ଜାତୀୟ ସଡକ ସୁରକ୍ଷା ସଚେତନତା ମାସ ଆରମ୍ଭ

କେନ୍ଦୁଝର, (ଯୁଗାବ୍ଦ ନ୍ୟୁଜ):ଜାତୀୟ ସଡକ ସୁରକ୍ଷା ସଚେତନତା ମାସ ଗତ କାଲି ଠାରୁ ଆରମ୍ଭ ହୋଇଛି । ଏହି ଅବସରରେ ଆଜି ଓଏସ୍ଆର୍ଟିସି ପରିସରରେ ଡ୍ରାଇଭରଙ୍କ ଏକ ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ୭୦ରୁ ଉଦ୍ଧ୍ୱର୍ ଡ୍ରାଇଭରଙ୍କ ଚକ୍ଷୁ ପରୀକ୍ଷା କରାଯାଇଥିଲା । ଏଥିସହ ଜିଲ୍ଲା ରକ୍ତଭଣ୍ଡାର ପରିସରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ରକ୍ତଦାନ ଶିବିରରେ କେନ୍ଦୁଝର ଆଂଚଳିକ ପରିବହନ ବିଭାଗର କର୍ମଚାରୀଙ୍କ ସମେତ ଅନ୍ୟମାନେ ରକ୍ତଦାନ କରିଥିଲେ । ଏଥିରେ ୪୫ ୟୁନିଟ ରକ୍ତ ସଂଗୃହିତ ହୋଇଥିଲା । ଏହାବ୍ୟତୀତ ଆନନ୍ଦପୁର,ଘଟଗାଁ,ହାଟଡିହି,ଘଷିପୁରାରେ ପଥପ୍ରାନ୍ତ ନାଟକ ମାଧମ୍ୟରେ ଲୋକଙ୍କ ସଡକ ସୁରକ୍ଷା ସଚେତନତା ବାର୍ତ୍ତା ଦିଆଯାଇଛି । କେନ୍ଦୁଝର ଡିଏନ୍ ହାଇସ୍କୁଲରେ କନିଷ୍ଠ ଏବଂ ବରିଷ୍ଠ ବର୍ଗରେ ସ୍ଲୋଗାନ ଏବଂ ପେଣ୍ଟିଂ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । କେନ୍ଦୁଝର ଜିଲ୍ଲାରେ ସଡକ ସୁରକ୍ଷା ସଂପର୍କରେ ଜନ ସଚେତନତା ସୃଷ୍ଟି କରିବା ଉଦେ୍ଦଶ୍ୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଗତକାଲି ଏକ ସଚେତନତା ରଥର ଶୁଭାରମ୍ଭ ହୋଇଯାଇଛି । ସୂଚନାଯୋଗ୍ୟ ଯେ, କେନ୍ଦୁଝର ଜିଲ୍ଲାରେ ସଚେତନତା ଅଭାବରୁ ରାସ୍ତା ଦୁର୍ଘଟଣାଜନିତ ମୃତୁ୍ୟ ଏକ ସ୍ପର୍ଶକାତର ପ୍ରସଙ୍ଗ ହୋଇଥିବାବେଳେ ରାସ୍ତା ଦୁର୍ଘଟଣାରେ ଅନେକ ଧନଜୀବନ ନଷ୍ଟ ହେଉଛି । ଏ ସଂପର୍କରେ ସମସ୍ତେ ସଚେତନ ହୋଇ ନିଜେ ବଞ୍ଚି ଅନ୍ୟକୁ ବଞ୍ଚାଇବାର ସଂକଳ୍ପ ନେବାକୁ ଜନସାଧାରଣଙ୍କୁ ଅନୁରୋଧ କରାଯାଇଛି । ରାସ୍ତା,ଢାବା ଏବଂ ଭିଡ ସ୍ଥାନରେ ପଥପ୍ରାନ୍ତ ନାଟକ ଏବଂ କ୍ଷୁଦ୍ର ଚଳଚିତ୍ର କରାଯାଇ ଲୋକ ମାନଙ୍କୁ ଏ ସଂପର୍କରେ ସଚେତନ କରାଯାଉଛି । ରାସ୍ତା ଦୁର୍ଘଟଣାର ଅନେକ କାରଣ ଥିଲେ ହେଁ କେତେକ ପ୍ରମୁଖ କାରଣ ସଂପର୍କରେ ସଚେତନ ହେଲେ ଦୁର୍ଘଟଣାକୁ ଏଡାଇ ଦିଆଯାଇପାରିବ । ଗାଡିରେ ଓଭରଲୋଡିଂ ନ ନେବା,ଅଧିକ ବେଗରେ ଗାଡି ନ ଚଳାଇବା,ବିନା ଡ୍ରାଇଭିଂ ଲାଇସେନ୍ସରେ ଗାଡି ନ ଚଳାଇବା,ଟ୍ରାଫିକ୍ ନିୟମ ମାନିବା,ମାଲବାହୀ ଗାଡିରେ ଯାତ୍ରୀ ନେବା ଆଣିବା ନକରିବା,ନିଶାଦ୍ରବ୍ୟ ସେବନ କରି ଗାଡି ନ ଚଳେଇବା,ଦୁଇଚକିଆ ଯାନ ଚଳାଇବାବେଳେ ସର୍ବଦା ହେଲମେଟ ବ୍ୟବହାର କରିବା,ଚାରିଚକିଆ ଯାନ ଚଳାଇବାବେଳେ ସିଟବେଲ୍ଟ ବ୍ୟବହାର କରିବା,ଗାଡି ଚଳାଇବାବେଳେ ମୋବାଇଲ ଫୋନ ବ୍ୟବହାର ନ କରିବା,ନିର୍ଦ୍ଧାରିତ ରାସ୍ତାରେ ଗାଡି ଚଳାଇବା ଇତ୍ୟାଦି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ପଥପ୍ରାନ୍ତ ନାଟକ ଦ୍ୱାରା ସଚେତନ କରାଯାଉଛି । ଟ୍ରାଫିକ ନିୟମ ଉଲଂଘନ କଲେ ଉଲଂଘନକାରୀଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ ଦଣ୍ଡ,ଜୋରିମାନା ଏବଂ ଜେଲ ବ୍ୟବସ୍ଥା ରହିଛି ବୋଲି ଆଂଚଳିକ ପରିବହନ ଅଧିକାରୀ ଇଂ ଗୋପାଳ କୃଷ୍ଣ ଦାସ କହିଛନ୍ତି ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ