ଜିଲ୍ଲାସ୍ତରୀୟ ଆନ୍ତଃ କ୍ଲବ ଫୁଟବଲ ଚମ୍ପିୟାନସିପ ପାଇଁ ଖେଳାଳି ପଞ୍ଜିକରଣ
ମୟୁରଭଞ୍ଜ,(ମୁରାରୀ ମୋହନ ମହାପାତ୍ର): ଫୁଟବଲ ଏସୋସିଏସନ ଅଫ ଓଡିଶା ଆନୁକୂଲ୍ୟରେ ମୁଖ୍ୟମନ୍ତ୍ରୀ କପ – ୨୦୨୫ ପାଇଁ ଜିଲ୍ଲା ସ୍ତରୀୟ ଆନ୍ତଃ କ୍ଲବ ଫୁଟବଲ ଚମ୍ପିୟାନସିପ ଅନୁଷ୍ଠିତ ହେବାକୁ ଯାଉଅଛି I ଏହି ଅବସରରେ ମୟୁରଭଞ୍ଜ ଜିଲ୍ଲାର ବିଭିନ୍ନ କ୍ଲବ ଜରିଆରେ ୧୫ ବର୍ଷରୁ କମ ଖେଳାଳିମାନେ ନିଜନିଜର ନାମ ବାରିପଦା ଷ୍ଟାଡିୟମ ଅଫିସରେ ପଞ୍ଜିକରଣ କରିପାରିବେ ବୋଲି ମୟୁରଭଞ୍ଜ ଏଥଲେଟିକ ଏସୋସିଏସନର ସାଧାରଣ ସମ୍ପାଦକ ବିଜୟ କୁମାର ଦାସ ଜଣାଇଛନ୍ତି I ପଞ୍ଜିକରଣ ପାଇଁ ଡିଜିଟାଲ ଜନ୍ମ ପ୍ରମାଣ ପତ୍ର, ଆଧାର କାର୍ଡ ଓ ୨ଟି ପାସପୋର୍ଟ ଫୋଟୋ ଆବଶ୍ୟକ ବୋଲି ଫୁଟବଲ ସହ ସମ୍ପାଦକ ଅମର କୁମାର ସେଠିଙ୍କ ସୂତ୍ରରୁ ପ୍ରକାଶ I ଚଳିତ ମାସ ୧୦ ତାରିଖ ସୁଦ୍ଧା କ୍ଲବ ମ୍ୟାନେଜର ନିଜ କ୍ଲବର ପଞ୍ଜିକରଣ କରିବାକୁ ଅନୁରୋଧ I ଅଧିକ ଜାଣିବା ପାଇଁ ୯୪୩୮୭୮୮୦୮୮ ଓ ୯୪୩୭୧୧୪୮୬୩ ନଂ ରେ ଯୋଗାଯୋଗ କରିପାରିବେ ବୋଲି ଶ୍ରୀ ଦାସ ଜଣାଇଛନ୍ତି I