ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଆଇନ ସଚେତନତା ଶିବିର

ନବରଙ୍ଗପୁର,(ୱାଇଏନଏସ) ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁର ତରଫରୁ ନୋଡାଲ ସରକାରୀ ଉଚ୍ଚ ମାଧ୍ୟମିକ, ବିକ୍ରମପୁର ସମ୍ମିଳନୀ କକ୍ଷରେ “କର୍ମ କ୍ଷେତ୍ରରେ ମହିଳା ମାନଙ୍କ ଉପରେ ହେଉଥିବା ଯୌନ ନିର୍ଯାତନା ଓ ତାର ପ୍ରତିରୋଧ, ନିଷେଧ ଏବଂ ପୁନ ନିର୍ମାଣ ଆଇନ ୨୦୧୩ ” ଓ ବରିଷ୍ଟ ନାଗରିକ ମନଙ୍କର ଅଧିକାର ଓ କର୍ତବ୍ୟ ଉପରେ ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁର ଅଧ୍ୟକ୍ଷ ତଥା ଜିଲ୍ଲା ଦୌରାଜର୍ଜ ସୁବ୍ରତ ମହାନ୍ତିଙ୍କ ନିର୍ଦେଶ କ୍ରମେ ଆୟୋଜିତ ହୋଇଥିଲା । ଏହି ଶିବିରରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଶ୍ରୀମତୀ ସାଇ ଅଭୀପ୍ସା ଗୋଚ୍ଛୟତ ମଞ୍ଚାସିନ ହୋଇଥିଲେ ଏଠାରେ ଅନ୍ୟାନ୍ୟ ଅତିଥି ଭାବେ ଉପ ଭାରପ୍ରାପ୍ତ ଅଧିକ୍ଷକ ଶ୍ରୀମତୀ ଦିବ୍ୟ କାନ୍ତି ଲ।କ୍ରା, ପାନେଲ ଲୟାର ଶ୍ରୀମତୀ କିଶୋରୀ ପଟ୍ଟନାୟକ, ସ୍କୁଲର ପ୍ରଧାନ ଶିକ୍ଷକ ନୀଳକଣ୍ଠ ବେହେରା, ସଖୀ ସେନ୍ଟର ପରାମର୍ଶ ଦାତା ସ୍ମରଣିକା ପଟ୍ଟନାୟକ ପ୍ରମୁଖ ଯୋଗ ଦେଇ ପିଲା ମାନଙ୍କ ପାଇଁ ଥିବା ବିଭିନ୍ନ ଆଈନ ବିଷୟରେ ସଚେତନ କରାଇଥିଲେ । ଶେଷରେ ନୋଡାଲ ସରକାରୀ ଉଚ୍ଚ ମାଧ୍ୟମିକ, ବିକ୍ରମପୁର ସ୍କୁଲର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ନୀଳକଣ୍ଠ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମ ଜିଲ୍ଲା ଆଈନ ସେବା ପ୍ରାଧିକରଣ ଦ୍ଵାରା ପରିଚାଳନା କରାଯାଇଥିଲା

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ