ଜୟପୁର ନୂତନ ବସ୍ ଷ୍ଟାଣ୍ଡ ପାଇଁ ଷ୍ଟଲ୍,ହୋଟେଲ୍, ଡର୍ମିଟୋରୀର ଟେଣ୍ଡର ପ୍ରକ୍ରିୟା ଶେଷ

ଜୟପୁର,(ହେମନ୍ତ ପାଣଗ୍ରାହୀ):ଜୟପୁର ସହରର ନୂତନ ବସ୍ ଷ୍ଟାଣ୍ଡରେ ଥିବା ଷ୍ଟଲ୍,ହୋଟେଲ୍, ଡର୍ମିଟୋରୀ ର ଟେଣ୍ଡର ପ୍ରକ୍ରିୟା ଆଜି ଶେଷ ହୋଇଯାଇଛି। ଏଥି ନିମନ୍ତେ ସମୁଦାୟ ୨୦୫ ଜଣ ଆବେଦନ ପତ୍ର କ୍ରୟ କରିଥିଲେ। ୩୦ ଗୋଟି ଷ୍ଟଲ ମଧ୍ୟରୁ ଜୟପୁର ସ୍ଵୟଂ ସହାୟକ ମହିଳା ଉଦ୍ୟୋଗୀମାନଙ୍କୁ ସଶକ୍ତ କରିବା ପାଇଁ ରାଜ୍ୟ ପରିବହନ ନିଗମ ପକ୍ଷରୁ ସେମାନଙ୍କ ପାଇଁ ଗୋଟିଏ ସ୍ବତନ୍ତ୍ର ଷ୍ଟଲ୍ ନଂ୪ ସଂରକ୍ଷିତ କରାଯାଇଛି। ସେହିପରି ଷ୍ଟଲ୍ ନଂ ୮ ଭିନ୍ନକ୍ଷମ ବ୍ୟକ୍ତିଙ୍କ ପାଇଁ ସଂରକ୍ଷିତ ରହିଛି ,ଅବଶିଷ୍ଟ ୨୮ ଟି ଷ୍ଟଲ୍, ଗୋଟିଏ ହୋଟେଲ୍ ଓ ଗୋଟିଏ ଡର୍ମିଟୋରୀ ପାଇଁ ଟେଣ୍ଡର ହୋଇଛି। ଟେଣ୍ଡର ପେପର ନିମନ୍ତେ ଓଏସଆରଟିସି ପକ୍ଷରୁ ୨୦୫ ଜଣ ବ୍ୟକ୍ତିଙ୍କ ଠାରୁ ୫ ହଜାର ଟଙ୍କା ହିସାବରେ ସମୁଦାୟ ୧୦ ଲକ୍ଷ ୨୫ ହଜାର ଟଙ୍କା ସଂଗ୍ରହ କରଯାଇଛି। ଏହି ଟେଣ୍ଡର ପ୍ରକ୍ରିୟାର ସର୍ତ୍ତାବଳୀ ଅନୁସାରେ ଜୟପୂର ଉପଖଣ୍ଡର ଆଗ୍ରହୀ ବ୍ୟକ୍ତିମାନେ ଅଂଶଗ୍ରହଣ କରିଛନ୍ତି। ଆବେଦନ ଫର୍ମ ଜୟପୂର ନୂତନ ବସ୍ ଷ୍ଟାଣ୍ଡର‌ ପ୍ରଥମ ମହଲାରେ ବିକ୍ରି ହୋଇଥିଲା।ସର୍ତ୍ତାବଳୀ ଅନୁସାରେ ଆବେଦନ ଫର୍ମ କ୍ରୟ କରିଥିବା ରାଶି କୋୖଣସି କାରଣ ସତ୍ତ୍ୱେ ଫେରସ୍ତ କରାଯିବ ନାହିଁ। ଆବେଦନ ନିମନ୍ତେ ଫର୍ମ କେବଳ ନୂତନ ବସ୍ ଷ୍ଟାଣ୍ଡ ଠାରେ ହିଁ ଉପଲବ୍ଧ ଥିଲା। ଅଂଶଗ୍ରହଣ କରିଥିବା ବ୍ୟକ୍ତିଙ୍କ ମଧ୍ୟରୁ ସର୍ବାଧିକ ବିଡ୍ ମୂଲ୍ୟରୁ ଉଦ୍ଧୃତ ବ୍ୟକ୍ତିଙ୍କୁ ହିଁ ଷ୍ଟଲ୍ ଦିଆଯିବ ବୋଲି ଏମିତି ଅନେକ ସର୍ତ୍ତାବଳୀ ରହିଛି। ଆଜି ତା-୦୪ ଜାନୁଆରୀ ୨୦୨୫ ରିଖ ଅପରାହ୍ନ ସ୫:୩୦ ନିର୍ଧାରିତ ସମୟ ରହିଥିବା ବେଳେ ସର୍ବମୋଟ ୨୦୫ ଜଣ ବ୍ୟକ୍ତି ଆବେଦନ କରିପାରିଛନ୍ତି। ସ୍ପିଡ ପୋଷ୍ଟ ଜରିଆରେ ୭ ଜଣ ଓ ଅନ୍ୟାନ୍ୟ ବ୍ୟକ୍ତିମାନେ ବ୍ୟକ୍ତିଗତ ଭାବେ ଆବେଦନ କରିଛନ୍ତି। ଆଜି ଆବେଦନ କରିବାର ଶେଷ ଦିନ ଥିବା ହେତୁ ଜିଲ୍ଲା ପରିବହନ ଦାୟୀତ୍ୱରେ ଥିବା ପରିଚାଳକ ଈଶ୍ଵର ମହାପାତ୍ର, ସହାୟକ ପରିଚାଳକ ପ୍ରକାଶ କୁମାର ନାୟକ,ଏକାଉଣ୍ଟାଟ ସୁଶ୍ରୀ ରାବେୟା ବାରିନ ଏବଂ ଅନ୍ୟାନ୍ୟ କତ୍ତୃପକ୍ଷଙ୍କ ଉପସ୍ଥିତିରେ ସମସ୍ତ ଆବେଦନ ଫର୍ମ ଗ୍ରହଣ କରାଯାଇ ନିର୍ଧାରିତ ତାରିଖ ଓ ସଠିକ ସମୟ ମଧ୍ୟରେ ଟେଣ୍ଡର ବକ୍ସ କୁ ସିଲ୍ କରାଯାଇଥିଲା। ରାଜ୍ୟ ପରିବହନ ନିଗମ ର ଟେଣ୍ଡର ପ୍ରକ୍ରିୟାକୁ ଜୟପୁର ସହରର ବୁଦ୍ଧିଜୀବୀ ଏବଂ ସର୍ବ ସଧାରଣ ରେ ପରିବର୍ତ୍ତନ କରିବାକୁ ଦାବି ହେଉଛି। ସେମାନେ କହିଛନ୍ତି ଯେ ୩୦ ଷ୍ଟଲ୍ କୁ ଯଦି ୨୦୫ ଜଣ ଆବେଦନ କରିବେ ନିଶ୍ଚିତ ଭାବେ ଏଥିରୁ ୧୭୫ ଜଣ ବାଦ୍ ପଢ଼ିବେ। ଯେଉଁମାନଙ୍କ ଆବେଦନ ଫର୍ମ ନାକଚ ହେବ ଏବଂ ଯେଉଁମାନେ ବାଦ୍ ପଢ଼ିବେ ସେମାନଙ୍କ ଅର୍ଥ ରାଶିକୁ ଫେରାଇଦେବାକୁ ଦାବି କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ