ଜୁନିଅର ରେଡ କ୍ରସ ତରଫରୁ ରକ୍ତଦାନ ଶିବିର

କୋରାପୁଟ,(ହେମନ୍ତ ପାଣିଗ୍ରାହୀ): ଶହୀଦ ଲକ୍ଷ୍ମଣ ନାୟକ ଜୟନ୍ତୀ ପାଳନ ଅବସରେ ସରକାରୀ ଉଚ୍ଚ ବିଦ୍ୟାଳୟ, ଏକମ୍ବାରେ ଜୁନିଅର ରେଡ କ୍ରସ ତରଫରୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ୩୦ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା।ଏକମ୍ବା ବିଦ୍ୟାଳୟର ସମସ୍ତ ଶିକ୍ଷକ,ଶିକ୍ଷୟିତ୍ରୀ ଏବଂ ଅଧିକାଂଶ ଜୀବନରେ ପ୍ରଥମ ଥର ଦେଇଥିବା ରକ୍ତଦାତା,ଦମ୍ପତି ରକ୍ତଦାତା ଓ ଅନ୍ୟାନ୍ୟ ସ୍ବେଛାସେବୀ ରକ୍ତଦାତାମାନେ ରକ୍ତ ଦାନ କରି ଅନ୍ୟର ଜୀବନ ବଞ୍ଚେଇବାରେ ସାହାଯ୍ୟର ହାତ ବଢ଼େଇଥିଲେ।ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଡ଼ଃ ଜ୍ୟୋତ୍ସ୍ନା ମିଶ୍ର ଆଜିର କାର୍ଯ୍ୟକ୍ରମ ରେ ସଭାପତିତ୍ୱ କରିଥିବା ବେଳେ ଜୁନିଅର ରେଡ କ୍ରସ ପରାମର୍ଶଦାତା ଶ୍ରୀଯୁକ୍ତ ମନୋଜ କୁମାର ମିଶ୍ର ବେଦପାଠ କରିବା ସହିତ ସଭା ପରିଚାଳନା କରି ରକ୍ତଦାନ ଶିବିରରେ ସହଯୋଗ କରିଥିଲେ । ମୁଖ୍ୟ ଅତିଥି ଭାବରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ କୈଳାଶ ଚନ୍ଦ୍ର ସତପଥି, ସମ୍ମାନିତ ଅତିଥି ଭାବରେ ଜୟପୁରର ବିଭିନ୍ନ ବିଦ୍ୟାଳୟର ପ୍ରଧାନ ଶିକ୍ଷକ,ଶିକ୍ଷୟିତ୍ରୀ ଶ୍ରୀଯୁକ୍ତ ଅଭିଷେକ ଭୋଇ, ପ୍ରକାଶ ପଟ୍ଟନାୟକ, ଓମ ପ୍ରକାଶ ମିଶ୍ର, ଦିଲ୍ଲୀପ କୁମାର ପଣ୍ଡା, ସୁନୀଳ କୁମାର ପାଢ଼ୀ,ଲିପିକା ପାତ୍ର, ସର୍ବେଶ୍ୱର ପଟ୍ଟନାୟକ, ବରିଷ୍ଠ ସହାୟକ ବାଳଗୋପାଳ ମିଶ୍ର , ଶଶିଭୂଷଣ ଦାଶ ଓ ସାରସ୍ୱତ ଅତିଥି ଭାବରେ ଜୁନିଅର ରେଡ କ୍ରସ ଅଧିକାରୀ, କୋରାପୁଟ ଶ୍ରୀଯୁକ୍ତ ହରେକୃଷ୍ଣ ମହାରଣା,ଜିଲ୍ଲା ରେଡ କ୍ରସ ପ୍ରଶିକ୍ଷକ ସୁଜିତ କୁମାର ଜେନା,ଶ୍ରୀଯୁକ୍ତ ପ୍ରମୋଦ ରାଉଳ, ଲଇଚନ ହରିଜନ ଓ ଅନ୍ୟାନ୍ୟ ସଭ୍ୟ,ସଭ୍ୟା ଯୋଗ ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ