ଟାଟା ପାୱାରର ଅଜବ ଶୋଷଣ ନୀତି, ଉପଭୋକ୍ତା ମାନେ ଅଣନିଶ୍ୱାସୀ

ଢେଙ୍କାନାଳ,(ତାପସ ଦାସ):ଟାଟା ପାୱାରର ଅଜବ ଶୋଷଣ ନୀତି ଯୋଗୁଁ ଉପଭୋକ୍ତା ମାନେ ଅଣନିଶ୍ୱାସୀ ହୋଇପଡିଲେଣି l ରାଜ୍ୟରେ ଏହି ସ୍ମାର୍ଟ ମିଟର ପଛରେ ରହିଥିବା ରହସ୍ୟ ଆମ୍ ଆଦମୀ ପାର୍ଟି ପର୍ଦାଫାଶ କଲା ପରେ ଜନ ସଚେତନତା ବଢ଼ିଥିଲା ଏବଂ ଲୋକମାନେ ଏହାକୁ ବିରୋଧ କରିଥିଲେ l କିନ୍ତୁ ଯେଉଁଠି ଏହି ସ୍ମାର୍ଟ ମିଟର ଲାଗିଥିଲା, ସେମାନେ ଏବେ ତାର କୁଫଳ ଭୋଗୁଛନ୍ତି l ମହାବୀର ବଜ଼ାର କଚେରୀ ରୋଡ଼ ସ୍ଥିତ ୮୭ ବର୍ଷୀୟ ବୃଦ୍ଧା ଅକ୍ଷୟ ପଟ୍ଟନାୟକ ଏହାର ଶିକାର ହୋଇ ଗତ ୧୬ ନଭେମ୍ବର ଦିନ ଏହି ମିଟରର ପ୍ରଥମ ବିଲ ୧୭୧ ୟୁନିଟର ୭୫୦ ଟଙ୍କା ଏବଂ ଦ୍ୱିତୀୟ ମାସରେ ୫୮୩ ୟୁନିଟର ୩୨୫୦ଟଙ୍କା ବିଲ ଆସିଛି l ବିଦ୍ୟୁତ ଗ୍ରାହକ ସେବା କେନ୍ଦ୍ରରେ ଯେ କୌଣସି କମ୍ପ୍ଲେନ ଦେବାକୁ ହେଲେ ପ୍ରଥମେ ୫୦୦ଟଙ୍କା ଫିସ ଦେବାକୁ ହେବ ବୋଲି ଶ୍ରୀ ପଟ୍ଟନାୟକଙ୍କୁ ବିଦ୍ୟୁତ କର୍ମଚାରୀ ମାନେ ଜଣାଇଛନ୍ତି l ଘରେ ମାତ୍ର ଦୁଇ ପରାଣୀ l ସେହିପରି ସଦର ବ୍ଲକ ଗୋବିନ୍ଦପୁର ବାସିନ୍ଦା ଅଶ୍ୱିନୀ ପାତ୍ରଙ୍କର ଅଧିକ ବିଲ ୨୨,୦୦୪ଟଙ୍କା ଆସିଛି l ସ୍ୱାମୀ-ସ୍ତ୍ରୀ ଗତ ୬ ମାସ ହେଲା କାମ ଧନ୍ଦା ଛାଡ଼ି ଇଲେକ୍ଟ୍ରି ଅଫିସ ଦୌଡୁଛନ୍ତି l ବିଭାଗୀୟ ଯନ୍ତ୍ରୀ କହୁଛନ୍ତି ପରେ ଏହା ଆଡ଼ଜଷ୍ଟ କରାଯିବ l କିନ୍ତୁ ଅପର ପକ୍ଷରେ ମାର୍ଚ୍ଚ ମାସରେ ବକେୟା ବିଲ ନଦେଲେ ଲାଇନ କାଟି ଦିଆଯିବ ବୋଲି ସତର୍କ କରାଯାଉଛି l ଟାଟା ପାୱାର ଏହି ଶୋଷଣ ନୀତିରୁ ଅବ୍ୟାହତ ରହି ଉପଭୋକ୍ତା ମାନଙ୍କୁ ୨୪ ଘଣ୍ଟା ବିଦ୍ୟୁତ ସେବା ଯୋଗାଇ ଦେବାପାଇଁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ