ଜୋର ଧରିଲା ବରୀର ପର୍ଯ୍ୟଟନ ସ୍ଥଳୀର ବିକାଶ ଦାବି

ବରୀ, (ଯୁଗାବ୍ଦ ନ୍ୟୁଜ):ଐତିହାସିକ ସ୍ଥାନ ହେଉ କିମ୍ବା ପର୍ଯ୍ୟଟନ ସ୍ଥଳୀ ସାରା ଭାରତ ବର୍ଷରେ ବରୀ ଅଞ୍ଚଳ ଇତିହାସ ପୃଷ୍ଠାରେ ଏକ ସ୍ୱତନ୍ତ୍ର ପରିଚୟ ପାଇଛି। ସଂସ୍କୃତି ବିଭାଗ ତରଫରୁ ବିଭିନ୍ନ ସରକାରି ଅନୁଦାନ ବୌଦ୍ଧ ପୀଠ ରତ୍ନଗିରି, ରକ୍ତତୀର୍ଥ କଳାମାଟିଆ, ବିଦଗ୍ଧ କବି ଅଭିମନ୍ୟୁ ସାମନ୍ତ ସିଂହାରଙ୍କ ଜନ୍ମପିଠ ଠାରୁ ଆରମ୍ଭ କରୀ ବିଭିନ୍ନପର୍ଯ୍ୟଟନ ସ୍ଥଳୀ ଥିବାବେଳେ ସରକାରଙ୍କ ତରଫରୁ ଏହାର ରକ୍ଷଣା ବେକ୍ଷଣ ନହେବା ଯୋଗୁଁ ବରୀ ଅଂଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏହି ମର୍ମରେ ବରୀ ପର୍ଯ୍ୟଟନ ବିକାଶ ପରିଷଦ ତରଫରୁ ବାଲିବିଲ ସାଇ ମନ୍ଦିର ପରିସରରେ ଏକ ବୈଠକ ଆୟୋଜନ କରାଯିବା ସହିତ ଏହି ପୀଠ ଗୁଡିକର ଉର୍ଣ୍ଣତିକରଣ ପାଇଁ ସମ୍ପୃକ୍ତ ପରିଷଦ ତରଫରୁ ଭାରତର ମହାମହିମ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ଓଡିଶାର ମୁଖ୍ୟମନ୍ତ୍ରୀ, ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଓ ବିଭାଗୀୟ କର୍ତୃପକ୍ଷଙ୍କୁ ଲିଖିତ ଭାବେ ଅବଗତ କରାଯାଇଥିବାର ସୂଚନା ମିଳିଛି। ଉକ୍ତ ବୈଠକରେ ପ୍ରାକ୍ତନ ବରୀ ବ୍ଲକ ଅଧକ୍ଷ ନୀଳମଣି ସାମଲ, ପ୍ରାକ୍ତନ ଜିଲା ପରିଷଦ ସଭ୍ୟ ଗିରିଶ ଚନ୍ଦ୍ର ରାୟ, ପ୍ରାକ୍ତନ ସରପଂଚ ନବଘନ ପରିଡା, ବିବେକାନନ୍ଦ ନାଥ ଶର୍ମା, ବୈକୁଣ୍ଠ ସାମଲ, କବିର ଦାସ, ସତ୍ୟ ରଞ୍ଜନ କର, ଅଶୋକ ସାମଲ, ନିମାୟୀ ରାୟ, ସଂଯୁକ୍ତା ସାମଲ, ଭଗବାନ ପଢ଼ୀହାରୀ, ସୋମନାଥ ଶର୍ମା, ସମୀର ମଲ୍ଲିକ, ଅଜୟ ସାମଲ, ବିଜୟ ଜେନା, ବିପିନ ସାମଲ, ନିର ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ