ଜିଲ୍ଲା ସ୍ତରୀୟ ୧୮ତମ ପ୍ରବାସୀ ଭାରତୀୟ ଦିବସ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ବୁଧବାର ଦିନ ଭି.ଭି. ଗିରି ସରକାରୀ ମହିଳା ମାଧ୍ଯମିକ ପ୍ରଶିକ୍ଷଣ ବିଦ୍ୟାଳୟ, ବ୍ରହ୍ମପୁର ଠାରେ ସମଗ୍ର ଶିକ୍ଷା ଗଞ୍ଜାମ ଆନୁକୁଲ୍ଯରେ ଜିଲ୍ଲା ସ୍ତରୀୟ ୧୮ତମ ପ୍ରବାସୀ ଭାରତୀୟ ଦିବସ ଅନୁଷ୍ଠିତ ହୋଇଥିଲା। ଦିବା ୧୦ ଘଟିକା ସମୟରେ ଜିଲ୍ଲା ଶିକ୍ଷାଧିକାରୀ ତଥା ଜିଲ୍ଲା ପ୍ରକଳ୍ପ ସଂଯୋଜକ , ସମଗ୍ର ଶିକ୍ଷା ଗଞ୍ଜାମ ଶ୍ରୀମତି ଅମିତା ପଟ୍ଟନାୟକଙ୍କ ଦ୍ଵାରା ଉଦଘାଟିତ ହୋଇଥିଲା। ଏହି ଉଦଘାଟନ ପର୍ବରେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀ ରାଜେଶ କୁମାର ପ୍ରଧାନ, ବୃନ୍ଦାବନ ବିଦ୍ୟାପୀଠ, ହିଂଜିଳିର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତି ଶାନ୍ତିଲତା ମୁନି, ରଙ୍ଗେଇଲୁଣ୍ଡା ଗୋଷ୍ଠୀ ଶିକ୍ଷାଧିକାରୀ, ଶ୍ରୀ ଦେବେନ୍ଦ୍ର ବେହେରା, କିଆଫୁଲ ସମିତି ଉଚ୍ଚ ବିଦ୍ୟାଳୟ, କେଲୁଆପଲ୍ଲୀର ପ୍ରଧାନ ଶିକ୍ଷୟିତ୍ରୀ ଅଞ୍ଜଳି ପାତ୍ର ଓ ଭି.ଭି. ଗିରି ସରକାରୀ ମହିଳା ମାଧ୍ଯମିକ ପ୍ରଶିକ୍ଷଣ ବିଦ୍ୟାଳୟ, ବ୍ରହ୍ମପୁରର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତି ଚାନ୍ଦିନୀ ପଣ୍ଡା ଆଦି ପ୍ରମୁଖ ବ୍ୟକ୍ତି ବିଶେଷ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମ ଅବସରରେ ସାଇକେଲ ଚାଳନା, କୁଇଜ, ପ୍ରବନ୍ଧ, ପୋଷ୍ଟର ପ୍ରଦର୍ଶନ ଆଦି ପ୍ରତିଯୋଗୀତା କରଯାଇଥିଲା। ଏଥିରେ ସମଗ୍ର ଜିଲ୍ଲାର ୨୨ଟି ବ୍ଲକରୁ ପ୍ରାୟ ୧୫୦ରୁ ଊର୍ଦ୍ଧ୍ଵ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ସମସ୍ତ କାର୍ଯ୍ୟକ୍ରମକୁ ଡଃ. ସରୋଜ ମୋହନ ପାଳ, ଜିଲ୍ଲା ଅନୁସୂଚିତ ଜାତି / ଜନଜାତି ସଂଯୋଜକ, ସମଗ୍ର ଶିକ୍ଷା ଗଞ୍ଜାମ ପରିଚାଳନା କରିଥିଲେ। ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ରୂପେ ଚିକିଟି ବିଧାୟକ ଶ୍ରୀ ମନୋରଞ୍ଜନ ଦ୍ୟାନସାମନ୍ତରା ଯୋଗ ଦେଇ ପ୍ରବାସୀ ଭାରତୀୟ ମାନଙ୍କ ସାହାଯ୍ୟ ସହଯୋଗରେ ଓଡିଶାର ସ୍ୱାସ୍ଥ୍ୟ, ଶିକ୍ଷା, କଳକାରଖାନାର ଅଭିବୃଦ୍ଧି ଦ୍ଵାରା ବେକାରି ସମସ୍ଯା ଦୂର ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ । ମେୟର, ବ୍ରହ୍ମପୁର ମୁନିସିପାଲ କର୍ପୋରେସନ ଶ୍ରୀମତି ସଙ୍ଘମିତ୍ରା ଦଳେଇ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ଉନ୍ନତ ରାଷ୍ଟ୍ର ଗଠନ କରିବାପାଇଁ ଦିଗ ଦର୍ଶନ ଦେଇଥିଲେ। ଅନୁଷ୍ଠିତ ହୋଇଥିବା ପ୍ରତିଯୋଗୀତା ମଧ୍ୟରୁ ସାଇକେଲ ଚାଳନାରେ ଉଚ୍ଚ ମାଧ୍ଯମିକ ବିଦ୍ୟାଳୟ, କତୁରୁର ଚୈତନ୍ୟ ବେହେରା, ପ୍ରବନ୍ଧ ପ୍ରତିଯୋଗିତାରେ ଓଡିଶା ଆଦର୍ଶ ବିଦ୍ୟାଳୟ, ଶତ୍ରୁସୋଲର ବର୍ଷା ପ୍ରିୟଦର୍ଶିନୀ ସାହୁ ଓ କୁଇଜ ପ୍ରତିଯୋଗିତାରେ ଓଡିଶା ଆଦର୍ଶ ବିଦ୍ୟାଳୟ, ହାତୀଓଟର ଛାତ୍ରୀ ପ୍ରଗତି ପ୍ରିୟଦର୍ଶିନୀ ସାହୁ ପ୍ରମୁଖ ପ୍ରଥମ ସ୍ଥାନ ଅଧିକାର କରି ଅତିଥିଙ୍କ ଠାରୁ ପୁରସ୍କୃତ ହୋଇଥିଲେ। ଶେଷରେ , ଭି.ଭି. ଗିରି ସରକାରୀ ମହିଳା ମାଧ୍ଯମିକ ପ୍ରଶିକ୍ଷଣ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତି ଚାନ୍ଦିନୀ ପଣ୍ଡାଙ୍କ ଦ୍ଵାରା ଧନ୍ୟବାଦ ଅର୍ପଣ ପୂର୍ବକ କାର୍ଯ୍ୟକ୍ରମ ସଙ୍ଗ କରଯାଇଥିଲା। ବିଦ୍ୟାଳୟର ଶିକ୍ଷୟିତ୍ରୀ ଅନିତା ଦାଶ ସଂଯୋଜନା କରିଥିଲେ। ଏହି କାର୍ଯ୍ୟକ୍ରମରେ IPE ଭାଗୀରଥୀ ସ୍ଵାଇଁ, ଜିଲ୍ଲା ବିଜ୍ଞାନ ନିରୀକ୍ଷକ ରାମଚନ୍ଦ୍ର ମହାରଣା, ଖଣ୍ଡ ଦେଉଳି ପ୍ରଧାନଶିକ୍ଷକ ଡଃ ଶଙ୍କର ନାରାୟଣ ବେଜ, ଜିଲ୍ଲା ପ୍ରକଳ୍ପ କାର୍ଯ୍ୟଳୟ, ସମଗ୍ରଶିକ୍ଷା FC ମଧୁସୂଦନ ପରିଡା, ସିଟି ହାଇସ୍କୁଲ ପ୍ରଧାନ ଶିକ୍ଷକ ପନାଗ ଭୂଷଣ ମାଝି , ଶିକୁଳା ହାଇସ୍କୁଲ ପ୍ରଧାନଶିକ୍ଷକ ପ୍ରଶାନ୍ତ କୁମାର ପରମଗୁରୁ ମହାପାତ୍ର ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ