ଜିଲ୍ଲା କଂଗ୍ରେସ ତରଫରୁ ପୁର୍ବତ୍ତନ ପ୍ରଧାନମନ୍ତ୍ରୀ ଡ଼.ମନମୋହନ ସିଂ ଙ୍କ ଶୋକସଭା ଅନୁଷ୍ଠିତ

ବାଲେଶ୍ୱର, (ସରୋଜ ପଣ୍ଡା):ଶୁକ୍ରବାର ବାଲେଶ୍ୱର ଜିଲ୍ଲା କଂଗ୍ରେସ ତରଫରୁ ପୁର୍ବତ୍ତନ ପ୍ରଧାନମନ୍ତ୍ରୀ ତଥା ଆର୍ଥିକ ଉଦାରିକରଣର ଜନକ ଡ଼.ମନମୋହନ ସିଂ ଙ୍କ ଶୋକସଭା ଜିଲ୍ଲା ସଭାପତି ସଞ୍ଜୀବ ଗିରି ଙ୍କ ସଭାପତିତ୍ୱରେ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ରେ ଅନୁଷ୍ଠିତ ହୋଇ ଯାଇଅଛି।ଗତକାଲି ଡ଼.ମନମୋହନ ସିଂ ଙ୍କ ଦେହାନ୍ତ ହେବା ପରେ ସମସ୍ତ କଂଗ୍ରେସ କର୍ମୀ,ନେତା,ତଥା ସମସ୍ତ ଦେଶବାସୀଙ୍କ ମହଲରେ ଶୋକର ଛାୟା ସୃଷ୍ଟି ହୋଇଯାଇ ଅଛି।ଆଜି ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ରେ ଏହି ଶୋକସଭାରେ ଜିଲ୍ଲା ସଭାପତି ସଞ୍ଜୀବ ଗିରି ଙ୍କ ସହ ରେମୁଣାର ପୁର୍ବତ୍ତନ ବିଧାୟକ ସୁଦର୍ଶନ ଜେନା,ନାରୀନେତ୍ରୀ ଅର୍ଚ୍ଚନା ନନ୍ଦି,ବରିଷ୍ଠ କଂଗ୍ରେସ ନେତା ପଦ୍ମଲୋଚନ ଲେଙ୍କା,ପ୍ରମୁଖ ନିଜ ବକ୍ତବ୍ୟରେ ମନରେଗା ଠାରୁ ଆରମ୍ଭ କରି,ସୂଚନା ଅଧିକାର ଆଇନ,ଖାଦ୍ୟସୁରକ୍ଷା ଆଇନ,ଶିକ୍ଷା ଅଧିକାର ଆଇନ ଭଳି ବିଭିନ୍ନ ଜନ ହିତକର ଆଇନ ପ୍ରଣୟନ କରି ସେ ସ୍କୁଲ ରେ ପିଲା ପାଠପଢିବା,ସମସ୍ତ ସରକାରୀ କାର୍ଯ୍ୟକ୍ରମ ବିଷୟରେ ପୁଙ୍ଖାନୁ ପୁଙ୍ଖ ଜାଣିବା,ରିହାତି ମୂଲ୍ୟରେ ଖାଦ୍ୟ ଶସ୍ୟ ବ୍ୟକ୍ତି ପିଛା ୫ କିଲୋ ପାଇବା,ତଥା ୧୦୦ ଦିନର ରୋଜଗାର ସରକାରଙ୍କ ଠାରୁ ପାଇବା ଆଇନ ପ୍ରଣୟନ କରି ତଥା ଅର୍ଥମନ୍ତ୍ରୀ ଥିବା ସମୟରେ ଭାରତ ଆର୍ଥିକ ସ୍ଥିତି ପୁରା ଭୁଶୁଡି ଯାଉଥିବା ବେଳେ ଡ଼.ମନମୋହନ ସିଂ ଙ୍କ ପ୍ରଚେଷ୍ଟା ରେ ଆର୍ଥିକ ଉଦାରିକରଣ ନୀତିରେ ଭାରତକୁ ପୁଣି ଆର୍ଥିକ ସ୍ଥିତି କ୍ଷେତ୍ରରେ ସୁଦୃଢ କରେଇବା, ସୀମାହୀନ ପ୍ରସଙ୍ଗସନିୟ ଏବଂ ଚିର ନମସ୍ୟ ବୋଲି କହିଥିଲେ।ସରୋଜ ଲେଙ୍କା,ରଞ୍ଜନ ଦାସ,ଜ୍ୟୋତ୍ସ୍ନା ସେନାପତି,ପ୍ରତିମା ପଣ୍ଡା,ବାସନ୍ତୀ ନାୟକ,କୁମୁଦୁନି ଦାଶ,ହେମାଲତା ଦାସ,ଜୁବୁଲି ପଣ୍ଡା,ତରୁଣ ଦାସ,କୃଷ୍ଣଗୋପାଳ ପଣ୍ଡା,ଦେବଦତ୍ତ ଦାସ,ଯଶୋଦା ସିଂ,ଉପେନ୍ଦ୍ର ବେହେରା,କହ୍ନେଇ ବେହେରା ପ୍ରମୁଖ ଡ଼.ମନମୋହନ ସିଂ ଙ୍କ ଫୋଟ ଚିତ୍ରରେ ପୁଷ୍ପାଞ୍ଜଳି ଦେଇ ଶ୍ରଦ୍ଧାଞ୍ଜଳି ଦେଇଥିଲେ।ଆରମ୍ଭରୁ ୨ ମିନିଟ ନିରବ ପ୍ରାର୍ଥନା, କରାଯାଇଥିବା ବେଳେ ଡ଼.ମନମୋହନ ସିଂ ଅମର ରହେ।ମନମୋହନ ସିଂ ଦେଶ ଆପକୋ ୟାଦ ରଖେଗା ଧ୍ଵନି ଦେଇ ସମସ୍ତେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।ଅନ୍ୟମାନଙ୍କ ମଧ୍ୟରେ ଜୀବନ ମହାପାତ୍ର,ଅଶ୍ୱିନୀ ପାତ୍ର,କେଶବ ନାୟକ,ବିଦ୍ୟାଧର ମହାନ୍ତି,ବିନିତା ବାରିକ,ସୁରେଶ ଜେନା,ଯୁଗଳ ମୋହଲ,ଆରତୀ ଜେନା,ଉତ୍ତମ ପ୍ରଧାନ,ରବୀନ୍ଦ୍ର ଘଡେଇ,ନିରଞ୍ଜନ ଦାସ,ରାଜେନ୍ଦ୍ର ପାତ୍ର,ସୁଧାକର ରାଉତ,ଅଞ୍ଜନ ମିଶ୍ର,ଜାଗେଶ୍ୱର ବେହେରା,ପ୍ରମୁଖ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ