ଜିଲ୍ଲାସ୍ତରୀୟ ଅନ୍ତର୍ଜାତୀୟ ଶିଶୁ କନ୍ୟା ଦିବସ ୨୦୨୪ ପାଳିତ

ବାଲେଶ୍ୱର, (ସରୋଜ ପଣ୍ଡା):ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ ଆନୁକୂଲ୍ୟରେ ବାଲେଶ୍ୱର ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଏବଂ ଜିଲ୍ଲା ସମାଜ ମଙ୍ଗଳ ବିଭାଗ ପକ୍ଷରୁ ଜିଲ୍ଲାସ୍ତରୀୟ ଅନ୍ତର୍ଜାତୀୟ ଶିଶୁ କନ୍ୟା ଦିବସ ଆଜି ପୂର୍ବାହ୍ନ ଘ. ୧୧ ମି ସମୟରେ ସ୍ଥାନୀୟ ସଦ୍ଭାବନା ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି I ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରେ ମାନ୍ୟବର ସଦର ବିଧାୟକ ଶ୍ରୀ ମାନସ ଦତ୍ତ, ମାନ୍ୟବର ଅଧ୍ୟକ୍ଷ ଜ଼ିଲ୍ଲାପରିଷଦ ଶ୍ରୀ ନାରାୟଣ ପ୍ରଧାନ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସୁଧାକର ନାୟକ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସୁଶ୍ରୀ ଐଶ୍ଵର୍ଯ୍ୟା ସାମନ୍ତ, ବାଲେଶ୍ୱର ନାରୀସଂଘ ସଭାପତି ଗୋପାମୁଦ୍ରା ମହାପାତ୍ର, ସଭାପତି ବିଏଡିସି ଶ୍ରୀ ଗୋପାଳ କୃଷ୍ଣ କର, ଶିଶୁ ମଙ୍ଗଳ ସମିତି ସଦସ୍ୟ ଶ୍ରୀ ଶତ୍ରୁଘ୍ନ ମଲ୍ଲିକ ଏବଂ ଶ୍ରୀମତୀ ଅନିତା କର, ପ୍ରକଳ୍ପ ଅଧିକାରୀ ସଦର ଶ୍ରୀମତୀ ସୁବର୍ଣ୍ଣମଣି ବେହେରା ପ୍ରମୁଖ ମଞ୍ଚାସୀନ ଥିବା ବେଳେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀମତୀ ଦେବାଙ୍ଗନା ବାରିକ ସଭା ପରିଚାଳନା କରିଥିଲେ I ସଭା ପ୍ରାରମ୍ଭରେ ଶପଥ ପାଠ ହେବା ସହିତ ଦସ୍ତଖତ ଅଭିଯାନର ଶୁଭାରମ୍ଭ କରାଯାଇଥିଲା I ଉକ୍ତ ସଭାରେ ମଞ୍ଚାସୀନ ଅତିଥିମାନେ କନ୍ୟା ସନ୍ତାନ ମାନେ କିପରି ସମାଜରେ ଆଗକୁ ଆସି ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିବେ ସେ ସମ୍ପର୍କରେ ବାର୍ତ୍ତା ଦେଇଥିଲେ I ସମାଜ ତଥା ପରିବାରରେ ଲିଙ୍ଗଗତ ବୈଷମତାକୁ ଦୂର କରି କିପରି ସବୁ ଝିଅମାନେ ପାଠ ପଢି ଆଗକୁ ଯାଇ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିବେ ସେ ସମ୍ପର୍କରେ ଆଲୋଚନା କରାଯାଇଥିଲା I ଶେଷରେ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା I
ଏଠାରେ ପ୍ରକାଶ ଥାଉ କି ପ୍ରତି ବର୍ଷ ଅକ୍ଟୋବର ୧୧ ତାରିଖରେ ଅନ୍ତର୍ଜାତୀୟ ଶିଶୁ କନ୍ୟା ଦିବସ ପାଳନ କରାଯାଇ ଥାଏ I ଏହି ଅବସରରେ ସରକାରଙ୍କ ନିର୍ଦେଶକ୍ରମେ ଅକ୍ଟୋବର ୨ ଠାରୁ ଅକ୍ଟୋବର ୧୧ ପର୍ଯ୍ୟନ୍ତ ଜିଲ୍ଲାର ପ୍ରତ୍ୟେକ ଅଙ୍ଗନବାଡି, ବ୍ଲକ ଏବଂ ଜିଲ୍ଲାସ୍ତରରେ ବିଭିନ୍ନ କାର୍ଯ୍ୟକ୍ରମ ଜାରି ରହି ଅଛି I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ