ଜିନ୍ଦଲ ଫାଉଣ୍ଡେସନ ପକ୍ଷରୁ ମାଟ୍ରିକ ମେଧାବୃତ୍ତି ପ୍ରଦାନ

ଯୋଡ଼ା, (ସମୀର କୁମାର ଦାସ):ପାରିପାର୍ଶ୍ୱିକ ଅଞ୍ଚଳରେ ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ସଂସ୍କୃତି ଓ କ୍ରୀଡ଼ାର ବିକାଶ ପାଇଁ ସବୁ ବେଳେ ଜିନ୍ଦଲ ଷ୍ଟିଲ ଏଣ୍ଡ ପାଓ୍ୱାର (ଜେଏସପି) ପ୍ରତିଶ୍ରୁତିବଦ୍ଧ। ଏହି କ୍ରମରେ ଜେଏସପିର ସାମାଜିକ ସଂସ୍ଥା ଜିନ୍ଦଲ ଫାଉଣ୍ଡେସନ ପକ୍ଷରୁ ପାରିପାର୍ଶ୍ୱିକ ଅଞ୍ଚଳର ମେଧାବୀ ଛାତ୍ରଛାତ୍ରୀଙ୍କୁ ମାଟ୍ରିକ ବୃତ୍ତି ପ୍ରଦାନ ସହ ସମ୍ବର୍ଦ୍ଧିତ କରାଯାଇଛି। ୨୦୨୪ ମାଟ୍ରିକ ପରୀକ୍ଷାରେ ଷାଠିଏ ପ୍ରତିଶତରୁ ଅଧିକ ନମ୍ବର ରଖିଥିବା କୃତୀ ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ଅଭିଭାବକଙ୍କ ଉପସ୍ଥିତିରେ ଏହି ବୃତ୍ତି ପ୍ରଦାନ କରାଯାଇଛି।ଜନଜୀବିକା କେନ୍ଦ୍ରରେ ଆୟୋଜିତ ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଦେଓଝର ସରପଞ୍ଚ ଶ୍ରୀ ଧ୍ରୁବଚରଣ ନାଏକ, ଦେଓଝର ପଞ୍ଚାୟତ ସମିତି ସଭ୍ୟ ଶ୍ରୀମତୀ ଲକ୍ଷ୍ମୀ ମୁଣ୍ଡା, ଜେଏସପିର ଏଚଆର ଏଣ୍ଡ ଇଏସ ମୁଖ୍ୟ ଶ୍ରୀ ଆଶିଷ ରଞ୍ଜନ ମହାନ୍ତି, ବଡ଼ବିଲ ୟୁନିଟର ସିଏସଆର ମୁଖ୍ୟ ଶ୍ରୀ ଭର୍ଜିଲ ଲାକ୍ରା ପ୍ରମୁଖ ଯୋଗଦେଇଥିଲେ। ସରପଞ୍ଚ ଶ୍ରୀ ନାଏକ ଓ ସମିତି ସଭ୍ୟ ଶ୍ରୀମତୀ ମୁଣ୍ଡା ଜିନ୍ଦଲ ଫାଉଣ୍ଡେସନ ପକ୍ଷରୁ ଚାଲିଥିବା ବିଭିନ୍ନ କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ। ଏହି ବୃତ୍ତି ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଠନରେ ବହୁତ ସହାୟକ ହେବ ବୋଲି ସେମାନେ କହିଥିଲେ।ଶ୍ରୀ ମହାନ୍ତି ତାଙ୍କ ଅଭିଭାଷଣରେ କହିଥିଲେ ଯେ, ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଶିକ୍ଷା ସହ ଉତ୍ତମ ସଂସ୍କାର ମଧ୍ୟ ଦରକାର। ମୋବାଇଲ ଫୋନର ଅଯଥା ବ୍ୟବହାରରୁ ନିଜକୁ ଦୂରେଇ ରଖିବା ପାଇଁ ଶ୍ରୀ ମହାନ୍ତି ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ। ଏବଂ ଛାତ୍ରଛାତ୍ରୀମାନଙ୍କର ଏହି ସଫଳତା ପାଇଁ ସେ ଅଭିଭାବକମାନଙ୍କୁ ପ୍ରଶଂସା ମଧ୍ୟ କରିଥିଲେ। ଏହି କାର୍ଯ୍ୟକ୍ରମରେ ଦେଓଝରସ୍ଥିତ ଧବେଳେଶ୍ୱର ଉଚ୍ଚ ମାଧ୍ୟମିକ ସ୍କୁଲର ପ୍ରଧାନ ଶିକ୍ଷକ ବିଜୟ କୁମାର ନାୟକ, ବିଲେଇପଦା ହାଇସ୍କୁଲର ପ୍ରଧାନଶିକ୍ଷକ ପରେଶ ଚନ୍ଦ୍ର ପ୍ରଧାନ, କଣ୍ଡ୍ରା ସ୍ଥିତ ବାସୁଦେବପୁର କନ୍ୟାଶ୍ରମର ପ୍ରଧାନଶିକ୍ଷକ ପୂର୍ଣ୍ଣଚନ୍ଦ୍ର ନାଏକ ଉପସ୍ଥିତ ଥିଲେ। ସମସ୍ତ ଶିକ୍ଷକ ଓ ଅଭିଭାବକ ଜିନ୍ଦଲ ଫାଉଣ୍ଡେସନକୁ ଧନ୍ୟବାଦ ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ