇଥିବା ବେଳେ ଏନ.ଆଇ.ଆକ୍ଟର ୨୭୦ରୁ ୪୧ଟିର ଫଇସଲା କରାଯାଇଛି । ସେହିପରି ମନି ରିକଭରି ମାମଲା ୬୩ଟିରୁ ୧୮ଟିର ଫଇସଲା କରାଯାଇ ସେବାବଦକୁ ୪୩ଲକ୍ଷ,୮୦ହଜାର ୬୩୧ ଟଙ୍କା ୨୨ପଇସା ଜୋରିମାନା ଆଦାୟ ପାଇଁ ନିର୍ଦେଶ ଦିଆଯାଇଥିବା ବେଳେ ଏମ.ଏ.ସି.ଟି.ମାମଲା ୬୦ଟିରୁ ୨୭ଟିର ଫଇସଲା କରାଯାଇ ସେବାବଦକୁ ୮୯ଲକ୍ଷ ୫୧ହଜାର ଟଙ୍କା କ୍ଷତିପୁରଣ ପ୍ରଦାନ ନିମନ୍ତେ ନିର୍ଦେଶ ଦିଆଯାଇଛି । ବିବାହ ବିଛେଦ ଜନିତ ୮୯ଟିରୁ ୩୧ଟିର ବିଚାର କରାଯାଇ ଫଇସଲା କରାଯାଇଥିବା ବେଳେ ୧୦୪ଟି ଅନ୍ୟାନ୍ୟ ଦେୱାନୀ ମାମଲା ମଧ୍ୟରୁ ୩୮ ଟିର ବିଚାର କରାଯାଇ ଫଇସଲା କରାଯାଇଛି । ଉପରୋକ୍ତ ମାମଲା ଗୁଡିକୁ ଜିଲ୍ଲାଦୈାରାଜଜ ବାସୁଦେବ ପଣ୍ଡା, ପରିବାର ଅଦାଲତ ଜଜ ଅନୀତା ସାହୁ, ଅତିରିକ୍ତ ଜିଲ୍ଲାଜଜ ଏମ.ଆର.ଦୋରା, ମୁଖ୍ୟ ବିଚାର ବିଭାଗୀୟ ମ୍ୟାଜିଷ୍ଟ୍ରେଟ ଜ୍ଞାନରଞ୍ଜନ ପଟ୍ଟନାୟକ, ସିଭିଲ କୋର୍ଟ ରେଜିଷ୍ଟ୍ରାର ବିଶ୍ୱରଞ୍ଜନ ବେହେରା, କେନ୍ଦ୍ରାପଡା ଅତିରିକ୍ତ ବରିଷ୍ଠ ସିଭିଲ ଜଜ ସୋଭନ କାନୁନଗୋ, କେନ୍ଦ୍ରାପଡା ଜିଲ୍ଲା ଆଇନସେବା ପ୍ରାଧିକରଣ ସଚିବ ମଳୟ କୁମାର ପ୍ରଧାନ, କେନ୍ଦ୍ରାପଡା ବରିଷ୍ଠ ସିଭିଲ ଜଜ କୁମୁଦିନି ମୁଦୁଲି, କେନ୍ଦ୍ରାପଡା ଉପଖଣ୍ଡ ବିଚାର ବିଭାଗୀୟ ମ୍ୟାଜିଷ୍ଟ୍ରେଟ (ଏସ.ଡି.ଜେ.ଏମ.) ଦିଗବିଜୟ ଦାସ, କେନ୍ଦ୍ରାପଡା ସିଭିଲ ଜଜ ପ୍ରଜ୍ଞା ପୂଜାପ୍ରଦା, କେନ୍ଦ୍ରାପଡା ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମ୍ୟାଜିଷ୍ଟ୍ରେଟ ସର୍ମିଷ୍ଠା ଜେନା, କେନ୍ଦ୍ରାପଡା ଦ୍ୱିତିୟ ଶ୍ରେଣୀ ବିଚାର ବିଭାଗୀୟ ମ୍ୟାଜିଷ୍ଟ୍ରେଟ ପାରସ ପାଢୀ, କେନ୍ଦ୍ରାପଡା ଦ୍ୱିତିୟ ଶ୍ରେଣୀ ବିଚାର ବିଭାଗୀୟ ମ୍ୟାଜିଷ୍ଟ୍ରେଟ ସରିତା ପଣ୍ଡା, କେନ୍ଦ୍ରାପଡା ଦ୍ୱିତିୟ ଶ୍ରେଣୀ ବିଚାର ବିଭାଗୀୟ ମ୍ୟାଜିଷ୍ଟ୍ରେଟ ଜାରିନ ଖାନ, ପଟ୍ଟାମୁଣ୍ଡାଇ ବରିଷ୍ଠ ସିଭିଲ ଜଜ ହର ପ୍ରସାଦ ପାଢୀ, ପଟ୍ଟାମୁଣ୍ଡାଇ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମ୍ୟାଜିଷ୍ଟ୍ରେଟ ସାଲୋମି ସାହୁ, ପଟ୍ଟାମୁଣ୍ଡାଇ ଦ୍ୱିତିୟ ଶ୍ରେଣୀ ବିଚାର ବିଭାଗୀୟ ମ୍ୟାଜିଷ୍ଟ୍ରେଟ କିଶୋର କୁମାର କର, ଆଳି ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମ୍ୟାଜିଷ୍ଟ୍ରେଟ ପି.ସୀତାଲକ୍ଷ୍ମୀ , ରାଜନଗର ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମ୍ୟାଜିଷ୍ଟ୍ରେଟ ସନ୍ଧାନଜୀତ ପଣ୍ଡା ପ୍ରମୁଖ ବିଚାର କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ