ଟାଟା ନୀଳାଞ୍ଚଳ ସୁରକ୍ଷାକର୍ମୀଙ୍କ ଆକ୍ରମଣରେ ବିସ୍ଥାପିତ ମହିଳା ଲହୁ ଲୁହାଣ
ଦାନଗଦି, (ସ୍ୱରାଜ କୁମାର ଜେନା ):କଳିଙ୍ଗନଗର ଟାଟା କାରଖାନା ର ସମସ୍ତ ଫାଟକ ଏଲଏଲଡିପି ୟୁଥ ଏକତା ମିଶନ ପକ୍ଷରୁ ବନ୍ଦ ଆଜି ବନ୍ଦ ଥିବା ସମୟରେ | ସନ୍ଧ୍ୟା ସମୟରେ ଟାଟା କତୃପକ୍ଷ, ଅତିରିକ୍ତ ଜିଲ୍ଲାପାଳ ଓ ବିସ୍ଥାପିତ ଙ୍କ ଆଲୋଚନା ଜରିଥିବା ସମୟରେ ଟାଟା ଅଧିକୃତ ନୀଳାଞ୍ଚଳ କାରଖାନା ର ମୁଖ୍ୟ ଫାଟକ ନିକଟରେ ମହିଳା ମାନେ ନିଜର ହକ ପାଇଁ ଗେଟ୍ ସମ୍ମୁଖରେ ଆନ୍ଦୋଳନ କରିବାକୁ ଆସିବା ବେଳେ ନିଳାଚଳ କାରଖାନା ର ସିକୁରିଟିଗାର୍ଡ ପୋଲିସ ଉପସ୍ଥିତିରେ ମହିଳା ଙ୍କୁ ଗୋଡାଇ ଗୋଡାଇ ତଳେ ପକାଇ ମାଡ ମାରିଥିଲେ ତାର ଭିଡିଓ ଭାଇରଲ ହେବାରେ ଲାଗିଛି ।ଏଥିରୁ ଯାହା ଜଣାପଡୁଛି ଟାଟା କାରଖାନା ର ଗୁଣ୍ଡାଗିରୀ ଚାଲିଛି ଟାଟା କମ୍ପାନୀ ମଣୀଷ ମରା କମ୍ଫାନୀ 13 ଜଣ ନିରିହ ଆଦିବାସୀ ଙ୍କୁ ଗୁଳୀକରି ଟାଟା କାରଖାନା ନିର୍ମାଣ ହୋଇଛି।ପୁଣି ଏବେ ଆଦିବାସୀଙ୍କ ଉପରେ ଅତ୍ୟାଚାର ଚାଲିଛି। ତେବେ କେବେ ମୋହନ ସରକାର ପଦକ୍ଷେପ ନେବେ ଆଦିବାସୀ ମହିଳା ମାନେ ନ୍ୟାୟ ପାଇବେ ଅପେକ୍ଷା।