ଜାନୁଆରୀ ୧୪,୧୫ ଓ ୧୬ ତାରିଖରେ ମାରଦା ମହୋତ୍ସବ
ପୋଲସରା, (ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲାର ପୋଲସରା ବ୍ଲକ ଅନ୍ତର୍ଗତ ମଥୁରା ପଞ୍ଚାୟତର ଶରଣ ଶ୍ରୀକ୍ଷେତ୍ର ମାରଦା ମନ୍ଦିର ପରିସର ମଧ୍ୟରେ ମାରଦା ମହୋତ୍ସବ ପାଇଁ ପ୍ରଭାକର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ସର୍ବସମ୍ମତି କ୍ରମେ ମାରଦା ମହୋତ୍ସବ ଆସନ୍ତା ୨୦୨୫ ମସିହାର ଜାନୁଆରୀ ୧୪,୧୫ ଓ ୧୬ ତିନି ଦିନ ଧରି ମାରଦା ମନ୍ଦିର ନିକଟରେ ଅନୁଷ୍ଠିତ ହେବାକୁ ସ୍ଥିର ହୋଇଥିଲା। ମହୋତ୍ସବ ପରିଚାଳନା ପାଇଁ ଏକ କମିଟି ଗଠନ କରାଯାଇଥିଲା। ସଭାପତି ଭାବେ ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ଏବଂ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ମନୋନୀତ ହୋଇଥିବା ବେଳେ କାର୍ଯ୍ୟକାରି ସଭାପତି ପ୍ରଭାକର ପଣ୍ଡା, ସାଧାରଣ ସମ୍ପାଦକ ଭବାନୀ ଶଙ୍କର ରଥ, ସମୀକ୍ଷକ ଦୀପକ କୁମାର ପ୍ରଧାନ, ଉପସଭାପତି ମୋତିରାମ ସାହୁ, ସହ ସମ୍ପାଦକ ପବିତ୍ର ନାୟକ, କୋଷାଧ୍ୟକ୍ଷ କାମ୍ପ ବାଢେଇ ଓ ୩୧ ଜଣ ସଦସ୍ୟଙ୍କୁ ମନୋନୀତ କରାଯାଇ ବିଭିନ୍ନ କମିଟି ଗଠନ କରାଯାଇଥିଲା। ଆସନ୍ତା ଡିସେମ୍ବର ୧୬ ତାରିଖରେ ଶୁଭଖୁଣ୍ଟି ସ୍ଥାପନ କରାଯିବ ବୋଲି ନିଷ୍ପତ୍ତି ହୋଇଥିଲା। ସ୍ମରଣିକା ନିମନ୍ତେ “ଐତିହ୍ୟ ଓ ଜଗନ୍ନାଥ ସଂସ୍କୃତି” ଉପରେ ଆଧାରିତ ଲେଖା ଆସନ୍ତା ଡିସେମ୍ବର ୨୦ ତାରିଖ ସୁଦ୍ଧା ରାଧାଶ୍ୟାମ ପଣ୍ଡାଙ୍କ ନିକଟରେ ଦାଖଲ କରିବାକୁ ସ୍ଥିର ହେଲା। ବୈଠକରେ ଶ୍ୟାମ ସୁନ୍ଦର ସାହୁ, ଆରତୀ ଦେବୀ, ରୀନା ଦେବୀ, ଡ.ସୁଶାନ୍ତ କୁମାର ସାହୁ, ଆଇନଜିବୀ ରମେଶ ଚନ୍ଦ୍ର ପ୍ରଧାନ, ସଦାଶିବ ନାୟକ, ରଘୁନାଥ ପଣ୍ଡା, ମହେଶ୍ବର ପରିଡ଼ା, ଦୀପକ ପଲେଇ, ମଙ୍ଗଳୁ ସାହୁ, ଜଗବନ୍ଧୁ ମହାପାତ୍ର, ସୁରେନ୍ଦ୍ର ପାଣିଗ୍ରାହି, ଦେବାଶିଷ ସ୍ୱାଇଁ, ମନୋଜ କୁମାର ଖଟୁଆ, ପଞ୍ଚୁ ଦାଶ , ନୀଳ ମାଧବ ସାହୁ, ଧୋବା ସାହୁ, ପ୍ରସନ୍ନ କୁମାର ଡାକୁଆ, ରାମକୃଷ୍ଣ ବାରିକ, ଶରତ କୁମାର ନାୟକ, ଟୁଟୁ ସାହୁ, ସମୀର କୁମାର ନାହାକ, ଗୋପାଳ ଦଳେଇ, ନୀଳମାଧବ ସାହୁ, ଗଣପତି ଲେଙ୍କା, ଗଣପତି ଲେଙ୍କାଙ୍କ ସମେତ ସଭ୍ୟମାନେ ଏହି ବୈଠକରେ ଉପସ୍ଥିତ ଥିଲେ। ଶେଷରେ ରାଜେନ୍ଦ୍ର ପ୍ରସାଦ ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ।