ଜୟପୁର ସହରରେ ଲୁଟେରାଙ୍କ ଆତଙ୍କ

ଜୟପୁର,(ହେମନ୍ତ ପାଣଗ୍ରାହୀ):ଜୟପୁର ଓ ତାହାର ଉପକଣ୍ଠ ଅଞ୍ଚଳ ରେ ଲୁଟେରଙ୍କ ଦ୍ୱାରତ୍ମ୍ୟ ଦିନକୁ, ଦିନ କମିବାର ନାଁ ନ ନେଇ ବଢ଼ିବାରେ ଲାଗିଛି। ଆଜି ଦିନ ବେଳା ସ୍ପଷ୍ଟ ଦିବାଲୋକରେ ଘଟିଥିଲା ଲୁଟ୍ ଘଟଣା।ଉମୁରୀ ନିକଟରେ ବୟସ୍କ ଚାଷୀଙ୍କୁ ଚକମା ଦେଇ ଦୁର୍ବୃତ୍ତ ଝାମ୍ପି ନେଇଗଲେ ସୁନା ହାର। ଲୁଟର ଶୀକାର ହୋଇଥିବା ବ୍ୟକ୍ତି ଜଣଙ୍କ ହେଲେ ପୁଟ୍ରା ଗାଁର ମହେଶ୍ବର ବିଷୋୟୀ । ଜୟପୁରର ୟୁନିୟନ ବ୍ୟାଙ୍କରେ ସୁନା ହାର ବନ୍ଧକ ରଖି ଚାଷ କରିବା ନିମନ୍ତେ ଋଣ ନେଇ ଥିଲେ। ମଣ୍ଡି ରେ ଧାନ ବିକ୍ରୀ କରି ଆଜି ବନ୍ଧକ ସୁନା ହାର ମୁକୁଳାଇ ଘରକୁ ଫେରିବା ବାଟରେ ଘଟିଥିଲା ଲୁଟ୍ ଘଟଣା। ଲୁଟ ହାରର ଓଜନ ୩୩ ଗ୍ରାମ ହେବ । ଏହାର ବଜାର ମୂଲ୍ୟ ୨ ଲକ୍ଷ ୩୦ ହଜାର ଟଙ୍କା ବୋଲି କହିଛନ୍ତି ଲୁଟର ଶିକାର ହୋଇଥିବା ବ୍ୟକ୍ତି। ଅଭିଯୋଗ ପରେ ବ୍ୟାଙ୍କରେ ପହଞ୍ଚି ଛାନଭିନ କରୁଛି ସଦର ପୋଲିସ। ସିସିଟିଭି ଯାଂଚ ସହ ପାରିପାର୍ଶ୍ବିକ ସ୍ଥିତି ଅନୁଧ୍ୟାନ କରୁଛି ପୋଲିସ । ଲୁଟର ଶୀକାର ହୋଇଥିବା ବ୍ୟକ୍ତି ଜଣଙ୍କ ହେଉଛନ୍ତି ଜଣେ ଚାଷୀ । ଧାନ ଅମଳ ସମୟରେ ସେ ନିଜ ସ୍ତ୍ରୀଙ୍କ ସୁନା ହାର ବ୍ୟାଙ୍କରେ ବନ୍ଧକ ରଖି ଟଙ୍କା ରୁଣ ନେଇଥିଲେ। ଧାନ ବିକ୍ରି ପରେ ହାର ବ୍ୟାଙ୍କରୁ ମୁକୁଳାଇ ଘରକୁ ଫେରୁଥିଲା ବେଳେ ଲୁଟ୍ ର ଶୀକାର ହୋଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ