ଜିଲ୍ଳା ଶିକ୍ଷା ପ୍ରଶିକ୍ଷଣ ସଂସ୍ଥାନ ପକ୍ଷରୁ ରକ୍ତଦାନ ଶିବିର ଆୟୋଜିତ

ଜୟପୁର,(ହେମନ୍ତ ପାଣଗ୍ରାହୀ) : ଜିଲ୍ଲା ଶିକ୍ଷ୍ୟା ପ୍ରଶିକ୍ଷଣ ସଂସ୍ଥାନ (ଡି ଆଇ ଇ ଟି) ତରଫରୁ ଡି ଆଇ ଇ ଟିର ଅଡିଟୋରିଅମରେ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି। ଉକ୍ତ ଶିବିରକୁ ମହାବିଦ୍ୟାଳୟର ଅଧକ୍ଷ ରୁପଚନ୍ଦ୍ର ସୋରେନ ମୂଖ୍ୟ ଅତିଥି ଭାବେ ଯୋଗ ଦେଇ ରିବନ କାଟି ଆନୁଷ୍ଠାନିକ ଭାବେ ଉଦଘାଟିତ କରିଥଲେ। ୱାଇଆରସି ର କାଉନସିଲର ବରିଷ୍ଠ ଶିକ୍ଷୟତ୍ରୀ ସୁଭସ୍ମିତା ଦାସ ଏହି ଶିବିର ପରିଚାଳନା କରିଥିଲେ। ଓଡିଶା ବ୍ଲଡ଼ ସେଣ୍ଟର ଶହିଦ ଲକ୍ଷ୍ମଣ ନାୟକ ଭେଷଜ ମହାବିଦ୍ୟାଳୟ ଓ ହସପିଟାଲର ବ୍ଲଡ଼ ସେଣ୍ଟର ଅଧିକାରୀ ଡ଼ାଃ ମଧୁସୂଦନ ବଳିଆର୍ସିଂ ଓ ତାଙ୍କ ଟିମ୍ ଭି ଗଙ୍ଗାଧର, ରବୀନ୍ଦ୍ର ୫୧ ୟୁନିଟ୍ ରକ୍ତ ସଂଗ୍ରହ କରିଥିଲେ। ସୁଭସ୍ମିତl ଦାସ ଓ ବ୍ରହ୍ମା ଦେବ୍ ଟୁଡୁଙ୍କ ସମେତ ଡି ଆଇ ଇ ଟି ର ସମସ୍ତ ଶିକ୍ଷକ ଓ ରକ୍ତଦାତା ମହାସଂଘର ପ୍ରମୋଦ ରାଉଳ ଏଵଂ ନିରଂଜନ ପାଣିଗ୍ରାହୀ ଶିବିର ପରିଚାଳନା କରିଥିଲେ। ଉକ୍ତ ଶିବିରରୁ ସର୍ବମୋଟ୍ ୫୧ ୟୁନିଟ୍ ରକ୍ତ ସଂଗ୍ରହ କରଯାଇଥିଲା ସେ ମଧ୍ୟରୁ ୪୧ଜଣ ପ୍ରଥମଥର ପାଇଁ ଆଜି ରକ୍ତଦାନ କରିଥଲେ। ଉକ୍ତ ଶିବିର ନିମନ୍ତେ ଗତକାଲି ଆୟୋଜିତ ଏକ ସଚେତନତା କାର୍ଯ୍ୟକ୍ରମରେ ଓଡ଼ିଶା ରକ୍ତଦାତା ମହାସଂଘ ପକ୍ଷରୁ ନିରଞ୍ଜନ ପାଣିଗ୍ରାହୀ ଓ ପ୍ରମୋଦ କୁମାର ରାଉଳ ସମ୍ମାନିତ ଅତିଥିଭାବରେ ଯୋଗଦେଇ ସାଂପ୍ରତିକ ପରିସ୍ଥିତିରେ କିପରି ବହୁ ସଂଖ୍ୟାରେ ସଡ଼କ ଦୁର୍ଘଟଣା ଜନିତ ଏମର୍ଜେନ୍ସି ସମୟରେ ରକ୍ତ ଅଭାବ ଯୋଗୁଁ କିପରି ବହୁ ଅମୂଲ୍ୟ ଜୀବନ ଚଳିଯାଇଥlଏ ତଥା ସିକିଲ ସେଲ, ଥାଲାସେମିଆ, ଗର୍ଭବତୀ ମହିଳା ଓ କ୍ୟାନସର ରୋଗୀଙ୍କ ନିମନ୍ତେ ରକ୍ତଦାନ ପାଇଁ ପ୍ରବର୍ତ୍ତାଇଥିଲେ । ଏଥିରେ ସମସ୍ତ ଛାତ୍ର ଛାତ୍ରୀ ଏଥିରେ ଅଂଶ ଗ୍ରହଣ କରିଥିଲେ। ଫେଡେରେସନ ଅଫ ବ୍ଲଡ଼ ଡୋନର ଅର୍ଗାନାଇଯେସନ ଅଫ ଓଡ଼ିଶା ତରଫରୁ ଆବଶ୍ୟକୀୟ ସହାୟତା ପ୍ରଦାନ କରଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ