ଜିଲ୍ଲା ଭିତ୍ତିକ ନିଯୁକ୍ତି ଦାବି ନେଇ ତେଜୁଛି ଆନ୍ଦୋଳନ
ନବରଙ୍ଗପୁର, (ୱାଏନଏସ): ଅବିଭକ୍ତ କୋରାପୁଟ ଜିଲ୍ଲାରେ ଜିଲ୍ଲା ଭିତ୍ତିକ ନିଯୁକ୍ତି ଦାବି ନେଇ ତେଜୁଛି ଆନ୍ଦୋଳନ । ଆଜିଠାରୁ ଅସହଯୋଗ ଆନ୍ଦୋଳନର ସ୍ୱର ଉଠିଥିବା ବେଳେ ଆଗାମୀ ଦିନରେ ଅବିଭକ୍ତ କୋରାପୁଟ ଜିଲ୍ଲାକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ଦାବି ନେଇ ଚେତାବନୀ ଦିଆଯାଇଛି । ଯାହା ଫଳରେ ଆଜି ଠାରୁ ସ୍କୁଲ ଯିବେ ନାହିଁ ଛାତ୍ର ଛାତ୍ରୀ । ଏ ନେଇନବରଙ୍ଗପୁର ରେ କ୍ରିୟାନୁଷ୍ଠାନ କମିଟି ତରଫରୁ ଅନୁଷ୍ଠିତ ପ୍ରେସମିଟ ରେ ଘୋଷଣା କରାଯାଇଛି । ନବରଙ୍ଗପୁର ଜିଲ୍ଲା ପଞ୍ଚମ ଅନୁସୂଚିତ ଜନଜାତି ଅଧିନିୟମରେ ଆସୁଥିବାରୁ ଛାତ୍ର ଛାତ୍ରୀ ମାନେ ଓ ସ୍ଥାନୀୟ ବାସିନ୍ଦା ମାନେ ଆଦିବାସୀ ଭାଷା ବ୍ୟତୀତ ଅନ୍ୟ କୌଣସି ଭାଷା କୁ ଠିକ ଭାବେ ବୁଝି ପାରିବେ ନାହିଁ । ଯାହାକି ନେଇ କୁନି କୁନି ଛାତ୍ର ଛାତ୍ରୀ ଙ୍କ ପାଇଁ ଅଯଥା ତଥା ଅଧିକ ଚାପ ସୃଷ୍ଟି କରିବା ସହିତ ପ୍ରାଥମିକ ଶିକ୍ଷା ରୁ ହିଁ ଭାଷା ବୁଝି ନ ପାରି ପାଠ ପଢ଼ାରେ ଢେର ପଛକୁ ଚାଲିଯିବେ ବୋଲି କ୍ରିୟାନୁଷ୍ଠାନ କମିଟି ତରଫରୁ ଅଭିଯୋଗ ହୋଇଛି । ପୂର୍ବରୁ ଗତ ୪ତାରିଖ ରେ ଜିଲ୍ଲା ଭିତ୍ତିକ ନିଯୁକ୍ତି ନେଇ ଅବିଭକ୍ତ କୋରାପୁଟ ଜିଲ୍ଲା ସଫଳତାର ସହ ବନ୍ଦ ପାଳନ ହୋଇଥିଲା । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ସରକାର ଚୁପ ବସି ଦାବିକୁ ଗୁରୁତ୍ୱ ଦେଇ ଅଣଦେଖା କରାଯାଉଥିବା ଅଭିଯୋଗ କରିଛନ୍ତି । ଖୋଦ ଶିକ୍ଷା ମନ୍ତ୍ରୀ ନବରଙ୍ଗପୁର ଜିଲ୍ଲାର ହୋଇଥିଲେ ମଧ୍ୟ ସେ ଚୁପ ରହିବା କିମ୍ବା ମୁଖ୍ୟମନ୍ତ୍ରୀଙ୍କ ତରଫରୁ କୌଣସି ଆଲୋଚନା ପାଇଁ ପ୍ରସ୍ତାବ ଆସି ନ ଥିବା ନେଇ ତୀବ୍ର ନିନ୍ଦା କରିଛି କ୍ରିୟାନୁଷ୍ଠାନ କମିଟି । ଯାହାର ପ୍ରତିବାଦ ରେ ଦାବି ହାସଲ ପାଇଁ ଆନ୍ଦୋଳନ କୁ ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ପହଞ୍ଚାଯାଇ ତୃଣମୂଳ ସ୍ତରରୁ କୌଣସି ବିଦ୍ୟାଳୟ ରେ ଛାତ୍ର ଛାତ୍ରୀ ପାଠ ପଢିବାକୁ ଯିବେ ନାହିଁ ବୋଲି କହିଛି କ୍ରିୟାନୁଷ୍ଠାନ କମିଟି । ଏନେଇ ଗତକାଲି କୋରାପୁଟ ଜିଲ୍ଲା ନିଶାଣିମୁଣ୍ଡ ଠାରେ ଅନୁଷ୍ଠିତ କ୍ରିୟାନୁଷ୍ଠାନ କମିଟି ର ବୈଠକ ରେ ନିଷ୍ପତି ହୋଇଥିବା କହିଛି ଜିଲ୍ଲା କ୍ରିୟାନୁଷ୍ଠାନ କମିଟି । ଅଭିଭାବକ ମାନେ ସେମାନଙ୍କ ଛୁଆ ଙ୍କୁ ସ୍କୁଲକୁ ନ ଛାଡିବା ପାଇଁ ଅପିଲ କରିଛନ୍ତି । ଏଥିସହ ଆଗାମୀ ଦିନ ରେ ଅବିଭୁକ୍ତ କୋରାପୁଟ ଜିଲ୍ଲା କୁ ସ୍ୱତନ୍ତ୍ର ରାଜ୍ୟ ର ମାନ୍ୟତା ଦେବା ପାଇଁ ଦାବି କରାଯିବ ବୋଲି କହିଛି କ୍ରିୟାନୁଷ୍ଠାନ କମିଟି । ଆଗାମୀ ସାତ ଦିନ ମଧ୍ୟରେ ଦାବି ପୂରଣ ନ ହେଲେ ସ୍ଥାନୀୟ ବିଧାୟକ ଓ ସାଂସଦ ଙ୍କ ଘର ସମ୍ମୁଖରେ ଧାରଣା ଦେବେ ବୋଲି କ୍ରିୟାନୁଷ୍ଠାନ କମିଟି ତରଫରୁ କୁହାଯାଇଛି ।ସୂଚନାଯୋଗ୍ୟ ଯେ ନବରଙ୍ଗପୁର ଜିଲ୍ଲାରେ ୮୬୦ ଜଣ ଶିକ୍ଷକ ନିଯୁକ୍ତି ପାଇଥିଲେ ମଧ୍ୟ ଗତ ୫ତାରିଖ ରେ ମୁଖ୍ୟମନ୍ତ୍ରୀ ଙ୍କ ଠାରୁ ୭୩୮ ନିଯୁକ୍ତି ପତ୍ର ଗ୍ରହଣ କରିଛନ୍ତି । ବର୍ତ୍ତମାନ ସୁଦ୍ଧା ସେଥିମଧ୍ୟରୁ ୬୦୯ ଶିକ୍ଷକ ଜଏନ କରିଛନ୍ତି । ବଳକା ଶିକ୍ଷକ ଙ୍କୁ ଆଗାମୀ ୨୧ତାରିଖ ସୁଦ୍ଧା କାର୍ଯ୍ୟ ରେ ଯୋଗଦେବା ପାଇଁ ନିର୍ଦ୍ଧେଶ ଦିଆଯାଇଛି ।