ଜାନୁଆରୀ ୨୦ ଜାତୀୟ ଉଠାଦୋକାନୀ ଦିବସ
ଭୁବେନଶ୍ୱର, (ଯୁଗାବ୍ଦ ନ୍ୟୁଜ):ଦୀର୍ଘଦିନର ସଂଗ୍ରାମ ପରେ କେନ୍ଦ୍ର ସରକାର ଉଠାଦୋକାନୀ ମାନଙ୍କ ପାଇଁ ଏକ ଜାତୀୟ ଉଠାଦୋକାନ ନୀତି ୨୦୧୪ ମସିହା ଜାନୁଆରୀ ୨୦ ତାରିଖ ଦିନ ପାର୍ଲାମେଣ୍ଟରେ ପାରିତ କରିଥିଲେ । ଯାହାକି ସାରା ଭାରତବର୍ଷରେ ଥିବା ୫କୋଟି ଉଠାଦୋକାନୀ ଓ ସେମାନଙ୍କ ପରିବାରର ଜୀବନ ଜୀବିକା ପାଇଁ ପଥ ପରିସ୍କାର ହୋଇଥିଲା । ଏହି ଉଠାଦୋକାନୀ ଆଇନରେ ଉଠାଦୋକାନୀମାନଙ୍କ ଥଇଥାନ, ଟାଉନ ଭେଣ୍ଡିଂ କମିଟି ଗଠନ, ଉଠାଦୋକାନୀ ମାନଙ୍କୁ ପରିଚୟ ପତ୍ର ପ୍ରଦାନ ଠାରୁ ଆରମ୍ଭ କରି ବହୁ ଗୁରୁତ୍ୱପୂର୍ଣ୍ଣ ବିଷୟ ଉଲ୍ଲେଖ କରାଯାଇଛି । ପାର୍ଲାମେଣ୍ଟରେ ପାରିତ ହୋଇଥିବାରୁ ଓ ଉଠାଦୋକାନୀମାନେ ସେମାନଙ୍କର ମୌଳିକ ଅଧିକାର ପାଇଥିବାରୁ ପ୍ରତିବର୍ଷ ଜାନୁଆରୀ ୨୦ ତାରିଖକୁ ସାରା ଭାରତବର୍ଷରେ ଜାତୀୟ ଉଠାଦକୋନୀ ଦିବସ ଭାବରେ ପାଳନ କରାଯାଇଥାଏ ।ପ୍ରତ୍ୟେକ ବର୍ଷ ଓଡ଼ିଶାରେ ଭୁବନେଶ୍ୱର, କଟକ, ପୁରୀ, ସମ୍ବଲପୁର, ବ୍ରହ୍ମପୁର, ରାଉରକେଲା ସହର ଗୁଡ଼ିକରେ ଏହି ଦିବସକୁ ମହା ସମାରୋହରେ ପାଳନ କରି ଉଠାଦୋକାନୀମାନେ ଖୁସି ମନାଇଥାନ୍ତି । ଚଳିତବର୍ଷ ନିଖିଳ ଉତ୍କଳ କ୍ଷୁଦ୍ର ବ୍ୟବସାୟୀ ଓ ଭେଣ୍ଡିଂଜୋନ ସୁରକ୍ଷା ଟ୍ରଷ୍ଟ ଏବଂ ନିଖିଳ ଓଡ଼ିଶା ରାସ୍ତାପାଶ୍ୱର୍ ଉଠାଦୋକାନୀ ମହସଂଘର ମିଳିତ ସହଯୋଗରେ ଭୁବନେଶ୍ୱର ସମେତ ଓଡ଼ିଶାର ବିଭିନ୍ନ ଜାଗାରେ ଏହି ଦିବସକୁ ପାଳନ କରିବାକୁ ସ୍ଥିର କରାଯାଇଥିବାରୁ ଆସନ୍ତା ଜାନୁଆରୀ ୨୦ ତାରିଖ ଦିନ ପ୍ରତ୍ୟେକ ଉଠାଦୋକାନ, ଭେଣ୍ଡିଂଜୋନ ଓ କିଓସ୍କୋଗୁଡ଼ିକ ବନ୍ଦ ରହିବ ବୋଲି ସଂଗଠନର ରାଜ୍ୟ ସଭାପତି ଶ୍ରୀଯୁକ୍ତ ପ୍ରତାପ କୁମାର ସାହୁ ଏକ ପ୍ରେସ୍ ବିଜ୍ଞପ୍ତିରେ ଜଣାଇଛନ୍ତି ।ଉଠାଦୋକାନୀମାନେ ସାଧାରଣତଃ ଗ୍ରାହକମାନଙ୍କୁ ମୌଳିକ ସେବା ଯୋଗାଇଥାନ୍ତି । ଜାନୁଆରୀ ୨୦ ତାରିଖ ଦିନ ଏହି ସେବା ଯୋଗାଇପାରୁ ନଥିବାରୁ ଏବଂ ଖାଉଟିମାନେ ହଇରାଣ ହରକତ ନହେବା ପାଇଁ ଶ୍ରୀଯୁକ୍ତ ସାହୁ ଅନୁରୋଧ କରିଛନ୍ତି । ଏହି ଦିବସରେ ଏକ ରାଜ୍ୟସ୍ତରୀୟ ମହାସମାବେଶ ରାଜମହଲ ଛକରୁ ବାହାରି ୟୁନିଟ୍-୧ ଫଳ ଭେଣ୍ଡିଂଜୋନ ଠାରେ ପହଞ୍ôଚବ । ସେଠାରେ ଏକ ସାଧାରଣ ସଭା ଅନୁଷ୍ଠିତ ହେବ । ଏହି ସଭାରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେବାକୁ ମହାସଂଘ ପକ୍ଷରୁ ନିବେଦନ କରାଯାଇଛି ।