ଜାତୀୟ ସଡକ ସୁରକ୍ଷା ଉପଲକ୍ଷେ ପିଡିଏଫ ପକ୍ଷରୁ ସଚେତନତା

କଣାସ, (ପାହାନ୍ତା ସିଂହ ଅଜଂଳୀ ସାହୁ):ଜାତୀୟ ସଡ଼କ ଉପଲକ୍ଷେ ଏକ ସଚେତନତା ଶିବିର ପିଡିଏଫ ପକ୍ଷରୁ ବିଜୟ ବିହାର ପରିସରରେ ସଂପାଦକ ବିରଞ୍ଚି ନାରାୟଣ ପରିଡାଙ୍କ ଅଧକ୍ଷତାରେ ଆନୁଷ୍ଠିତ ହୋଇଯାଇଛି।ସଡକ ଦୁର୍ଘଟଣା ରୋକିବା ପାଇଁ ଡିଭାଇଡର ସ୍ଥାପନ, ଜେବ୍ରା କ୍ରସିଂ ନିର୍ମାଣ, ଆଲୋକ ବ୍ୟବସ୍ଥା ଉପଲବ୍ଧ କରାଇବା, ବିଭିନ୍ନ ବଜାର ରେ ବେଆଇନ୍ ପାର୍କିଂ ତଥା ସଡକ ପାଶ୍ୱର୍ରେ ବେଆଇନ୍ ଜବର ଦଖଲ ଉଚ୍ଛେଦ, ଡ୍ରାଇଭରମାନଙ୍କ ଚକ୍ଷୁ ପରୀକ୍ଷା କରାଇବା, ହେଲମେଟବିହୀନ ଓ ମଦ୍ୟପାନ କରି ଗାଡି ଚଳାଉଥିବା ଚାଳକମାନଙ୍କ ଉପରେ ପ୍ରଶାସନ ଅଙ୍କୁଶ ଲଗାଇବା ପାଇଁ ଦାବି କରାଯାଇଥିଲା।ବିଶେଷ କରି ଦୁର୍ଘଟଣା ହାର ହ୍ରାସ କରିବା ସହିତ ସଡକ ସୁରକ୍ଷା ମାସ ପାଳନ ଅବସରରେ ଚଳିତ ମାସ ଦୁର୍ଘଟଣା ଶୂନ୍ୟରେ ରଖିବାକୁ ଆହ୍ୱାନ ଦିଆଯାଇଛି । ଚଳିତ ମାସ ୩୧ ତାରିଖ ପର୍ଯ୍ୟନ୍ତ ସଡକ ସୁରକ୍ଷା ମାସ ପାଳନ କରାଯାଉଥିବାରୁ ସଡକ ସୁରକ୍ଷା ମାସ ପାଳନ ଅବସରରେ ଡ୍ରାଇଭରମାନଙ୍କ ଚକ୍ଷୁ ପରୀକ୍ଷା କରାଇବା,ହେଲମେଟ ବ୍ୟବହାର, ସିଟ୍ ବେଲ୍ଟ ପରିଧାନ ସମେତ ଗାଡି ଚାଳନା ସମୟରେ ମୋବାଇଲ ଫୋନରେ ବାର୍ତାଳାପ ନ କରିବା, ମଦ୍ୟପାନ କରି ଗାଡି ଚାଳନାରୁ ନିବୃତ ରହିବା, ଦୃତ ଗତିରେ ଗାଡି ନ ଚଲାଇବା, ୧୮ ବର୍ଷରୁ କମ୍ ବୟସ୍କ ପିଲାମାନଙ୍କୁ ଯାନବାହନ ନ ଦେବା, ଓଭରଟେକ କରିବାରୁ ଯଥାସମ୍ଭବ ନିବୃତ ରହିବା ଆଦି ଉପରେ ଗୁରୁତ୍ୱ ଦେଇ ଚଳିତ ବର୍ଷର ବାର୍ତା ସଡକ ସୁରକ୍ଷା ପରିବାର ରକ୍ଷା କୁ ସଫଳ କରିବାକୁ ଆହ୍ୱାନ ଦିଆଯାଇଥିଲା।ଏହି ବୈଠକରେ ସ୍ୱେଚ୍ଛାସେବୀ ସଂଗଠନ ପିଡିଏଫ ର ଅଜଂଳୀ ସାହୁ, ଅବିନାଶ ପାହାନ୍ତାସିଂହ,ସୋର୍ଣ୍ଣଲତା ସ୍ୱାଇଁ, କେଦାର ଗଜେନ୍ଦ୍ର, ବିସ୍ମିତା ପାହାନ୍ତା ସିଂହ, ସସ୍ମିତା ଗଜେନ୍ଦ୍ର, ମହେଶ୍ୱର ପ୍ରଧାନ, ନିବେଦିତା,ସନ୍ତୋଷ କୁମାର ବେହେରା, ପ୍ରଦୋଶ ପାତ୍ର ପ୍ରମୁଖ କର୍ମକର୍ତ୍ତାମାନେ ଯୋଗ ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ