ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ସଚେତନତା ଶିବିର
ନବରଙ୍ଗପୁର,(ୱାଇଏନଏସ): ନବରଙ୍ଗପୁର ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ କୁକୁଡାବାଇ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ “ପ୍ରବାସୀ ଶ୍ରମିକ ମାନଙ୍କର ବିଭିନ ପ୍ରସଙ୍ଗ ଓ ନାବାଳକ ନ୍ୟାୟ ଯତ୍ନ ଏବଂ ଶିଶୁ ମାନଙ୍କର ସୁରକ୍ଷା ଆଇନ” କୁ ନେଇ ଏକ ଆଇନ ସଚେତନତା ଶିବିର ଅନୁଷ୍ଟିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁରର ଅଧ୍ୟକ୍ଷ ତଥା ଜିଲ୍ଲା ଦୌରାଜର୍ଜ ସୁବ୍ରତ ମହାନ୍ତିଙ୍କ ନିର୍ଦେଶ କ୍ରମେ ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଶ୍ରୀମତୀ ସାଇ ଅଭୀପ୍ସା ଗୋଛାୟତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସମସ୍ତଙ୍କୁ ପ୍ରବାସୀ ଶ୍ରମିକ ମାନଙ୍କର ବିଭିନ୍ନ ପ୍ରସଙ୍ଗ ଓ ନାବାଳକ ନ୍ୟାୟ ଯତ୍ନ ଏବଂ ଶିଶୁ ମାନଙ୍କର ସୁରକ୍ଷା ଆଇନ ବିଷୟରେ ଆଲୋକପାତ କରିଥିଲେ। ଅନ୍ୟାନ୍ୟ ଅତିଥି ମାନଙ୍କ ମଧ୍ୟରେ ଶ୍ରୀ ଛୋଟରାୟ ଟୁଡୁ, ଜିଲ୍ଲା ଶ୍ରମ ଅଧିକାରୀ, ଶ୍ରୀମତୀ କିଶୋରୀ ପଟ୍ଟନାୟକ ତାଲିକାଭୁକ୍ତ ଆଇନଜୀବି, ଶ୍ରୀ ରାଜ କିଶୋର ନାଗ, ଉପ ମୁଖ୍ୟ ଆଇନ ସହାୟତା ପ୍ରତିରକ୍ଷା ପରାମର୍ଶଦାତା,ଶ୍ରୀମତୀ ରତ୍ନା ଯାନୀ, ସରପଞ୍ଚ କୁକୁଡାବାଇ ଗ୍ରାମ ପଞ୍ଚାୟତ, ଏବଂ ଶ୍ରୀ ପ୍ରବୀଣ କୁମାର ପ୍ରଧାନ ପୀ ଈ ଓ, କୁକୁଡାବାଇ ଗ୍ରାମ ପଞ୍ଚାୟତ ପ୍ରମୁଖ ଯୋଗ ଦେଇଥିଲେ, ଏହି ଶିବିରରେ ଓଡିଶା ଅଣସଂଗଠିତ ସାମାଜିକ ସୁରକ୍ଷ୍ୟା ବୋର୍ଡ ଅଧୀନରେ ୧୫ ଜଣଙ୍କୁ ଅଣସଂଗଠିତ ଶ୍ରମିକ ପରିଚୟ ପତ୍ର ଓ ମୃତ୍ୟୁକାଳୀନ ସହାୟତା ବାବଦକୁ ୮ ଜଣ ହିତାଧିକାରୀଙ୍କୁ ମୋଟ ଟଙ୍କା ୧୨ ଲକ୍ଷର ସହାୟତା ପ୍ରଦାନ କରାଯାଇଥିଲା ।