ଜେଜେ ବାପା ଓ ଜେଜେ ମାଆ ସମ୍ମିଳନୀ

ଆରଡି, (ଆଲୋକ ଚନ୍ଦ୍ର ନାୟକ):ଶିକ୍ଷା ବିକାଶ ସମିତି ଓଡିଶା ଯୋଜନା ଅନୁସାରେ ଧାମନଗର ବ୍ଲକ୍ ଧୂଷୁରୀ ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, ଧୂଷୁରୀରେ ” ଜେଜେ ବାପା ଓ ଜେଜେ ମାଆ ” ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସମ୍ମିଳନୀରେ ଶିକ୍ଷାବିତ୍ ତଥା ବିଦ୍ୟାଳୟର ସଭାପତି ରଞ୍ଜନ କୁମାର ଭୂୟାଁ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ରୂପେ ବିଶିଷ୍ଟ ପାଲା ଗାୟକ ଶରତ୍ କୁମାର ସୁତାର ଯୋଗ ଦେଇ ଶିଶୁ ଗଠନରେ ଜେଜେ ବାପା ଓ ଜେଜେ ମାଆଙ୍କ ଭୂମିକା ସମ୍ପର୍କରେ ମାର୍ଗ ଦର୍ଶନ କରାଇ ଥିଲେ । ମୁଖ୍ୟ ବକ୍ତା ରୂପେ ବିଦ୍ୟାଳୟର ବିଦୁତ୍ ପରିଷଦର ସଭାପତି ତଥା ଶିକ୍ଷାବିତ୍ ରତ୍ନାକର ଦେହୁରିଆ ଯୋଗ ଦେଇ ଜେଜେ ବାପା ଓ ଜେଜେ ମାଆ ମାନେ କିପରି ଶିଶୁ ମାନଙ୍କ ସଂସ୍କାରିତ କରାଇ ପାରିବେ ସେ ବିଷୟରେ ନିଜର ବକ୍ତବ୍ୟ ରଖିଥିଲେ । ସମ୍ମାନିତ ଅତିଥି ଭାବରେ ପୂର୍ବତନ ଧୁଷୁରୀର ସରପଞ୍ଚ ପରମାନନ୍ଦ ସାଏନ୍ତ , ସାମ୍ବାଦିକ ଦୀପ୍ତି ରଞ୍ଜନ ନାୟକ , ସାମ୍ବାଦିକ ରତିକାନ୍ତ ନାୟକ , ସାମ୍ବାଦିକ ସନ୍ତୋଷ କୁମାର ଦାଶ ଯୋଗ ଦେଇ ନିଜର ବକ୍ତବ୍ୟ ରଖିଥିଲେ । ୭୦ ରୁ ଉର୍ଦ୍ଧ ଜେଜେ ବାପା ଓ ଜେଜେ ମାଆ ଉକ୍ତ ସମ୍ମିଳନୀରେ ଯୋଗ ଦେଇଥିଲେ । ପ୍ରଧାନ ଆଚାର୍ଯ୍ୟ ରମାପଦ ରଣା ଅତିଥି ମାନଙ୍କର ପରିଚୟ ପ୍ରଦାନ ସହିତ ସମ୍ମିଳନୀ ଉଦ୍ଦେଶ୍ୟ ବିଷୟରେ ନିଜର ବକ୍ତବ୍ୟ ରଖିଥିବା ବେଳେ ଗୁରୁମା କଳ୍ପନା ଦେବତା ଧନ୍ୟବାଦ୍ ଅର୍ପଣ କରିଥିଲେ । ଦମୟନ୍ତୀ ସାହୁ , ସରୋଜିନୀ ଯେନା, ରଶ୍ମିତା ସାହୁ, ରାଧସ୍ମିତା ମୁଦୁଲି , ରଶ୍ମିତା ବେହେରା , ପିଙ୍କିରାଣୀ ମାଝୀ , ଶୁଭସ୍ମିତା ପାଗଳ ,ସେବିକା ମାମିନା ମହାପାତ୍ର ଓ ସୁମତି ମୁଦୁଲି କାର୍ଯ୍ୟକ୍ରମ ପରିଚାଳନା ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ