ଜାମିନିପୁର ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ କ୍ରୀଡା ଉତ୍ସବ

ହାଟଡିହି, (ବିକାଶ ବିଶ୍ୱାଳ):ଜାମିନିପୁର ପ୍ରାଥମିକ ବିଦ୍ୟାଳୟର ବାର୍ଷିକ କ୍ରୀଡା ଉତ୍ସବ ୨୦୨୪/୨୫ କୁ ମୁଖ୍ୟ ଅତିଥି ଭାବରେ ଶାଳଣିଆଁ କ୍ଲଷ୍ଟର ର ସି.ଆର୍.ସି.ସି ଜତୀବ୍ରତ ସ୍ବାଇଁ ଉଦଘାଟନ କରିଥିଲେ। ଉକ୍ତ କ୍ରୀଡା ପ୍ରତିଯୋଗିତାରେ ଦୌଡ଼, ବେଲୁନ ଫୁଟା, ଗଣିତ ରେସ, ହାଣ୍ଡି ପିଟା, ଦୌଡି ଡିଆଁ ଆଦି ଖେଳ କୁଦ କରାଯାଇଥିଲା । ବିଦ୍ୟାଳୟର ୮୮ ଜଣ ଛାତ୍ର ,ଛାତ୍ରୀ ପ୍ରତିଯୋଗିତାରେ ଭାଗ ନେଇଛନ୍ତି । ପ୍ରଧାନ ଶିକ୍ଷକ ଶ୍ରୀ ପ୍ରଦୀପ କୁମାର ନାୟକ ଙ୍କ ନେତୃତ୍ୱରେ ଶିକ୍ଷକ ପ୍ରକାଶ କୁମାର ଖେଳ ପରିଚାଳନା କରିଥିଲେ । ଶିକ୍ଷୟତ୍ରୀ ଶ୍ରୀମତୀ ପ୍ରତିମା ଖଟୁଆ ,ମମତା ଧଳ, ବିଜୟ କୁମାର ସ୍ବାଇଁ, ପ୍ରକାଶ କୁମାର ନାୟକ ଖେଳ ପରିଚାଳନା ରେ ସହଯୋଗ କରିଥିଲେ । ଏସ.ଏମ.ସି ର ଅଧକ୍ଷ ସରୋଜ କୁମାର ଓ ଅନ୍ୟାନ୍ୟ ସଭ୍ୟ, ସଭ୍ୟା ଉକ୍ତ ଉତ୍ସବରେ ଉପସ୍ଥିତ ରହି ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ