ଝୁମ୍ପୁରା ବଜାର ରୁ ଜବରଦଖଲ ଉଛେଦ କଲା ପ୍ରଶାସନ

କେନ୍ଦୁଝର, (ଯୁଗାବ୍ଦ ନ୍ୟୁଜ):ଗୁରୁବାର ପ୍ରଶାସନ ପକ୍ଷରୁ ଝୁମ୍ପୁରା ବଜାର ମୁଖ୍ୟରାସ୍ତା ଉଭୟ ପାର୍ଶ୍ଵ ରୁ ବେନିୟମ ଜବରଦଖଲ ଉଚ୍ଛେଦ କରାଯାଇଛି । ଝୁମ୍ପୁରା ବଜାରରେ ଟ୍ରାଫିକ ସମସ୍ୟା ନେଇ ଅଞ୍ଚଳବାସୀ ଅଣନିଶ୍ୱାସୀ ହେବା ସହ ଜରୁରୀକାଳୀନ ସେବା ବାଧାପ୍ରାପ୍ତ ହେଉଥିବା ଏବଂ ସେହି ରାସ୍ତା ଦେଇ ଯାତ୍ରୀବାହୀ ବସ ତଥା ଯାନବାହାନ ଗୁଡିକ ବିପଦ ସଂକୁଳ ଅବସ୍ଥା ଯିବାଆସିବା କରୁଥିବା ନେଇ ସ୍ଥାନୀୟ ଲୋକେ ବାରମ୍ବାର ପ୍ରଶାସନ ନିକଟରେ ଲିଖିତ ଅଭିଯୋଗ କରିଥିଲେ । ଜନସାଧାରଣଙ୍କ ଅଭିଯୋଗ କୁ ଭିତ୍ତି କରି ସ୍ଥାନୀୟ ପ୍ରଶାସନ ପକ୍ଷରୁ ଡାକବାଜି ଯନ୍ତ୍ର ଦ୍ୱାରା ୨୩ଅକ୍ଟୋବର ଦିନ ସୂଚନା ଦିଆଯାଇଥିଲା ଯେ, ୨୮ଅକ୍ଟୋବର ସୋମବାର ଠାରୁ ଝୁମ୍ପୁରା ବଜାର ମୁଖ୍ୟରାସ୍ତା ର ଝୁମ୍ପୁରା ବଡ଼ବନ୍ଧ ଠାରୁ ଅର୍ଶଳା ପର୍ଯ୍ୟନ୍ତ ରାସ୍ତା ଉଭୟ ପାର୍ଶ୍ଵ ରେ ବସୁଥିବା ଉଠା ଦୋକାନୀମାନେ ପ୍ରଶାସନିକ ନିଷ୍ପତି ସ୍ଥାନରେ ଦୋକାନ ଖୋଲିବା ପାଇଁ ଅନୁରୋଧ କରାଯାଇଥିଲା । ତେବେ ପ୍ରଶାସନିକ ନିଷ୍ପତି କୁ ଅବମାନନା କଲେ, ଉକ୍ତ ଦୋକାନୀ ବିରୁଦ୍ଧରେ ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ରହିଥିଲା । କିନ୍ତୁ ପ୍ରଶାସନିକ ଅନୁରୋଧ କ୍ରମେ କିଛି ଦୋକାନୀ ନିଜ ନିଜ ଦୋକାନ ରାସ୍ତା ଉପରୁ ହଟାଇ ନେଇଥିଲେ । ତେବେ ଅଧିକାଂଶ ଦୋକାନୀ ପ୍ରଶାସନିକ ନିଷ୍ପତି କୁ ଖାତିର ନକରି ଦୋକାନ ହଟାଇବାକୁ ନା ଧରି ନଥିଲେ । ଫଳରେ ଚମ୍ପୁଆ ସବଡିଭିଜନାଲ ମାଜିଷ୍ଟ୍ରେଟ ୫ନଭେମ୍ବର ରେ ବେନିୟ ଜବରଦଖଲ କରିଥିବା ୨୦୫ଜଣ ଦୋକାନୀ ଙ୍କୁ ନୋଟିସ ଜାରି କରିଥିଲେ । ତେବେ ସବ ଡିଭିଜନାଲ ମାଜିଷ୍ଟ୍ରେଟ ଙ୍କ ନୋଟିସ କୁ ମଧ୍ୟ କିଛି ଦୋକାନୀ ଅବମାନନା କରିଥିଲେ । ଫଳରେ ଚମ୍ପୁଆ ସବଡିଭିଜନାଲ ମାଜିଷ୍ଟ୍ରେଟ ଙ୍କ ପତ୍ର ସଂଖ୍ୟା ୭୫୩୬ଦ୍ୱାରା ୨୧ନଭେମ୍ବର ରେ ବେନିୟମ ଜବରଦଖଲ ଉଚ୍ଛେଦ ପାଇଁ ନୋଟିସ ଜାରି କରାଯାଇଥିଲା । ନିଷ୍ପତି ଅନୁଯାୟୀ ଗୁରୁବାର ଝୁମ୍ପୁରା ବଜାର ମୁଖ୍ୟରାସ୍ତା ର ଉଭୟ ପାର୍ଶ୍ଵରୁ ଜବରଦଖଲ ଉଚ୍ଛେଦ କରାଯାଇଛି । ତେବେ ଖବର ଲେଖା ହେବା ସୁଦ୍ଧା ଉଚ୍ଛେଦ ପ୍ରକ୍ରିୟା ଜାରି ରହିଥିଲା । ପ୍ରଶାସନ ପକ୍ଷରୁ ଏହା ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପ ବୋଲି ସାଧାରଣରେ ଚର୍ଚ୍ଚା ଜୋର ହେଉଅଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ